ସୌରଭିତ ସୃଷ୍ଟି: କବି ନିତ୍ୟାନନ୍ଦ ଦାସ

ଯୁଗେ ଯୁଗେ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଜଣାଣ ବହୁ କବିଙ୍କର ଲେଖନୀ ଚଳଚଞ୍ଚଳ କରିଛି। ଜୟଦେବ, ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଏ ଯାବତ କେତେ ଯେ ଭଣିତା ହୋଇଛି, ତା’ର ହିସାବ ଦେବା କଷ୍ଟସାଧ୍ୟ। ପ୍ରାଚୀନ କବି ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ ଏହି କ୍ଷେତ୍ରରେ ଏକ ସ୍ମରଣୀୟ ନାମ। ତାଙ୍କ ଲିଖିତ ଭଣିତା ‘ପତିତ ଜନଙ୍କୁ’ ପୁଣି ଆହୁରି ଐଶ୍ୱର୍ଯ୍ୟ ମଣ୍ଡିତ ହୋଇଛି ବାଣୀକଣ୍ଠଙ୍କ କଣ୍ଠରେ। କେତେ ମାଧୁର୍ଯ୍ୟ, କେତେ ଲାଣିତ୍ୟ, କେତେ ସମର୍ପିତ, କେତେ ଭାବୋଦ୍ଦୀପକ ସତେ !

~ ପତିତ ଜନଙ୍କୁ ~
(କଣ୍ଠଦାନ: ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ)

ପତିତ ଜନଙ୍କୁ     ଉଦ୍ଧରିବା ପାଇଁ
       ଉଡାଉଅଛ ପତାକା
ବାହୁ ଟେକି ତୁମ୍ଭେ   ବସି ଚାହୁଁ ଚାହୁଁ
       ବିପତ୍ତି କରୁଛ ଡକା
        ମହାପ୍ରଭୁ ହେ ।୦।

ନାଶ ଗଲେ ତୁମ୍ଭେ    ପରେ କି କରିବ
      କରୁଣା ଭଣ୍ଡାର ଫେଇ
ଦୁଃଖେ ଗଲେ ନାଶ   ଅର୍ଜିବ କି ଯଶ
      ପଛେ ଚଉବର୍ଗ ଦେଇ
       ମହାପ୍ରଭୁ ହେ।୦।

ଘୋର ନବଘନ ଥାଉଁ ଯେବେ ଦୀନ
ଚାତକ ଜୀବନ ହରାଇବ
ସମୁଦ୍ରେ ବରଷି ଘୋର ଜଳରାଶି
ଚାତକ ବନ୍ଧୁ କି ବୋଲାଇବ ।୧।

ମାଳତୀ-ବକୁଳ-ବିକଚ-କମଳ
ବନ ଥିବ ଅଳି ଯିବେ ମରି
ପୂର୍ଣ୍ଣ ସୁଧାକର ଅନାଇଁ ଚକୋର-
ମାଳିକା ଯେବେ ମରିବେ ଝୁରି ।୨।

କଳ୍ପଲତା ତଳେ ଥାଇ ଯେ ମୁଁ ଫଳେ
ନିରାଶ ହୋଇବା କେଡେ ଲାଜ
ରତ୍ନାକର ହୋଇ ରତ୍ନରଙ୍କ ଯହିଁ
ଏ କଥା କେମନ୍ତେ ଦେବରାଜ ।୩।

ଥାଉଁ ଗଙ୍ଗାକୂଳେ ପରାଣ ବିକଳେ
ତୃଷାରେ ଯେବେ ହରିବ ପ୍ରାଣ
ଦିନମଣି ଥିବ ଅନ୍ଧାର ଘୋଟିବ
ଏ କଥା ପ୍ରଭୁ ମନକୁ ଆଣ ।୪।

ସାମନ୍ତ ଯେ ଚତୁର୍ବର୍ଗ ଅଧିକାରୀ
ଲକ୍ଷ୍ମୀ ପରିଚାରୀ ଥିବେ ହୋଇ
ଏମନ୍ତ ସାମନ୍ତେ ଆଶା କରି ଭୃତ୍ୟ
ଭିକ୍ଷା ମାଗୁଥିବ ଦୁଃଖ ପାଇ ।୫।

ଏଥୁ ଅଧିକ କି ଅଛି ଲୋକହସା
ଆଉ କି ରହିଲା ପ୍ରଭୁ ଆଣି
ଝମକିଲା ସିଂହ ପ୍ରାୟ ଝମକିବା
ବିଅର୍ଥ ଧାରିବା ଚକ୍ର ପାଣି ।୬।

ଦୀନବନ୍ଧୁ ବୋଲି ନାମ ଯେ ବହିଛ
ଏହା ନ ଚେତ କି ଭାବଗ୍ରାହୀ
ଏବେ ଏ ନାମ ଏଣିକି ନ ବହିବ
ଚକ୍ର ପରୁ ନେତ ଥୁଅ ନେଇ ।୭।

ତେବେ ତୁମ୍ଭକୁ କେ କାହିଁକି କହିବ
କର୍ମ ଆଦରି ସହିବ ଦୁଃଖ
ନିରାଶ ଜଳଧି ତୁମ ନାମ ସିଦ୍ଧି
ଜଗତରେ ବାଜିଯିବ ଡାକ ।୮।

ଆଉ ଭୁବନରେ ଠାକୁର ଖୋଜିବା
ତୁମ୍ଭ ପରି କେହି ଥିଲେ ଜଣେ
ଦୁଃଖି ଲୋକଙ୍କର ଦୁଃଖ ହରୁଥିବେ
କୃପା ବିଲୋକନ ନେତ୍ର କୋଣେ।୯।

ସୁଦର୍ଶନ ନାମେ ଚକ୍ର ବହିଥିବେ
ଟେକି ବାହୁରେ ଦକ୍ଷିଣ କରେ
କହେ ନିତ୍ୟାନନ୍ଦ ଅପରାଧୀ ମନ୍ଦ
ମୋହର ଶରଣ ତାଙ୍କ ଠାରେ ।୧୦। 

ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago