ଜଣା ଅଜଣା

ବାହୁଡାବିହୀନ ରଥଯାତ୍ରା ରୁକୁଣା ରଥ

ଲେଖା: ଅରବିନ୍ଦ ମହାନ୍ତି

କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ। ରଥର ଆତ୍ମାସ୍ୱରୂପ ହେଲେ ଶ୍ରୀ ଚନ୍ଦ୍ରଶେଖର ଲିଙ୍ଗରାଜ ମହାପ୍ରଭୁ। ଆତ୍ମା ଶରୀର ତ୍ୟାଗ କରି ନୂତନ ଶରୀର ଧରି ଆସେ ସେଇଭଳି ମହାପ୍ରଭୁ ପରିବର୍ତ୍ତିତ ନୂତନ ରଥରେ ବିଜେ ହୁଅନ୍ତି।

ମହାଦେବ ହେଲେ ଅଜନ୍ମା। ସେ ସଂସାର ବକ୍ଷରେ ଜନ୍ମଗ୍ରହଣ କରନ୍ତି ନାହିଁ ତେଣୁ ତାଙ୍କର ମୃତ୍ୟୁ ବି ହୁଏ ନାହିଁ। ସେ ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧ୍ବରେ।

ରାମେଶ୍ୱରରୁ ପ୍ରତ୍ୟାବର୍ତ୍ତନ ସମୟରେ ରଥର ମୋଡ଼ କରାଯାଏ ନାହିଁ କେବଳ ସିଂହାସନର ମୁଖ ପଛପଟକୁ କରି ଦିଆଯାଏ ଏବଂ ସେଇ ହିସାବରେ ସାରଥୀ ଓ ଅଶ୍ୱ ମଧ୍ୟ ପରିବର୍ତ୍ତିତ ହୁଅନ୍ତି। ରଥ ଅଣଲେଉଟା, ଏକଥାର  ଅର୍ଥ ଯେ ରଥରେ ଆଉ ଦିଅଁ ଫେରିବେ ନାହିଁ ତେଣୁ ରଥର ବାହୁଡାଯାତ୍ରା ନାହିଁ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago