ଉପସ୍ଥାପନା: ନିରଞ୍ଜନ ସାହୁ
ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା ଓ ଦେଵାନଙ୍କ ମନରେ ସୃଷ୍ଟି ହୋଇ ଆସୁଥାଏ ଅପ୍ରତ୍ୟାଶିତ ଘୂର୍ଣ୍ଣିଝଡ। କେବଳ ଥରେ ବ୍ରିଟିଶସେନା ଯଦି ରଣପୁର ରାଜ୍ୟରେ ପହଞ୍ଚିଯିବେ, ତେବେ ନିଶ୍ଚିତ ଭାବେ ଆନ୍ଦୋଳନ ଦମନ ହୋଇପାରିବ, ଏହା ଥିଲା ରାଜା ଓ ଦେଵାନଙ୍କ ମନରେ ଏକ ଭାବନା। ଅତଏବ ଆମନ୍ତ୍ରିତ ହେଲେ ବ୍ରିଟିଶ ସେନାଧ୍ୟକ୍ଷ ବେଜେଲଗେଟ୍।
୧୯୩୯ ମସିହା ଜାନୁଆରୀ ପାଞ୍ଚ ତାରିଖ। ପଲିଟିକାଲ ଏଜେଣ୍ଟ ବେଜେଲଗେଟ୍ ସମ୍ବଲପୁର ଜିଲ୍ଲାରେ ଅବସ୍ଥାନ କରୁଥାଆନ୍ତି। ଦେଵାନ୍ ଜଗନ୍ନାଥ ମହାନ୍ତିଙ୍କ ଚିଠି ପାଇ ଯାତ୍ରା ଆରମ୍ଭ ହେଲା ବ୍ରିଟିଶ ସେନାଧ୍ୟକ୍ଷ ବେଜେଲଗେଟଙ୍କର ସମ୍ବଲପୁରରୁ ରଣପୁର ଅଭିମୁଖେ। କିଛି ଫଉଜ ଓ ନିଜର ଦେହରକ୍ଷୀ ନୁର ମହମ୍ମଦଙ୍କୁ ସାଙ୍ଗରେ ଧରି ଏକ ସାମରିକ ଗାଡ଼ିରେ ପଦାର୍ପଣ କଲେ ସେନାଧ୍ୟକ୍ଷ। ମନରେ ଦମନ କରିବା ପାଇଁ ପ୍ରବଳ ନିଶା ଓ ଅହଙ୍କାର। ଆସିବା ସମୟରେ କିଛି ଅଶୁଭ ସଙ୍କେତ ଦେଖି ତାଙ୍କର ସ୍ତ୍ରୀ କୁଆଡେ ମନାକରୁଥିଲେ। କିନ୍ତୁ ଅଶୁଭ ସଙ୍କେତ ଉପରେ ଅଂହତ୍ଵର ବାଲିବନ୍ଧ କ’ଣ ସମ୍ଭଳା ପଡ଼େ !
ରଣପୁର ଠାରୁ ଚାରି ମାଇଲ୍ ଦୂରରେ ଲୁଧାଚୁଆ ଗାଁ। ସେଠାରେ ପହଞ୍ଚି ଗଲେ ସେନାଧ୍ୟକ୍ଷ। ପ୍ରଜାମଣ୍ଡଳ କର୍ମୀମାନେ ବଡ଼ ବଡ଼ ଗଛ କାଟି ରାସ୍ତାକୁ ଅବରୋଧ କରିଥାନ୍ତି। ଏହା ଦେଖି ଫଉଜମାନେ ଲୁଧାଚୁଆର ଲୋକମାନଙ୍କୁ ରାସ୍ତା ସଫା କରିବା ପାଇଁ ଖବର ପଠାଇ ଅପେକ୍ଷା କରିଥାଆନ୍ତି। ତଥାପି ବ୍ରିଟିଶ ସେନାଙ୍କ କଥାକୁ ଉପେକ୍ଷା ନକରି ମାତ୍ର ଚାରିଜଣ ପୁରୁଷ ପହଞ୍ଚିଲେ। ଗାଁର ଅନ୍ୟ ଲୋକମାନେ ରଣପୁର ସଭାରେ ଯୋଗ ଦେବାପାଇଁ ଚାଲିଯାଇଥାଆନ୍ତି। ବନ୍ଧୁକ ଦେଖାଇ ରାସ୍ତା ସଫା କରିବାକୁ ସେହି ଚାରିଜଣ ପ୍ରଜାଙ୍କୁ ନିର୍ଦ୍ଦେଶ ଦିଅନ୍ତେ, ସେମାନେ ରୋକ୍ ଠୋକ୍ ମନା କରିଦେଲେ। ଅତଃ ଫଉଜମାନେ ଲୁଧାଚୁଆର ଅବରୋଧ ରାସ୍ତା ନିଜେ ନିଜେ ସଫା କରି ଆଗେଇ ଚାଲିଲେ ରଣପୁର ଅଭିମୁଖେ। ଇତିମଧ୍ୟରେ ଏକ ଜନରବ ହେଲା ଯେ, ଲୁଧାଚୁଆର ଚାରିଜଣଙ୍କୁ ବେଜେଲଗେଟ୍(ସେନାଧ୍ୟକ୍ଷ) ମାରି ଦେଇଛନ୍ତି। ପରେ ପରେ ଆହତମାନଙ୍କୁ (ଚାରିଜଣ ଗ୍ରାମବାସୀ) ନିକଟସ୍ଥ ଟାଙ୍ଗୀ ଡାକ୍ତରଖାନାକୁ ନେଇଯାଉଥିବା ଶଗଡ଼ ଯାଇ ପହଞ୍ଚିଲା ରଣପୁର ସଭାସ୍ଥଳୀ ନିକଟରେ।
କାଳକାଳକୁ ଅମ୍ଳାନ ସ୍ମୃତି ରଖି ଦେଇଥିବା ସହିଦଦ୍ଵୟଙ୍କୁ ଓଡ଼ିଶା ସବୁଦିନ ପାଇଁ ମନେରଖିବ ଓ ବେଜେଲଗେଟ୍ ହତ୍ୟାକାଣ୍ଡ ଇତିହାସର ପୃଷ୍ଠା ମଣ୍ଡନ କରୁଥିବ ।
ଆଧାର: ଡଃ ଜଗନ୍ନାଥ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…