ଲେଖା: ଶ୍ରୀକାନ୍ତ ସିଂହ
ବିରଞ୍ଚିନାରାୟଣ ମନ୍ଦିର ! ହିରଣ୍ୟଗର୍ଭା ଆମର ଏଇ ମାଟି ଓଡ଼ିଶା ମାଟି କଳିଙ୍ଗୋତ୍କଳ l ଅନନ୍ୟ ଏହାର ସଂସ୍କୃତି, ସାହିତ୍ୟ ଅତୁଳନୀୟ ଏହାର କଳା ଭାସ୍କର୍ଯ୍ୟ ଓ ଐତିହାସିକ କୀର୍ତ୍ତିରାଜି l ଆମ ରାଇଜର କୋଣାନୁକୋଣରେ ଅସଂଖ୍ୟ ମନ୍ଦିରରେ କଳାତ୍ମକ କାରୁକାର୍ଯ୍ୟର ଶ୍ରେଷ୍ଠତ୍ୱ ଦେଖିବାକୁ ମିଳେ l କେଉଁଠି ନିହାଣ ମୁନରେ ପାଷାଣର ଯାଦୁକରୀ କାରୁକାର୍ଯ୍ୟ ତ କେଉଁଠି କାଠରେ ତିଆରି ଭାସ୍କର୍ଯ୍ୟର ଶ୍ରେଷ୍ଠ କଳାକୃତି l
କପିଳାସ ଚନ୍ଦ୍ରଶେଖର ମନ୍ଦିର ଜଗମୋହନର ଭିତର ପାର୍ଶ୍ୱ ତଥା ବାଙ୍କୀ ଚର୍ଚ୍ଚିକା ମନ୍ଦିର ଜଗମୋହନର ଭିତର ପାର୍ଶ୍ୱରେ କାଷ୍ଠ ନିର୍ମିତ କଳାକୃତି ଦେଖିବାକୁ ମିଳିଥାଏ l ମାତ୍ର କାଷ୍ଠ କାରୁକାର୍ଯ୍ୟର ସର୍ବଶ୍ରେଷ୍ଠ କଳାକୃତି ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଥିବା ବିରଞ୍ଚିନାରାୟଣ ମନ୍ଦିରରେ l ଏହି ମନ୍ଦିରର ବିଶେଷତ୍ୱ ହେଲା ଏହା କାଠରେ ନିର୍ମିତ ଏକ ସୁନ୍ଦର ରଥାକୃତି ମନ୍ଦିର, ଯାହାକି ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ସମର୍ପିତ l କୋଣାର୍କ ସୂର୍ଯ୍ୟମନ୍ଦିର ପରେ ଏହି ବିରଞ୍ଚିନାରାୟଣ ମନ୍ଦିର ରାଜ୍ୟର ଦ୍ଵିତୀୟ ସୂର୍ଯ୍ୟ ମନ୍ଦିର l
ମନ୍ଦିରଟିକୁ ଘୁମୁଷରର ରାଜା ଶ୍ରୀକର ଭଞ୍ଜଦେବ 1790 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିବା ଜଣାଯାଏ l ଏହି ମନ୍ଦିରଟି ସୁଉଚ୍ଚ ନ ହେଲେବି ଖୁବ୍ ସୁନ୍ଦର l ଶାନ୍ତ ପରିବେଶରେ ପଶ୍ଚିମମୁଖୀ ଏହି ମନ୍ଦିରରେ କାଠରେ ତିଆରି ଅନେକ ସୁନ୍ଦର କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ମନ୍ଦିର କାନ୍ଥରେ ରାମାୟଣ ଓ କୃଷ୍ଣଲୀଳାର ବିଭିନ୍ନ କଥାବସ୍ତୁ ଚିତ୍ରିତ ହୋଇଛି l କୁହାଯାଏ 48ଗୋଟି ଖମ୍ବ ଉପରେ ମନ୍ଦିରଟି ଦଣ୍ଡାୟମାନ ଆଉ ମନ୍ଦିର ଭିତର ପାର୍ଶ୍ୱର ଉପରିଭାଗଟି ସମ୍ପୂର୍ଣ୍ଣ କାଷ୍ଠରେ ନିର୍ମିତ ଓ ସୁନ୍ଦର କାରୁକାର୍ଯ୍ୟରେ ବିମଣ୍ଡିତ l
ରଥାକୃତି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାତଗୋଟି ଅଶ୍ୱ ସହିତ ବାରଗୋଟି ଚକ ରହିଥିବାବେଳେ ଏହି ମନ୍ଦିରରେ ସାତଗୋଟି ଅଶ୍ୱ ସହିତ ମାତ୍ର ଗୋଟିଏ ଚକ ରହିଛି l ଏଠାରେ ବିରଞ୍ଚି ନାରାୟଣଙ୍କ ରଥର ନାମ ହିରଣ୍ମୟ ଓ ସାରଥୀ ଅରୁଣ l କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଉଦିତ ସୂର୍ଯ୍ୟଙ୍କ କିରଣ ସୂର୍ଯ୍ୟ ମୂର୍ତ୍ତିର ଚରଣ ସ୍ପର୍ଶ କରୁଥିବା ବେଳେ ଏଠାରେ କିନ୍ତୁ ଅସ୍ତଗାମୀ ସୂର୍ଯ୍ୟଙ୍କ ଆଭା ସୂର୍ଯ୍ୟ ମୂର୍ତ୍ତିକୁ ସ୍ପର୍ଶ କରେ l
ଏହି ମନ୍ଦିରରେ ବିରଞ୍ଚି ନାରାୟଣଙ୍କ ତିନିଗୋଟି ପ୍ରତିମା ରହିଛି l ମାଳତୀଗଡ଼ ପର୍ବତ ଶିଖରରୁ ରାଜାଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ପାଷାଣ ମୂର୍ତ୍ତି ସହିତ ରାଜା ନିର୍ମାଣ କରାଇଥିବା କାଷ୍ଠ ପ୍ରତିମା ଓ ଆଉ ଏକ ଧାତୁ ମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ l ଏଠାରେ ଭଗବାନ ବିରଞ୍ଚି ନାରାୟଣ ଦୁଇ ହାତରେ ଦୁଇଟି ପଦ୍ମ ଫୁଲ ଧାରଣ ପୂର୍ବକ ଜୀବନ୍ତ ପ୍ରତୀତ ହୁଅନ୍ତି l
ବିରଞ୍ଚିନାରାୟଣ ମନ୍ଦିର ଗର୍ଭଗୃହକୁ ଲାଗି ପାଶ୍ଚାତ ଭାଗରେ ଭଞ୍ଜ ବଂଶୀୟ ଶାସକଙ୍କ କୂଳ ଦେବତା ରଘୁନାଥ ବିରାଜିତ l ଏଠାରେ ରାମ ଲକ୍ଷ୍ମଣ ଓ ସୀତାଙ୍କ ସୁନ୍ଦର ବିଗ୍ରହ ପୂଜା ପାଉଥିବାବେଳେ, ମନ୍ଦିର ଗାତ୍ରରେ ପାର୍ଶ୍ଵଦେବତାଙ୍କ ଦୁଇଟି ମୂର୍ତ୍ତି ମଧ୍ୟ ରହିଛି l
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 hour ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago