ମହାମନିଷୀଗଣ

ପୁଣ୍ୟାତ୍ମା ମୁକ୍ତ୍ୟାର ରାମଚନ୍ଦ୍ର ଦାସ

ଲେଖା: ଦେଵ ତ୍ରିପାଠୀ
ଥିଲେ ଜଣେ ବିବିଧ ପ୍ରତିଭାର ଅଧିକାରୀ ଯୁବକ । ଦିନେ କଟକରୁ ଜଣେ ଉଚ୍ଚଶିକ୍ଷିତ ଯୁବକ ନିଜର ଚାରିବନ୍ଧୁଙ୍କ ସହ ଯାଇ ସେ ଯୁବକଙ୍କ ପାଖରେ ପହଞ୍ଚନ୍ତେ, ଯୁବକଜଣକ ସେମାନଙ୍କୁ ନିଜ ମନର ସଙ୍କଳ୍ପ ପ୍ରକାଶ କଲେ – “ତୁମେ ପାଞ୍ଚଜଣ ଶପଥ ନିଅ । ପ୍ରତ୍ୟେକ ଅନ୍ତତଃ ପାଞ୍ଚଜଣଙ୍କୁ ଶିକ୍ଷିତ କରିବାର ଦାୟିତ୍ବ ନେବ । ଯିଏ ଶିକ୍ଷିତ ହେବେ ସେମାନେ ପ୍ରତ୍ୟେକେ ଆଉ ପାଞ୍ଚଜଣଙ୍କୁ ଶିକ୍ଷିତ କରାଇବେ । ତାହାହେଲେ ଯାଇ ପାଞ୍ଚବର୍ଷରେ ଓଡ଼ିଶାରେ ଶିକ୍ଷିତମାନଙ୍କ ସଂଖ୍ୟା ବଢିପାରିବ ।”
ଏଇ ଗମ୍ଭୀର ବାଣୀକୁ ଯେପରି ଗୁରୁମନ୍ତ୍ର ଭାବେ ଗ୍ରହଣ କରି ନେଇଥିଲେ, ନେଇଥିଲେ ବଜ୍ର ସଙ୍କଳ୍ପ, ବରିନେଇଥିଲେ ଜୀବନର ମନ୍ତ୍ରଭାବେ ! ସେ ଗୁରୁମନ୍ତ୍ରର ପ୍ରଭାବରେ ସେ ପାଞ୍ଚବନ୍ଧୁ ଗଢିତୋଳିଲେ ସେମାନଙ୍କ ବିରଳ ସାଧନାର ସ୍ବର୍ଗ, ଚିରନ୍ତନ ଶାନ୍ତି, ଜ୍ଞାନ, ପ୍ରଜ୍ଞା, ଧୀଶକ୍ତିର କାନନ, ବକୁଳଛୁରିଅନା କୁଞ୍ଜର ଆଧୁନିକ ଶିକ୍ଷାମନ୍ଦିର – ସତ୍ୟବାଦୀ ବନବିଦ୍ୟାଳୟ !
ତେବେ ଏଇ ପଞ୍ଚବନ୍ଧୁଙ୍କ ମଧ୍ୟରେ ଅଗ୍ରଗଣ୍ୟ ଉତ୍କଳୀୟ ରାଜନୀତିକ ତଥା ସାଂସ୍କୃତିକ ଜାଗରଣର ମହାଯୋଦ୍ଧା ଭାରତମଣି ଗୋପବନ୍ଧୁଙ୍କ ଜୀବନରେ ଜାତୀୟତା, ସମାଜସେବା, ତ୍ୟାଗ, ଆଦର୍ଶ, ସ୍ବଚ୍ଛତାର ପ୍ରଖ୍ୟାପନ କରାଇପାରିଥିବା ସେ ମହାନ ଯୁବକ ଜଣକ ଥିଲେ ମୁକ୍ତ୍ୟାର ରାମଚନ୍ଦ୍ର ଦାସ
ପ୍ରଚଣ୍ଡ ଦେଶପ୍ରେମୀ, ଦେଶର ନବନିର୍ମାଣ ନିମନ୍ତେ ସଦାତତ୍ପର, ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗୀକୃତ ଓ ସମର୍ପିତ, ନିରକ୍ଷର ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବାରେ ଜୀବନ ବିତାଇ ଦେଇଛନ୍ତି ରାମଚନ୍ଦ୍ର । ତାଙ୍କର ମହତ୍ତ୍ଵ, ବ୍ୟକ୍ତିତ୍ଵ, ମାନବିକତା, ଆତ୍ମଚିନ୍ତନ ଯଶୋଦେହରେ ଚିର ଅମ୍ଳାନ ଓ ଚିରଭାସ୍ୱର ହୋଇପାରିଛି । ନିଜ ଜୀବନକୁ ତିଳ ତିଳ ଦଗ୍ଧ କରି ସେ ଓଡ଼ିଆଙ୍କୁ ଭଲ ପାଇଛନ୍ତି ।
କର୍ମବାଦରେ ବିଶ୍ୱାସ ରଖୁଥିବା ରାମଚନ୍ଦ୍ରଙ୍କ ହୃଦୟ ଥିଲା ବିଶ୍ୱମାନବର ଚିତ୍ରଶାଳା । ତ୍ୟାଗ ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ନରସେବା ହିଁ ନାରାୟଣଙ୍କ ପୂଜା ଓ ସେବା । ଏହି ଧର୍ମରେ ଦୀକ୍ଷିତ ହୋଇ ସେ ନିଜର ଦଶମାସର ଏକମାତ୍ର ପୁତ୍ରର ମୃତ୍ୟୁରେ ମଧ୍ୟ ଥିଲେ ଅବିଚଳିତ, ବରଂ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ : “ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି !”
ତ୍ୟାଗର କେଡ଼େ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମୁକ୍ତ୍ୟାର ରାମଚନ୍ଦ୍ର । ତାଙ୍କରି ପ୍ରଭାବରେ ଗୋପବନ୍ଧୁ ମଧ୍ୟ ତାଙ୍କର ପୀଡ଼ିତ ପୁତ୍ରକୁ ଛାଡ଼ିଦେଇ ବନ୍ୟାଗ୍ରସ୍ତ ଅଞ୍ଚଳକୁ ଜନସେବା ପାଇଁ ଚାଲିଯାଇଥିଲେ, ଫେରିଆସି ଦେଖିଲେ ପୁଅ ଆଉ ନାହିଁ । ମାତ୍ର କଣ୍ଠରୁ ତାଙ୍କର ବହିଆସିଛି:
                          “ଗୋଟିଏ ପୁଅ ଦେଇ
                        ହୃଦୟେ ମୋହର ଶତପୁତ୍ର ମୁଁ
                            କୁଢାଇ ଆଣିଛି ଏଇ II”
ରାମଚନ୍ଦ୍ର ନିଜେ ସାହିତ୍ୟିକ ନ ଥିଲେ ମଧ୍ୟ ଗୋପବନ୍ଧୁଙ୍କ ମଧ୍ୟରେ ସାହିତ୍ୟିକ ପ୍ରତିଭାର ଉନ୍ମେଷ ସୃଷ୍ଟି କରିଥିଲେ ରାମଚନ୍ଦ୍ର । ଗୋପବନ୍ଧୁଙ୍କ ହାତରେ ‘ସତ୍ୟବାଦୀ’ ଓ ‘ସାପ୍ତାହିକ ସମାଜ’ ପ୍ରକାଶନ ହେବା ପଛରେ ଥିଲା ରାମଚନ୍ଦ୍ରଙ୍କ ପ୍ରେରଣା । ସାହିତ୍ୟର ପ୍ରୋତ୍ସାହନ ଓ ପ୍ରସାର ଉଦ୍ଦେଶ୍ୟରେ ସେ ପୁରୀରେ ଗଢିଥିଲେ ଜଗନ୍ନାଥ ପ୍ରେସ୍ । ତାଙ୍କରି ପ୍ରେରଣା ଓ ସମର୍ଥନ ରେ ଗଢିହୋଇଥିଲେ କେତେ କେତେ ସାହିତ୍ୟିକ ।
ଅବିଭକ୍ତ ପୁରୀ ଜିଲ୍ଲାର ଭିଙ୍ଗାରପୁର ଗ୍ରାମରେ ଜନ୍ମିତ ମହାନ ଜାତୀୟତାବାଦୀ ରାମଚନ୍ଦ୍ର ଦାସ ବାଲେଶ୍ଵର ଓ ଆଖପାଖ ଅଞ୍ଚଳରେ ଉତ୍କଳ ସମ୍ମିଳନୀକୁ ପରିବ୍ୟାପ୍ତ କରାଇଥିଲେ । ୧୯୦୬ ମସିହା ଜୁଲାଇ ୩୧ ତାରିଖରେ ବାଲେଶ୍ଵରରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଦିକ୍ଷାନ୍ତ ଭାଷଣ ଦେଉ ଦେଉ ଅସୁସ୍ଥ ହୋଇ ଇହଧାମ ତ୍ୟାଗ କରିଥିଲେ ।
ସେଇ ମୁକ୍ତପୁରୁଷ ଶୁଦ୍ଧାତ୍ମା ରାମଚନ୍ଦ୍ରଙ୍କ ଜୀବନଦର୍ଶନ ଅମୃତମୟ ମାନବଜାତିର ଅନୁକରଣୀୟ ଓ ଅନୁସରଣୀୟ ହେଉ, ଦେଶ, ଜାତି ଓ ବିଶ୍ୱର କଲ୍ୟାଣ ହେଉ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

7 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago