All Rights ReservedView Non-AMP Version
  • Homepage
  • ଜଣା ଅଜଣା
  • ଜଣା ଅଜଣା
ଜଣା ଅଜଣା

ବାଲେଶ୍ବରର ନାମକରଣ

ଲେଖା: ଶିଶିର ସାହୁ ମନୋଜ

ବାଲେଶ୍ଵରର ନାମକରଣ ପଛରେ କେତେ କଥା ଅଛି ! ଏହାକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା ।

Etmology 1
‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ ବାଲେଶ୍ବର ମୂଳତଃ ଏକ ଯାଵନିକ ଶବ୍ଦ । ସମ୍ଭଵତଃ ‘ଵାଲା-ଏ଼-ଶୋ଼ର’ ଶବ୍ଦରୁ ବାଲେଶ୍ବରର ନାମକରଣ ହୋଇଅଛି । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର । ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ ଵାଲାଏ(ଉପରେ) + ସୋର(ସହର) ଶବ୍ଦ ଯୁକ୍ତ ହୋଇ ବାଲେଶ୍ବରର ନାମକରଣ ହୋଇଛି ।

 

 

Etmology 2
ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ ନଗରକୁ ୩ୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି  ତାଙ୍କ ନାମାନୁସାରେ ବାଲେଶ୍ଵରର ନାମକରଣ ହୋଇଥିଲା ।

Etmology 3★★★
ଅନ୍ୟ ଏକ ମତ ଅନୁସାରେ ବାଲେଶ୍ବର ଯେହେତୁ ପ୍ରାଚୀନ କାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌବାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏବଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତମାନ ଆତଯାତ ହେଉଥିଲା, ତେଣୁ ଏ ‘ବାଲି’ ଶବ୍ଦ ବଦଳି ଯାଇ ପରବର୍ତ୍ତୀ କାଳରେ ବାଲେଶ୍ବରର ନାମକରଣ ହୋଇଛି । ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଯାଇଥିବା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ଵି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରମାଣ ଦେଇଥାଏ ।

Etmology 4★★★★
କେତେକ ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିବଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିବା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର, ପଞ୍ଚଲିଙ୍ଗେଶ୍ଵର, ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର ବାଲୁଙ୍କେଶ୍ଵରଙ୍କ ନାମ କାଳକ୍ରମେ ଅପଭ୍ରଂସ ହୋଇ ବାଲେଶ୍ବର ହୋଇଥାଇପାରେ ।

ବାଲେଶ୍ଵରର ନାମକରଣ ବାବଦରେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ, ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ ।

Spread the love
admin

Next ଶ୍ରୀଜୀଉ »
Previous « ସମା
Leave a Comment
Share
Published by
admin
Tags: ଚନ୍ଦନେଶ୍ଵରଜଳେଶ୍ବରପଞ୍ଚଲିଙ୍ଗେଶ୍ଵରପିପିଲିବାଲେଶ୍ବରବାଲେଶ୍ବରର ନାମକରଣଭୂଷଣ୍ଡେଶ୍ଵରଲଙ୍ଗଳେଶ୍ଵର
5 years ago

    Related Post

  • Dhyanchand at Barabati
  • କାଇ
  • ବନ୍ଦେ ଉତ୍କଳ ଜନନୀ

Recent Posts

  • ଅନ୍ୟାନ୍ୟ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago
  • ଭାଷା ଓ ସାହିତ୍ୟ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago
  • ଅନ୍ୟାନ୍ୟ

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago
All Rights ReservedView Non-AMP Version
  • L