ବିଵଶ କାହାଣୀ
ଲେଖା: ସନ୍ତୋଷ ପଟ୍ଟନାୟକ
କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବିଵଶ କାହାଣୀ କବିତାରେ . .
ବାଜି, ଚାଖି, ଦୋରା ଆଉ ଚକରା, ଧରଣୀ
ଜୟୀ ରାଜଗୁରୁ, ପାଟ୍ଟମହାଦେଈ ରାଣୀ,
ସ୍ବାଭିମାନୀ ପଣେ ଗର୍ବ ଉତ୍କଳ ଜନନୀ
ଆସି ଦେଖ ତୁମ୍ଭେ ଏକ ବିଵଶ କାହାଣୀ ॥
ସଚିବ ତିଆରି ଏକ ଛତ୍ରୀ ଶାସନରେ
ନିଦ୍ରା ଛନ୍ତି ରାଜା ଏବେ ସୁଖ ଛାଉଣିରେ
ସ୍ବାଭିମାନ ବନ୍ଧା ଆଜି ସାଲିସ୍ର ବଣେ
ଗୁରୁଙ୍କର ମଥା ଏଠି ବାରମ୍ବାର ଭ୍ରମେ ॥
ଚୁକ୍ତି କରି ଦେଲେ ଗୁରୁ ସ୍ବାଭିମାନ ବିକି
ଛାତ୍ରଛାତ୍ରୀଙ୍କର ନାହିଁ ପାଠରେ ସଉକି
କୃଷକର ପାଖେ ଏବେ ବିହନ ସମାଧି
ଶ୍ରମିକକୁ ମିଳେ ଏଠି ଦାଦନ ଉପାଧି ॥
ଦରମାଖିଆଏ ହେଲେ ନୂଆ ପୁଞ୍ଜିପତି
ଶୋଷଣେ ଛନ୍ତି ପ୍ରଜାଏ ଦହନୀୟ ସ୍ଥିତି
ନ୍ୟାୟାଳୟ ଖେଳେ ପୁଣି ସଂସ୍କାରର ବାଜି
ବିବଶତା ତାଳେ ଏଠି ସର୍ବ ବୁଦ୍ଧିଜୀବୀ ॥
ଓଡ଼ିଆ ଭୁଲିଛି ନିଜ ଜାତି ପରିଚୟ
ଆନ ବାପେ ଲଭିବାକୁ ସ୍ବାର୍ଥର ବିଜୟ
ସୁଖ ଶିରୀ ନାହିଁ ଆଉ ସବୁ ସାତପର
ଉତ୍କଳ ଜନନୀ ଦୁଃଖ ଅସହ୍ୟ ଅପାର ॥
ଷଡ଼ୈକଳା, ଖରସୁଆଁ ଆଉ ସିଂହଭୂମି
ବସ୍ତର, ମେଦିନୀପୁର ଆଦି ଖଣ୍ଡ ଜମି
କଟା ଅଙ୍ଗ ଥିଲା ଯାହା ଫେରି ନାହିଁ ଆଉ
ଏବେ ପୁଣି ଷଡ଼ଯନ୍ତ୍ର ଦିଶେ ଦାଉ ଦାଉ ॥
ଜାଣେ ମୁହିଁ ତୁମ୍ଭେ ସର୍ବେ ଅମୃତ ସନ୍ତାନ
ଦେଇ ଯାଅ ପ୍ରତି ପ୍ରାଣେ ବିଦ୍ରୋହର ସ୍ବନ
ତୁମ୍ଭ ଆଶୀର୍ବାଦେ ଜାଗୁ ଓଡ଼ିଆଙ୍କ ପ୍ରାଣ
ସ୍ଥିତପ୍ରଜ୍ଞ ହୋନ୍ତୁ ସର୍ବେ ଲଭି ସ୍ବାଭିମାନ ॥
Bibasha Kahani, Santosh Kumar Pattanayak
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…