ଲେଖା: ଦେଵ ତ୍ରିପାଠୀ

“ମାନସ ହଂସ ମୁଁ, ମାନସେ ଯିବି ଉଡ଼ି,
ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି
ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି
ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l

ଜୀବନ ପାତ୍ର ମୋ ଭରିଛ କେତେ ମତେ,
ନ ଦେଲ କିଛି ବୋଲି କହିବି କି ହେ ଆଉ ?
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ବହିଯାଉ l”

ଡ. ସୁନନ୍ଦା ପଟ୍ଟନାୟକ ଗାଇଥିବା ଏପରି ଅନ୍ତରଭେଦୀ ତଥା ଦୁର୍ମୂଲ୍ୟ ଗୀତଟିର ରଚୟିତା ଥିଲେ ସବୁଜଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପ୍ରଥିତଯଶା କବି, ନାଟ୍ୟକାର ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଓଡିଆ ସାହିତ୍ୟ ଜଗତର ଜଣେ ଉଜ୍ବଳ ତାରକା ବୈକୁଣ୍ଠନାଥ ପଟ୍ଟନାୟକ (Baikunthanath Pattanayak) ।

ଉତ୍ତରାୟଣ, ବିଲ୍ଵମଙ୍ଗଲ, କାବ୍ୟସଞ୍ଚୟନ, ଉପେକ୍ଷିତା, ମୁକ୍ତିପଥେ, ଅରୁଣଶ୍ରୀ, ମୃତ୍ତିକା ଦର୍ଶନ ପରି ଅନେକ କାଳଜୟୀ କାବ୍ୟ ଏବଂ କାବ୍ୟନ୍ତିକା ନାଟକ ରଚନା କରି ବୈକୁଣ୍ଠନାଥ ପଟ୍ଟନାୟକ ଓଡ଼ିଆ ସାହିତ୍ୟପ୍ରେମୀଙ୍କର ହୋଇ ପାରିଥିଲେ ଚିରନମସ୍ୟ ।

ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକ । ୧୯୦୪ ସନ ସେପ୍ଟେମ୍ବର ୧୪ ତାରିଖରେ ବଡ଼ମ୍ବାଗଡ଼ରେ ଜନ୍ମିତ ବୈକୁଣ୍ଠନାଥ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସାନ୍ନିଧ୍ୟ ଲଭନ୍ତି ସାହିତ୍ୟିକ ଅନ୍ନଦାଶଙ୍କର ରାୟଙ୍କର । ଜୀବନର ମୋଡ଼ ବଦଳରେ ଏଇଠୁ !ଗଠନ ହୁଏ Nonsense Club ଏବଂ ପରେ ପରେ ସବୁଜସାହିତ୍ୟ ଗୋଷ୍ଠୀ।  ଅନ୍ନଦା ଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତଚନ୍ଦ୍ର ମୁଖାର୍ଜୀ, ହରିହର ମହାପାତ୍ର ଆଦିଙ୍କ ସହ ମିଶି ବୈକୁଣ୍ଠନାଥ ମଧ୍ୟ ସ୍ରଜିଚାଲିଲେ ଅମଳିନ ସାହିତ୍ୟକୃତିମାନ ।

ସରଳ, ଲଳିତ, ଗୀତିମୟ ଓ ଭାବବ୍ୟଞ୍ଜକ ଧାରା ଥିଲା ବୈକୁଣ୍ଠନାଥଙ୍କ କବିତ୍ୱର ମୁଖ୍ୟ ! “କବି ପ୍ରେୟସୀ” କବିତାର ଏଇ ଧାଡ଼ି କେତୋଟି ସୂଚାଇ ଦିଏ କବିଙ୍କ ରୋମାଣ୍ଟିକ ଭାବନା !
“ସେ ତ ଆସିଥିଲା ଦିନେ ଏ ସନ ନୀରବ ରାତିରେ
ମୋର ତରୁଣ ମନଟି  ଅଧିରେ ଉଠିଲା ମାତିରେ।
ଆସିଲା ଯେସନ ନିଶାର ସ୍ବପନ
ଲୋତକ ପୂରିତ କଜଳ ନୟନ
ସେବା, ମଳିନ ମଳୟ କୁସୁମ ବେଦନା 
ବହିଆଣିଥିଲା ଛାତିରେ
ସେ ତ ଆସିଥିଲା ଦିନେ ଏ ସନ ନୀରବ ରାତିରେ ।”

ବୈକୁଣ୍ଠନାଥଙ୍କ ଅସୁମାରୀ ସୃଷ୍ଟି ସମ୍ଭାର ମଧ୍ୟରୁ ଉତ୍ତରାୟଣ କାବ୍ୟଗ୍ରନ୍ଥ ୧୯୬୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଲଭେ । 
 
୧୯୭୯ ସନ ଜାନୁଆର ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଏଇ ପ୍ରଚଣ୍ଡ ପ୍ରତିଭାଶାଳୀ କବି ବୈକୁଣ୍ଠନାଥ ପଟ୍ଟନାୟକ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago