ଲେଖା: ବନ୍ଧନ ଦଳାଇ

ଓଡିଆଙ୍କ ଘରେ “ବାରମାସରେ ତେରପର୍ବ” ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ‘ବୁଧେଇଓଷା‘ ଅନ୍ୟତମ। ଭାଦ୍ରବ ମାସର ପ୍ରଥମ ବୁଧବାର ଦିନ ପାଳନ ହୁଏ ଏହି ଓଷା। ଏହାକୁ ‘ବୁଧିବାମନ ଓଷା‘ ମଧ୍ୟ କୁହନ୍ତି।

ନବଗ୍ରହଙ୍କ ମଧ୍ୟରୁ ବୁଧଙ୍କୁ ରାଜାକୁମାର ରୁପେ ବରଣ କରାଯାଏ । ଏହିବାରରେ ଏହା ଅନୁଷ୍ଠିତ ହୋଇଥାଏ। ଶ୍ରାବଣ ପୂର୍ଣିମା ବା ଗହ୍ମା ପୂର୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣିମା ବା ଇନ୍ଦୁପୂର୍ଣିମା ପର୍ଯ୍ୟନ୍ତ, ପ୍ରତ୍ୟେକ ବୁଧବାରରେ ସଧବା ନାରୀମାନେ ଉପବାସ ରହି ଏହି ବ୍ରତ ପାଳନ କରିଥାଆନ୍ତି।

ଏସି ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛାଯାଇ ଏକ ଖଟୁଲି ଆସ୍ଥାନରେ ସ୍ଥାପନ କରାଯାଏ। ଅଁଳାକୁ ଗଙ୍ଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥିବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୁଆ ଉପରେ ପ୍ରସ୍ତୁତ ବଟାକୁ ଲେପନ କରାଯାଏ ମୁଖାକୃତି ପରି।ଏହି ଦୁଇ ମୂର୍ତ୍ତିଙ୍କର ନାମ ବୁଧେଇସୁଧେଇ। କଉଡି ଓ ଗୁଆରେ ସେହି ଶିଳରେ ଆଖି; କାନ, ନାକ, ପାଟି, ଆଦି ତିଆରି କରି ଆଖିରେ କଛ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ। ଅପରାଜିତା, ମନ୍ଦାର, ବେଲପତ୍ର ଫୁଲହାର ରେ ପ୍ରତିମାକୁ ସଜାଇ, ନାଲିଶାଢୀ ପିନ୍ଧାଇ ଓଢଣା ଦିଆଯାଏ। ଓଷା କୋଠି ଆଗରେ ପାହାଡା ପଡିଥାଏ। ପ୍ରତ୍ୟେକ ସଧବା ନାରୀ ନିଜ ନିଜ ସନ୍ତାନଙ୍କ ମଙ୍ଗଳକାମନାର୍ଥେ କଳସ ସ୍ଥାପନ କରିଥାନ୍ତି। ଫୁଲ, ଫଳ, ଦୂବ, ଅକ୍ଷତ, ବରକୋଳି ପତ୍ରରେ ସମସ୍ତେ ହୁଳହୁଳି ଦେଇ ବନ୍ଦାପନା କରିଥାନ୍ତି। ଏହି ଆସ୍ଥାନ ବା ବୁଧଙ୍କ କୋଳରେ ସଂକଳ୍ପ ନଡିଆ ରଖି ପୂଜା ଆରମ୍ଭ କରାଯାଏ। ବୁଧେଇଓଷା ବ୍ରତ ବହିକଥା ପଢାହୁଏ। ଏହି ଓଷାବ୍ରତ କଥା ପାନ୍ଚୋଟି ଅଧ୍ୟାୟ।ସେଥିରେ ବୁଧେଇଙ୍କ ମହିମା ବର୍ଣିତ।ଏହି ବ୍ରତରେ ପ୍ରଥମେ ଇଷ୍ଟଦେବୀ ଭାବରେ ବିମଳାଙ୍କୁ ସ୍ତୁତି କରାଯାଉଥିଲେ ମଧ୍ୟ, ହଳଦୀ ନିର୍ମିତ ମୂର୍ତ୍ତିକୁ ଜଗନ୍ନାଥ ଓ ବିମଳା ବା ବୁଧମଙ୍ଗଳା ଭାବରେ ପୂଜା କରାଯାଏ।

ଏହିପୂଜାର ଗୋଟିଏ ବିଶେଷ କଥା ହେଉଛି–ଦୁଇଟିଯାକ ପୁରୁଷ ମୂର୍ତ୍ତି ହୋଇଥିଲେ ମଧ୍ୟ ତାହାଙ୍କୁ ସ୍ତ୍ରୀଭାବରେ ସଜ୍ଜିତ କରାଯାଇଥାଏ। ଫଳରେ ଉଭୟଲିଙ୍ଗି ବୁଧ କ୍ରମଶଃ ବୁଧେଇରେ ପରିଣତ ହୋଇଯାଇଛନ୍ତି। ଏବଂ ତାଙ୍କୁ ଶକ୍ତି ଭାବରେ ପୂଜା କରାଯାଉଛି।

ସ୍ୱୟଂ ଜଗନ୍ନାଥ ଆଷାଢ ମାସରେ ବାମନରେ ପୂଜା ହେଲେ ମଧ୍ୟ ଭାଦ୍ରବରେ ବୁଧିବାମନରେ ପରିଣତ ହୋଇ ଏଥିରେ ପୂଜିତ। ବୁଧ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରୀରର ଅଧର କ୍ଷେତ୍ର ଭାବରେ ପରିଚିତ। ଅଧର ହେଉଛି ବାଣୀ କ୍ଷେତ୍ର ବା ଆଶୀର୍ବଚନର କ୍ଷେତ୍ର ଏହି ହେତୁ ସଧବା ନାରୀମାନେ ଆପାତତଃ ପୁତ୍ର କାମନା କରି ବା ପୁତ୍ରର ମଙ୍ଗଳ କାମନାର୍ଥେ ଏହି ଓଷା କରିଥାଆନ୍ତି।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago