ଲେଖା: ଦେଵ ତ୍ରିପାଠୀ
ଭିଏତନାମରେ ଭାରତମଣି !
ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I
ସତୁରୀ ଦଶକ ।
ହୋଚିମିନ୍ ମହାନଗରୀ । ଭିଏତନାମ ।
ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା ଭିତରେ ଆଉଟୁପାଉଟୁ ଭିଏତନାମ ବାସୀ !
ମହାନଗରୀର କୌଣସି ଏକ ବିଶ୍ୱବିଦ୍ୟାଳୟର ସଭାକକ୍ଷରେ ଉପସ୍ଥିତ ଅଛନ୍ତି ସହସ୍ରାଧିକ ବିପ୍ଳବୀ କବି ! ଆଜି ସେମାନଙ୍କୁ ଉଦବୋଧନ ଦେବା ପାଇଁ ଆସୁଛନ୍ତି ଜ୍ଞାନ, ପ୍ରଜ୍ଞା, ଦିବ୍ୟସତ୍ତାରେ ସିକ୍ତ ତଥା ବୁଦ୍ଧ ଗାନ୍ଧୀଙ୍କ ଆର୍ଯ୍ୟଭୂମିର ମହାନ ପଣ୍ଡିତ ଜଣେ !
ଅବିଳମ୍ବେ ସଭାଗୃହରେ ପ୍ରବେଶ କଲେ ଆମ ମାଟିର ପୁଅ ମାଟିମଟାଳର ରୂପକାର ଡଃ ଗୋପୀନାଥ ମହାନ୍ତି ! ଉଦବୋଧନ ଦେବା ଭିତରେ ହିଁ ସେ ଡାଏରୀ ଖୋଲି ପଢିଚାଲିଲେ ଇଂରାଜୀ କବିତାଟିଏ ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ! କବିତାପାଠରେ ଭାବବିହ୍ୱଳ ଆମମାଟିର ପୁଅ !
ଜାତୀୟ ଜୀବନର ପ୍ରାଣ ପ୍ରତିଷ୍ଠା ପାଇଁ ଜାତିର ଉନ୍ମେଷ ପାଇଁ ଜଣେ ନିଷ୍ଠାପର ମାନବବାଦୀ କବିର ଜାତୀୟତାର ମନ୍ତ୍ରଗାନ ଥିଲା ସେ କବିତା ! କବିତାପାଠରେ ମଗ୍ନ ଦରଦୀସ୍ରଷ୍ଟା ଗୋପୀନାଥ !
କବିତା ପାଠସାରି ଦର୍ଶକଙ୍କ ଆଡ଼କୁ ମୁଣ୍ଡ ଟେକି ଚାହିଁଲେ ମହାନ୍ତିଏ ! ହତଚକିତ ହୋଇଗଲେ କିଛି କ୍ଷଣ ପାଇଁ ! ଭିଏତନାମର କୋଣ ଅନୁକୋଣରୁ ଧାଇଁ ଆସିଥିବା ସେଇ ସହସ୍ରାଧିକ ବିପ୍ଳବୀ କବିଗଣ ସଭିଏଁ ଦଣ୍ଡାୟମାନ, ଅନେକଙ୍କ ଆଖିରେ ଲୁହ, କିଏ ଉଦ୍ଦୀପ୍ତ, କିଏ ଅବା ଅଧୀର !
“ଏଇ କବିତାଗୁଡ଼ିକ ଆମ ବିପ୍ଳବର ମନ୍ତ୍ର ହେବ ମହାଶୟ ! ଯୁଗଯୁଗକୁ ଉଦବୁଦ୍ଧ କରି ରଖିବ ଆମ ଦେଶବାସୀଙ୍କୁ ! ଧନ୍ୟ ସେ କବି ! ଧନ୍ୟ ସେ ମାଟି !” ଇଏ ଥିଲା ମାର୍ମିକ ମତ ସେଇ ବିପ୍ଳବୀ କବିଗଣଙ୍କର !
କବିତାର ବି ଥାଇପାରେ ଏପରି ପ୍ରଭାବୀଶକ୍ତି ! ଲୁହ ଓ ଆବେଗକୁ ସମ୍ଭାଳି ପାରି ନଥିଲେ ଗୋପୀନାଥ ! ବିପ୍ଳବୀ କବିମାନଙ୍କର ସାମୂହିକ ସମ୍ମାନକୁ ଛଳଛଳ ନୟନରେ ଗ୍ରହଣ କରୁଥିଲେ ସେ !
ଭାରତମଣି ଗୋପବନ୍ଧୁଙ୍କ “ବନ୍ଦୀର ଆତ୍ମକଥା”ର ଇଂରାଜୀ ଅନୁବାଦ ଶୁଣି ଭିଏତନାମର ସହସ୍ରାଧିକ କବି ମୁଣ୍ଡ ନୁଆଇଁ ପ୍ରଣାମ କରିଥିଲେ ସେଦିନ ! ଅଥଚ ସେଇ ମହାତ୍ମାଙ୍କୁ ଆମେ ଓଡ଼ିଆଏ ଆଜିଯାଏଁ ଦେଖି ଆସିଛେ କେବଳ ନାକକାନ୍ଦୁରା ନେତୃପୁରୁଷ ରୂପରେ ! ସ୍ବପ୍ନର ସିଡିରୁ, ସ୍ମୃତିର ସୋପାନ ଶ୍ରେଣୀ ଉପରୁ ଭିଡ଼ି ଆଣି ତାଙ୍କୁ ଆମେ ଥୋଇଦେଇଛୁ ଆମ ଗଳିତ ରାଜନୀତିର ଖଣ୍ଡିତ ସମତଳ ଉପରେ !
ଆଜି କିଏ ବା ଅଛି ତାଙ୍କୁ ମନେ ପକାଇବାକୁ ? କାହା ଅନ୍ତର ବା କାନ୍ଦୁଛି ତାଙ୍କ ପାଇଁ ? ଆଜି ଗୋପୀନାଥ ବି ନାହାଁନ୍ତି ! ଏ ଜାତିକୁ କିନ୍ତୁ କ୍ଷମା ଦେଇ ଗୋପବନ୍ଧୁ ଆଜି ଏ ମାଟିରୁ ଘୁଞ୍ଚିଯାଇଛନ୍ତି, ଦିଗବଳୟ ପରି, ଦୂରକୁ . . ଦୂରକୁ . . ଅନେକ ଦୂରକୁ !
ଭାରତମଣିଙ୍କ ଚିତ୍ର ପରିକଳ୍ପନା: Dr. Sanatkumar Das
ଚିତ୍ର ଅଙ୍କନ: ଶିଳ୍ପୀ ନିତ୍ୟାନନ୍ଦ ସାହୁ
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago