ଲେଖା: ରବୀନ୍ଦ୍ର କୁମାର ରଣା
ରାବଣ ପୂଜିତ କନ୍ଧମାଳ ଜିଲ୍ଲା ଚକାପାଦର ବିରୂପାକ୍ଷ ମନ୍ଦିର, ଓଡ଼ିଶାର ଏକ ପ୍ରାଚୀନ ଓ ପ୍ରତ୍ୟକ୍ଷ ଶୈବପୀଠ ।
ପୁରାଣ କିମ୍ବଦନ୍ତୀ ଅନୁସାରେ ଲଙ୍କାର ରାଜା ରାବଣ ଭଗବାନ ଶିବଙ୍କୁ ତପସ୍ୟା କରି ତୋଷ କରିବା ପରେ ନିଜ ରାଜ୍ୟରେ ଶିବଙ୍କୁ ପ୍ରତିଷ୍ଠା କରିବା ପାଇଁ ନେଇ ଯାଉଥିବା ବେଳେ ଏହି ଠାରେ ଶିବ ଙ୍କ ମାୟାରେ ସେ ଶିବଲିଙ୍ଗକୁ ତଳେ ଥୋଇ ପରିସ୍ରା କରି ଆସି ପୁଣି ଉଠାଇବା ପାଇଁ ଚେଷ୍ଟା କଲା ବେଳେ ଆଉ ନେଇ ପାରି ନ ଥିଲା । ନିଜ ରାଜ୍ୟର କୁଶଳ ନିମନ୍ତେ ଶିବଙ୍କୁ ପ୍ରାର୍ଥନା କରିବାରୁ ଭଗବାନ ଶିବ ଆଶୀର୍ବାଦ କରିଥିଲେ ଯେ “ମୋର ଦୃଷ୍ଟି ସର୍ବଦା ତୋର ରାଜ୍ୟକୁ ରହିଥିବ”। ସେହି ଦିନଠାରୁ ସେ ମନ୍ଦିରର ମୁହଁ ଲଙ୍କାକୁ ବା ଦକ୍ଷିଣ ଦିଗକୁ ହୋଇଛି ।
ପ୍ରସିଦ୍ଧ ଶୈବପୀଠ ବିରୂପାକ୍ଷ ମନ୍ଦିର କଟକରୁ ପ୍ରାୟ ୨୦୦କି.ମି ଦୂରରେ ଅବସ୍ଥିତ । ଦଶପଲା-ଚକାପାଦ ରାସ୍ତାରେ ବାଣିଗୋଚ୍ଛାରୁ କିଛି ଦୂର ଯିବା ପରେ ବାମକୁ ଘଞ୍ଚ ଜଙ୍ଗଲିଆ ରାସ୍ତାରେ ୨୩କି.ମି. ଗଲେ ପଡ଼ିବ ଚକାପାଦ । ଗାଁ ଗଣ୍ଡା ନ ଥିବା ଜଙ୍ଗଲିଆ ରାସ୍ତା । ଚାରି ପାଞ୍ଚ କି.ମି. ଦୂରରେ ଆଠ ଦଶଟା ଘର ଥିବା ଗୋଟେ ଗୋଟେ ଗାଁ । ଖାଲଖମା, ଢିମାଭର୍ତ୍ତି ନିଛାଟିଆ ମୋବାଇଲ ନେଟୱର୍କ ବିହୀନ ଜଙ୍ଗଲିଆ ରାସ୍ତାରେ ଯାଇ ଏଇ ବିରୂପାକ୍ଷ ମନ୍ଦିରରେ ପହଞ୍ଚିବାକୁ ହୁଏ ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…