ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ ।

ବଙ୍ଗାଳୀଭାଷାରେ ରଵିନ୍ଦ୍ରନାଥ ଠାକୁର ଜନ ଗଣ ମନ ଲେଖିଥିଲେ ସତ କିନ୍ତୁ ତାଙ୍କର ଏ ଗୀତକୁ  ଆମ ଦେଶରେ କେହି ବି ବଙ୍ଗାଳୀ ଭାଷାର ଓକାରାନ୍ତ ଉଚ୍ଚାରଣ ଶୈଳୀରେ “ଜନୋ ଗନୋ ମନୋ ଅଧିନାୟୋକୋ ଜୟୋ ହେ” ଗାଆନ୍ତି ନାହିଁ ।


ପୁଣି ହିନ୍ଦୀ ଭାଷାର ଉଚ୍ଚାରଣ ଶୈଳୀ ହଳନ୍ତଵତ୍ ହୋଇଥାଏ, ଅର୍ଥାତ ପ୍ରତ୍ୟେକ ଶବ୍ଦର ଶେଷ ଵର୍ଣ୍ଣରେ ହଳନ୍ତ ଲଗେଇ ଉଚ୍ଚାରଣ କରିଵାକୁ ହୁଏ ।  ଆମ ଦେଶରେ କେହି ବି ଜାତୀୟ ସଙ୍ଗୀତକୁ “ଜନ୍ ଗନ୍ ମନ୍ ଅଧିନାୟକ୍ ଜୟ ହୈ” ଗାଆନ୍ତି ନାହିଁ ।

ସାରା ଭାରତର ଲୋକଙ୍କ ଦ୍ଵାରା ଯଦି ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ଏ ଦେଶର ଜାତୀୟ ସଙ୍ଗୀତ ଗାୟନ ହେଉଅଛି ତାହେଲେ ଓଡ଼ିଆ ଭାଷାକୁ ହିନ୍ଦିଆଙ୍କ ଦ୍ଵାରା ଆଞ୍ଚଳିକ ଭାଷା ଵିଵେଚିତ କରାଯିଵା କେତେ ଦୂର ଯୁକ୍ତିଯୁକ୍ତ ?


ଆମ ଓଡ଼ିଆ ଭାଷାର ପାଦ ମଳିକୁ ବି ସରି ନୁହେଁ ହିନ୍ଦୀ ତେଣୁ ହିନ୍ଦୀ = ଦେଶଭକ୍ତି ବୋଲି ମନର ଭ୍ରମଠାରୁ ସ୍ଵାଧୀନ ହୁଅନ୍ତୁ ଓଡ଼ିଆମାନେ !

ଆମ ଓଡ଼ିଆ ଶାସ୍ତ୍ରୀୟ ଭାଷା। ସାରା ଵିଶ୍ଵରେ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ ସବୁଠାରୁ ଵୈଜ୍ଞାନିକ ଓ ଭାରତର ପୁରାତନ ଭାଷା ଆମ ଓଡ଼ିଆ ଥିଲା – ଅଛି – ରହିଵ ମଧ୍ୟ ।

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago