ଲେଖା: ରବୀନ୍ଦ୍ର କୁମାର ରଣା

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ଗ୍ରାମ ଛକରୁ ୪ କି.ମି. ଡାହାଣକୁ ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁର ଭକ୍ତ ଦାସିଆ ପୀଠ ।

ରାସ୍ତାର ଦୁଇକଡରେ ଧାଡି଼ ଧାଡ଼ି ନଡ଼ିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟ ଭକ୍ତ ଦାସିଆ ପୀଠ ହେଉଛି ଦାସିଆ ବାଉରିଙ୍କ ଜନ୍ମ, କର୍ମ, ସାଧନା ଓ ମହାସମାଧିର ପୀଠ।


ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଭକ୍ତ ଦାସିଆଙ୍କ ସ୍ଥାନ ମଧ୍ୟ ସ୍ଵତନ୍ତ୍ର। ଭକ୍ତ ଦାସିଆ ଥିଲେ ଜାତିରେ ଖଦାଳ ସମ୍ପ୍ରଦାୟର। ପେସା ଲୁଗା ବୁଣିବା କିନ୍ତୁ ଭକ୍ତି ଓ ଭାବନାରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପାଖରେ ସତେ ଯେମିତି ବନ୍ଧା ପଡିଥିଲେ। ଭକ୍ତ ଦାସିଆ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଇଥିବା ନଡ଼ିଆ ପ୍ରସଙ୍ଗ ପ୍ରାୟ ସମସ୍ତେ ଜାଣନ୍ତି। ସେଇ ହେଉଛନ୍ତି ଭାବର ଠାକୁର ଯାହାଙ୍କ ଭକ୍ତି ଓ ଭାବରେ ପ୍ରୀତ ହୋଇ ଶୂନ୍ୟରୁ ଶ୍ରୀଛାମୁଙ୍କ ହସ୍ତ ଆସି ଭକ୍ତ ଶିରୋମଣି ଦାସିଆର ନଡ଼ିଆ ଗ୍ରହଣ କରିଥିଲେ। ଭକ୍ତ ଦାସିଆଙ୍କ ସହ ଜଡ଼ିତ ଅନେକ କିଛି କିମ୍ବଦନ୍ତୀ ଶୁଣିବାକୁ ମିଳେ।


ପଞ୍ଚଦଶ ଶତାବ୍ଦୀର ଏହି ମହାନ ଭକ୍ତଙ୍କ ଜନ୍ମସ୍ଥାନ ବାଲିଗାଁର ପବିତ୍ର ଜନ୍ମପୀଠରେ ଏବେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଗୋଟିଏ ସୁନ୍ଦର ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିର ନିର୍ମାଣ କରାଯିବା ପୂର୍ବରୁ ଏଠାରେ କେବଳ ଭକ୍ତ ଦାସିଆଙ୍କ ଆଶ୍ରମଟି ଥିଲା, ଯାହା ଏବେ ମଧ୍ୟ ଅଛି। ସେଇ ଆଶ୍ରମରେ ପ୍ରଭୁ ଜଗନ୍ନାଥ ଭକ୍ତ ଦାସିଆଙ୍କୁ ଦେଇଥିବା ନୀଳଚକ୍ର ମଧ୍ୟ ରହିଛି। ଏହି ପବିତ୍ର ପୀଠରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବ୍ୟତୀତ ପବିତ୍ର ଗୋଠଗାଡିଆ ପୁଷ୍କରିଣୀ, ରାଧାମୋହନ ମଠ, ଚଉଁରା, ତୁଳସୀ ଉଦ୍ୟାନ, ପଦ୍ମପୋଖରୀ, ଭକ୍ତ ଦାସିଆଙ୍କ ସମାଧିପୀଠ, ଭକ୍ତମାନଙ୍କ ବିଶ୍ରାମାଗାର ଇତ୍ୟାଦି ରହିଛି।


ନଡ଼ିଆ ଓ ଗୁଆ ଗଛର ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଏହି ଭକ୍ତ ଦାସିଆ ପୀଠ ଅବସ୍ଥିତ ‌। ଏହି ପୀଠରେ ଥିବା ତୁଳସୀବଣଟି ଦେଖିଲା ଭଳି ଜାଗାଟିଏ ଯେଉଁଠାରୁ ଆଜି ବି ପ୍ରଭୁ ଜଗନ୍ନାଥଙ୍କ ପୀଠକୁ ତୁଳସୀ ମାଳ ଯାଇଥାଏ। କିନ୍ତୁ ଏହି ପୀଠ ରେ ଥିବା ଗୋଠଗଡ଼ିଆ ପୁଷ୍କରିଣୀ ଦଳରେ ଭର୍ତ୍ତି, ଏହାର ପୁନରୁଦ୍ଧାର ହେବା ଉଚିତ ଏବଂ ତୁଳସୀବଣଟିକୁ ଆଉଟିକେ ବିସ୍ତାର କରାଯିବା ଉଚିତ। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago