ଲେଖା: ଡାକ୍ତର ପ୍ରଳୟ ନାୟକ

“ଜଇଆ ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା…” ଏ ଧାଡ଼ିଟି ମାତ୍ର ଶୁଣି ଯଦି କୋଉ କଳିଙ୍ଗୀର ପ୍ରାଣ ପୁରି ନଉଠୁଛି ଆତ୍ମଶ୍ଳାଘାରେ, ଶୋକ ଓ ଗର୍ବରେ ଯଦି ବିଦାରି ନ ହେଉଛି ବକ୍ଷ, ସେମାନଙ୍କୁ ମୁଁ କହୁଚି, ସେମାନେ ନ ପଢ଼ନ୍ତୁ ଏ ଲେଖା । ଅବିଜିତ ଆତ୍ମାର କଥା ! ଜଇଆ ପଛେ ବଞ୍ଚିରହୁ ମୋ ଭଳି କତିପୟ ଜାତିପ୍ରାଣ ଅବଧୂତଙ୍କ ହୃଦୟରେ, କିନ୍ତୁ ଏ ଧାଡ଼ିଟି ପଢ଼ି ଯିଏ ଉଦ୍ ବେଳିତ ନହେଉଛି ତା’ର ୟାକୁ ପଢ଼ିବାର ଅଧିକାର ନାହିଁ । ନାହିଁ, ନାହିଁ, ନାହିଁ. . !


ହଁ, ମୁଁ ମୋ ସ୍ୱାଭିମାନର ଶିରକମଳ କଥା କହୁଛି, କହୁଚି ଉତ୍କଳର ପର୍ଶୁରାମଙ୍କ କଥା, ଏକତ୍ର କ୍ଷାତ୍ରବୀର୍ଯ୍ୟ ଓ ବ୍ରାହ୍ମତେଜର ଶ୍ରେଷ୍ଠତମ ସହାବସ୍ଥାନର କଥା, ମୋ କୂଳତିଳକ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ ଜୟୀ ରାଜଗୁରୁଙ୍କ କଥା ! ଅବିଜିତ ଆତ୍ମାର କଥା ! ସମଗ୍ର ଭାରତ ଭୂଖଣ୍ଡରେ ଇଂରେଜଦମନ ବିରୋଧରେ ଯମଦାଢ଼ ତୋଳିଥିବା ସ୍ୱାଭିମାନୀ ମୁକ୍ତିକାମୀର କଥା । ସେ ଡାକିଥିଲା ଓଡ଼ିଆ ଜାତିକୁ ବଜ୍ର ନିର୍ଘୋଷରେ,

“ନିଦ ଭାଙ୍ଗି ଉଠରେ ପାଇକ,
ଧନୁକୀର ଧନୁକ ଟଙ୍କାରରେ,
ଅଶ୍ୱାରୋହି ଆଉ ପଦାତିର ଯମଦାଢ଼ ଝଙ୍କାରରେ
କମ୍ପିଉଠୁ ଫିରିଙ୍ଗୀ କଲିଜା ।
କେତେ କାଳ ଆଉ ଶୋଇବରେ ଆତ୍ମବିସ୍ମୃତ ଜାତି,
ଫିରିଙ୍ଗୀ ପରା ରଜା ଆଉ କ୍ଷେତ୍ର ଉପରକୁ ବାହିଲେଣି,
ଆଉ କେତେ ଶୋଇବ….!””

ତାର ଆବାହନି ମନ୍ତ୍ରରେ ଭାଙ୍ଗିଯାଇଥିଲା ମହାଜାତିର ଜଡ଼ତା, ଆଉ ନାଚିଥିଲା ରୁଦ୍ର ତାଣ୍ଡବ । ଭୟରେ କମ୍ପମାନ ଇଂରେଜ ଶାସନତନ୍ତ୍ର ଭେଦିଆ ଲଗେଇ ତାକୁ ବନ୍ଦୀ କଲା ସିନା ହେଲେ ଖୋର୍ଦ୍ଧା ପାଖେ ତାକୁ ମାରିବାର ବି ସାହସ ନଥିଲା । ଏଠି ମେଦିନିପୁରର ବାଘିତୋଟାରେ ବରଗଛ ଡାଳରେ ବାନ୍ଧି ଚିରିଥିଲା ଖାଲି ତାର କଳେବର ଆଉ ତାର ଅବିଜିତ ଆତ୍ମା ଅମରତ୍ୱ ଲଭିଥିଲା ଓଡ଼ିଆ ପ୍ରାଣରେ । ତା ବିୟୋଗରେ କାନ୍ଦିଥିଲେ ସ୍ୱୟଂ ମା’ ବରୁଣେଇ ଆଉ କରୁଣେଇ ।


ଚିତ୍ରରେ ସେ ବରଗଛର ଶାଖା ଦୁଇକୁ ଦେଖ, ରକ୍ତ ବର୍ଣ୍ଣରେ ଚିହ୍ନିତ ସେ ଶାଖା ଦୁଇ, ଯୋଉଥିରେ ଅମରତ୍ୱ ଲଭିଥିଲେ ଏ ଜାତିର ଅସ୍ମିତା । ପ୍ରଣିପାତ ହୁଅ, ଅଶ୍ରୁରେ ଅଭିଷେକ କର ତା’ର । ଆଉ ଘନ ବିସ୍ମୃତିର ଆବରଣ ଭେଦି ଜାଗ୍ରତ ହୁଅ ପୁଣି । ପୁଣିଥରେ ବିସ୍ମୃତିର ତମସା ଭେଦି ଉଠ ହେ ଓଡ଼ିଆ, ନହେଲେ ତାର ଆତ୍ମା ଏମିତି ଘୁରିବୁଲୁଥିବ ଆଉ କାନ୍ଦୁଥିବ ଗୁମୁରି ଗୁମୁରି ।

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

5 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

6 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago