ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର
ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ।
‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ ଏହି ଅନ୍ୟାୟ ଆଦେଶ ବିରୁଦ୍ଧରେ ପ୍ରତିବାଦ କରି ସାଧାରଣ ଲୋକଚିତ୍ତର ପ୍ରତିକ୍ରିୟା ପ୍ରକାଶନରେ ନେତୃତ୍ଵ ନେଇଥିଲେ। ଭାଷା ରକ୍ଷା ସମସ୍ୟା ସମ୍ପର୍କରେ ପୂର୍ଣ୍ଣ ସଚେତନ ଥିବା ଗଙ୍ଗାଧର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହା ଏହି ‘ଭାରତୀ ରୋଦନ’ (Bharati Rodana) କବିତାରେ ରୂପାନ୍ତରିତ ହୋଇଥିଲା । ଏହି କବିତା ସମ୍ବଲପୁର ହିତୈଷଣୀରେ ଅକ୍ଟୋବର ତିରିଶି ତାରିଖ ୧୮୯୪ରେ ପ୍ରକାଶିତ ହୋଇ ତତ୍କାଳୀନ ଲୋକମତକୁ ଯଥେଷ୍ଟ ଭାବେ ପ୍ରଭାବିତ କରିବାରେ ସଫଳ ହୋଇଥିଲା ।
~ ଭାରତୀ ରୋଦନ ~
ଉତ୍କଳ ଭାରତୀ ରୋଦନ କରୁଛି
କାତରେ ସମ୍ବଲପୁରରେ
ସେ ବିକଳ ଧ୍ଵନି କର୍ଣ୍ଣରେ ପଡ଼ିଲେ
ନୟନେ ଲୋତକ ପୂରେ ।।
ବୋଲଇ ଦୁଃଖିନୀ କେତେ କେତେ କଷ୍ଟ
ସହି ମୋ କୋଳରେ ଧରି
କୁମାରଙ୍କୁ ମୋର ପାଳନ କରୁଛି
ପ୍ରାଣାଧିକ ସ୍ନେହ କରି ।।
ପୁତ୍ର ମାନେ ମୋର ବଢ଼ି ଆସୁଛନ୍ତି
ଶୁକ୍ଳପକ୍ଷେ ଯଥା ଶଶୀ
ଶ୍ରବଣକୁ ମୋର ତୋଷୁଥାନ୍ତି କହି
ମୃଦ୍ୟୁ ବାକ୍ୟେ ହସି ହସି ।।
ନାନା ଉପହାରେ ପୂଜିବେ ମୋ ପାଦେ
ଏହି ଆଶା ଥିଲା ମନେ
ଦାବାନଳ ଆସି ଲାଗି ଯାଉଅଛି
ସେ ଆଶା କୁସୁମବନେ ।।
ଫୁଟି ଆସୁଅଛି ଆହା କି ! ସୁନ୍ଦର
ସୁନ୍ଦର କୁସୁମ ମାନ
କେତେ ବୃକ୍ଷେ ଅବା ଫଳମାନ ଫଳି
ହୋଇଅଛି ସାନ ସାନ ।।
ଏହି ସୁଖମୟ ସମୟେ ଦଗଧ
ହେଉଅଛି ଏହି ବନ
ଦେଖି ବିସ୍ମୟରେ ହାହାକାର କରୁ –
ଛନ୍ତି ମୋ କୁସୁମଗଣ ।।
ହିନ୍ଦି ସରସ୍ଵତୀ ମୋ ଛାତିରେ ବସି
କରିବ ପରା ରାଜତ୍ଵ
ମୋ ଆଶା କାନନ ଭସ୍ମ ରାଶି ହେବ
ତା ନବ ଉଦ୍ୟାନେ ଖତ ।।
(Image: odiapost.com)
ଉପମାତା ଆସି ଗର୍ଭଧାରିଣୀର
ମସ୍ତକେ ଚରଣ ଦେବ
ଏ ଦଶା ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନ ହେବ ?
ତା’ କୁନ୍ତ ପ୍ରହାରେ ଜୀଵନ ନ ଯିଵ
ହେଉଥିବି କଲବଲ
ଉପସ୍ଥାପନା: ଶିଶିର ସାହୁ ମନୋଜ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…