ଲେଖା: ସାସମଲ ମାନସ
“ଭକ୍ତାଧୀନ ମହାପ୍ରଭୁ !”
ଦନେଇ ବିଦ୍ୟାଧରଙ୍କ ପୁଅ ଗଜପତି ରାମଚନ୍ଦ୍ର ଦେବ(୧) ୧୫୬୮-୧୬୦୦ ଖ୍ରୀଷ୍ଟାବ୍ଦ । ଖୋର୍ଦ୍ଧା ବରୁଣାଇ ପାହାଡ଼ ତଳେ କଟକ କରି ରହିଲେ । ଏଇ ସମୟରେ ସେ କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇ ଖୋର୍ଦ୍ଧା କଟକେ ବନଯାଗ କରି ସୁମୂରୁତି କରାଇଲେ । ଶ୍ରାବଣ ଶୁକ୍ଳ ନବମୀ ଦିନ ଶ୍ରୀଜୀଉଙ୍କୁ ସିଂହାସନେ ବିଜେ କରାଇଲେ । ବିଶର ମହାନ୍ତିଙ୍କି ପୋର ନାଏକ କଲେ । ” (ଏହା ଆର୍ତ୍ତବଲ୍ଲଭ ମହାନ୍ତି ସମ୍ପାଦିତ ମାଦଳାପାଞ୍ଜିରେ ଭୋଇବଂଶ ପ୍ରସଙ୍ଗ)
ଏଇଠି ପ୍ରଶ୍ନ . . ଏ ବିଶର ମହାନ୍ତି କିଏ ?
ରାଜଜେମା କନକାବତୀ କୁଜଙ୍ଗ ରାଜା “ମଲ୍ଲିକଚାନ୍ଦ ଷଣ୍ଢ”ଙ୍କୁ ପ୍ରେମ ବିବାହ କରିଥିଲେ । କୁଜଙ୍ଗ ରାଣୀ କନକାବତୀ ଦୀର୍ଘ ଦିନ ସୂତିକା ରୋଗ ଭୋଗିବାରୁ ଯାଜପୁର ରୁ କବିରାଜ ବିଶର ମହାନ୍ତି ଡକା ହୋଇ ଆସିଲେ । ରାଣୀ ସୁସ୍ଥ ହେବାପରେ କବିରାଜଙ୍କୁ ବହୁ ଅନୁରୋଧ କରାଗଲେ ହେଁ ସେ କୁଜଙ୍ଗରେ ରହିବାକୁ ମଙ୍ଗି ନ ଥିଲେ । (ଏହା ବିଶର ମହାନ୍ତି ଉପନ୍ୟାସ । କନକଲତା ମହାନ୍ତି ବୈଷ୍ଣବ ବିଶରଙ୍କ ମୂଳ ବଂଶ ପରିଚୟ ସନ୍ଧାନ କରି ଲେଖିଛନ୍ତି) ବିଶର ମହାନ୍ତିଙ୍କି ପୋର ନାଏକ ଭାବରେ ଅଭିହିତ କରାଯିବା କଥାଟିରେ, ମହାପ୍ରଭୁଙ୍କ ଅପାର କୃପାକୁ ସ୍ୱୀକାର କରିବାକୁ ହେବ ।
ଗଜପତି ରାମଚନ୍ଦ୍ରଦେଵଙ୍କ ସମୟରେ ଯେଉଁଠି ଦାରୁର ସନ୍ଧାନ ମିଳିଥିଲା, ତାହାର ସ୍ମାରକ ରୂପେ ଗଜପତିଙ୍କ ଆଦେଶରେ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁରା ଗାଁ ଓ ଦଧିବାମନ ମନ୍ଦିର । ରାମଚନ୍ଦ୍ର ଦେବ ବିଶର ମହାନ୍ତିଙ୍କୁ ଗଡ଼ନାୟକ ପଦବୀ ଦେଇ ମନ୍ଦିରର ରକ୍ଷଣାବେକ୍ଷଣ ଓ ଚଉପାଢି ପାଇଁ ୩୬୦ ବାଟି ନିଷ୍କର ଭୂମି ଖଞ୍ଜି ଦେଇଥିଲେ, ଯାହା ଏବେ ସୁଦ୍ଧା ଚଉପାଢ଼ି ର ଭଉଁରିଆ ଖେଦାରେ ଲେଖା ହୋଇ ରହିଚି । (ଏହି କାରଣରୁ ଅନେକେ ଗବେଷକ ବ୍ରହ୍ମପୁରା ଗାଁକୁ ବିଶରଙ୍କ ଗାଁ ବୋଲି କହିଥାନ୍ତି । ଏହା କିନ୍ତୁ ରାଜା ପୁରସ୍କାର ସୂତ୍ରରେ ଦେଇଥିଲେ । ଯାହା ଆହୁରି ଗବେଷଣାର ଆବଶ୍ୟକତା ରହିଚି । )
ବିଶର ମହାନ୍ତି ଏ ଜାତିକୁ ତାର ମହା ଆସ୍ଥାର ପ୍ରତୀକ ମହାପ୍ରଭୁଙ୍କୁ ଫେରାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ, ରାଜା ରାମଚନ୍ଦ୍ର ଦେବ ତାଙ୍କୁ କେବଳ ପୌରନାୟକ କରି ନ ଥିଲେ – ଦଇତାସେବକଙ୍କ ପରି ଅଣସର ତାଟିରେ ଗୁପ୍ତସେବାର ଅଧିକାର ମଧ୍ୟ ଦେଇଥିଲେ ।
ଧନ୍ୟ ବିଶର ମହାନ୍ତି !
ଧନ୍ୟ ମହାପ୍ରଭୁ !
Spread the love
admin

Recent Posts

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 week ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

2 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

2 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

5 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

5 months ago