All Rights ReservedView Non-AMP Version
  • Homepage
  • ଶ୍ରୀଜଗନ୍ନାଥ
  • ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ

ଭକ୍ତ ସାଲବେଗ

ଲେଖା: ବନ୍ଧନ ଦଳାଇ

ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ!

ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ ବିଦେଶୀ-ସ୍ୱଦେଶୀ,ଧନୀ-ଦରିଦ୍ର, ବ୍ରାହ୍ମଣ-ଚଣ୍ଡାଳ ସମସ୍ତେ ହୋଇଯାଆନ୍ତି ଏକାକାର। ସେ ହେଉଛନ୍ତି ଭାବର ଠାକୁର, ଭକ୍ତିର ଠାକୁର ଓ ଭକ୍ତର ଏକାନ୍ତ ନିଜର। ଭକ୍ତର ଭାବ ଗ୍ରହଣ କରି ସେ ଭାବ ବିନୋଦିଆ। ଭକ୍ତର ଏକାନ୍ତ ଠାକୁର ହେଉଛନ୍ତି ଦାରୁବ୍ରହ୍ମ ଜଗନ୍ନାଥ।

କବି ତଥା ମହାପ୍ରଭୁଙ୍କ ପରମ ଭକ୍ତ ସାଲବେଗ, ଭକ୍ତ ସହିତ ଜଗନ୍ନାଥଙ୍କର ସଂପର୍କକୁ ଅବତାରଣା କରିବାକୁ ଯାଇ ଗାଇଛନ୍ତି-
“ଏକା ତୋ’ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ରଚିହ୍ନ।
ଭକତ ତୋ’ ମାତା ପିତା ଭକତ ତୋ ବନ୍ଧୁ।
ଭକତ ହିତରେ ତୋର ନାମ କୃପାସିନ୍ଧୁ।”

ଭକ୍ତର ଭଗବାନ ସେ। ଜଗନ୍ନାଥ କିପରି ଭକ୍ତର ବନ୍ଧୁ ସେ ବିଷୟରେ ବହୁ ଦିବ୍ୟାନୁଭୂତିର ବର୍ଣ୍ଣନା ଦେଖିବାକୁ ମିଳିଥାଏ।

ସାତଶ ପଞ୍ଚାଶ କୋଶ ଦୂର ପୁରୀରୁ ବୃନ୍ଦାବନ। ଭକ୍ତ ସାଲବେଗ ତୀର୍ଥଯାତ୍ରାରେ ସେତେବେଳେ ବୃନ୍ଦାବନରେ ଥାଆନ୍ତି । ଆଗକୁ ପୁରୀରେ ଜଗାକାଳିଆର ରଥଯାତ୍ରା। ଭକ୍ତ ସାଲବେଗ ନନ୍ଦିଘୋଷରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ତରତର ହୋଇ ବୃନ୍ଦାବନରୁ ବାହାରି ପଡ଼ିଲେ । ମନ ଯାଇ କାଳିଆ ପାଖରେ, କିନ୍ତୁ ରୋଗାକ୍ରାନ୍ତ ଶରୀର ଅନୁମତି ଦେଉନାହିଁ  ମନରେ ଆଶଙ୍କା ସେ କ’ଣ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ଦର୍ଶନ କରିପାରିବେ ନାହିଁ !

ହାତଟେକି ନିଜକୁ ଜଗନ୍ନାଥଙ୍କ ପାଦତଳେ ସମର୍ପଣ କରି ଗାଇଉଠିଲେ –
“ଜଗବନ୍ଧୁ ହେ ଗୋସାଇଁ !
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟଗତି ନାହିଁ।
ସାତଶ ପଞ୍ଚାଶ କୋଷ ଚାଲିନପାରଇ।
ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି . . “

ଗୁଣ୍ଡିଚା ରଥଯାତ୍ରା ସରି ବାହୁଡାଯାତ୍ରା ଆରମ୍ଭ ହୋଇଗଲାଣି କିନ୍ତୁ ଭକ୍ତ ସାଲବେଗ ଏ ପର୍ଯ୍ୟନ୍ତ ବଡଦାଣ୍ଡରେ ପହଞ୍ଚି ନାହାନ୍ତି !  ଅଟକିଗଲା ବଡଦାଣ୍ଡରେ ନନ୍ଦିଘୋଷ ! ଗଡିଲା ନାହିଁ ଆଗକୁ ! ସେବକ ମାନଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହେଲା !

ସାଲବେଗ ବଡଦାଣ୍ଡରେ ପହଞ୍ଚି ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ପ୍ରଭୁ ! ଏ ପର୍ଯ୍ୟନ୍ତ ନନ୍ଦିଘୋଷ ରଥରେ ଅଟକି ରହିଛନ୍ତି, ଗଡିଗଲେ ଶରଧା ବାଲିରେ ହାତଯୋଡି ଭୂମିଷ୍ଠ ପ୍ରଣାମ କଲେ ।

ଭକ୍ତର ମନୋବାଂଚ୍ଛା ପୂରଣ ହେଲା ପରେ ନନ୍ଦିଘୋଷ ରଥ ଘର୍ଘର ନାଦ କରି ଗଡିଲା ବଡଦାଣ୍ଡରେ ! ହରିବୋଲ ହୁଳହୁଳିରେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା ।

ଭାବଭକ୍ତି ସହକାରେ ବୋଲିବାକୁ ଲାଗିଲେ ମହାନ ଭକ୍ତ ସାଲବେଗ –
“ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ।
ମୋ ଆରତ ନଳିନୀ ବନକୁ କର ଦଳନ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀ ରଙ୍ଗା ଚରଣ ତଳେ କରୁଅଛି ଜଣାଣ . . “

 

Spread the love
admin

Next ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି »
Previous « ଗରିବ ପୁଅ
Leave a Comment
Share
Published by
admin
Tags: ଭକ୍ତ ସାଲବେଗ
6 years ago

    Related Post

  • ମହାଲକ୍ଷ୍ମୀ
  • ଅଟ୍ଟାଳି ଜଗନ୍ନାଥ
  • ପହିଲିଭୋଗ

Recent Posts

  • ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 days ago
  • ଅନ୍ୟାନ୍ୟ

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago
  • ଭାଷା ଓ ସାହିତ୍ୟ

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago
  • ମହାମନିଷୀଗଣ

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago
  • ପର୍ଯ୍ୟଟନ କ୍ଷେତ୍ର

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago
  • ଇତିହାସ

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago
All Rights ReservedView Non-AMP Version
  • L