ଲେଖା: ବନ୍ଧନ ଦଳେଇ

 

~ ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ~
ସାଧବ ପୁଅଙ୍କ ନୌବାଣିଜ୍ୟର ମୁକସାକ୍ଷୀ ହେଉଛି ଏ ବାଲିଯାତ୍ରା । ସାତଦରିଆ ତେରନଈ ପାର ହୋଇ ଆମ ସାଧବ ପୁଅମାନେ ଯାଉଥିଲେ ବଣିଜ କରି ! ତାହାରି ଅମ୍ଲାନସ୍ମୃତି ହେଉଛି ବାଲିଯାତ୍ରା, ଏବଂ ବଣିଜରୁ ନାନାଦି ମୂଲ୍ୟବାନ ସାମଗ୍ରୀ ଆଣି ନିଜ ପଶରା ମେଲି ଦଉଥିଲେ ଏହି ବାଲିରେଣୁ ଉପରେ।
ଆଜି ନାହାଁନ୍ତି ସେମାନେ ମାତ୍ର ସେହି ସ୍ମୃତିକୁ ଉଜ୍ଜୀବିତ ଅମଳିନ ରଖିବା ପାଇଁ ହେଉଅଛି ଐତିହ୍ୟ ସମ୍ପନ୍ନ “ଐତିହାସିକ ବାଲିଯାତ୍ରା” କଟକିଆ କ’ଣ ସାରା ଭୂମଣ୍ଡଳ ଲୋକ ଚାହିଁ ରହିଥାନ୍ତି ଏହି ଦିନକୁ ।
“କଟକ ନଗର ଐତିହ୍ୟ ସହର
ବାଲିଯାତ୍ରା ଏଠି ଭାରି ମନୋହର
ସାଧବ ପୁଅଙ୍କ ଗୌରବ କାହାଣୀ
ସବୁରି ମୁଖରେ ରହିଛି ଏ ବାଣୀ” ।।
କଟକର “ଐତିହାସିକ ବାଲିଯାତ୍ରା”ରେ ସବୁଠାରୁ ଆକର୍ଷଣର ଜନମନକୁ ଟାଣିନେବାର କେନ୍ଦ୍ରବିନ୍ଦୁ ହେଉଛି “ଗଣକବି ବୈଷ୍ଣବପାଣି ମଞ୍ଚ” ! ସତେ ଯେପରି ବୋଇତରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହେଉଅଛି ସେହିପରି ଭ୍ରମ ସୃଷ୍ଟି ହୁଏ । ଦୀର୍ଘ ୯ଦିନ ଧରି ବାଲିଯାତ୍ରା ପଡିଆ କମ୍ପିଉଠେ ନାଚିଉଠେ ଦୋହଲିଉଠେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ । ଆମ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ନୁପୁର ଛନ୍ଦରେ ଝଙ୍କୃତ ହୋଇଉଠେ ମଞ୍ଚ। ବାଲିଯାତ୍ରା ମଞ୍ଚରେ ନୃତ୍ୟ/ସହ ସଂଗୀତ ପରିବେଷଣ କରିବା ପ୍ରତ୍ୟେକ କଳାକାର ପାଇଁ ଗର୍ବ ଓ ଗୌରବର କଥା। ତା’ସହ ଦେଶ ବିଦେଶର ଅଦ୍ଭୂତ ନୃତ୍ୟକଳା ମଧ୍ୟ ଜନମାନସକୁ ଆହ୍ଲାଦିତ କରିଥାଏ। ଏପରିକି ସମୟ ସ୍ରୋତରେ ଲୁଚିଯାଉଥିବା ପାଲା, ଦାସକାଠିଆ, କୀର୍ତ୍ତନ, ହାତବାଜା ଏପରି ଅନେକ କଳାକୁ ସାମ୍ନାକୁ ଆଣିଥାଏ ଏହି ମଞ୍ଚ।
ବାଲିଯାତ୍ରାକୁ ନେଇ ସାଂସ୍କୃତିକ ସଂଗଠନ ଗୁଡିକ ଢେର୍ ଉସ୍ଚାହିତ ଥାଆନ୍ତି। କଟକ ବାଲିଯାତ୍ରା ମଞ୍ଚରେ ନିଜ କଳାକୁ ପରିବେଷଣ କରିବା ପାଇଁ ସମସ୍ତଙ୍କ ଦୁର୍ବଳତା ଥାଏ।
“ଦିନଠାରୁ ରାତି ମହା ଆସର
ହସୁଥାଏ ଆମ ମହାନଗର
ନେତା ମନ୍ତ୍ରୀ ଭାରି ଭିଡ ଜମାନ୍ତି
ସବୁରି ହୃଦୟେ ଆସେ ପ୍ରଶାନ୍ତି
ଗଣକବି ଆମ ବୈଷ୍ଣବ ପାଣି
ମଞ୍ଚ ଡାକିଆଣେ କଳାକୁ ଟାଣି
ଦେଶ ବିଦେଶରୁ ଆସନ୍ତି ଛୁଟି
ହୃଦୟରେ ଛାପ ରହିଯାଏଟି” ।।
ପ୍ରତିଦିନ ନୂତନ ଅତିଥି ଅଭ୍ୟାଗତ ସହ ବହୁ ଅଭ୍ୟର୍ଥନାରେ ମଞ୍ଚ ପୁରିଉଠେ। “ଐତିହାସିକ ବାଲିଯାତ୍ରା”ରେ ସବୁଠାରୁ ଆକର୍ଷଣୀୟ ସାଜେ ପଲ୍ଲୀଶ୍ରୀମେଳା (ଓରମାସ୍ ଷ୍ଟଲ୍)। ସମସ୍ତଙ୍କ ପ୍ରିୟ ସର୍ବାଦୃତ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ଷ୍ଟଲ୍’ରେ ସମସ୍ତଙ୍କ ରୁଚିର ସଭିଙ୍କ ମନପସନ୍ଦ ସାମଗ୍ରୀ ସହ ସୁଖାଦ୍ୟ ଭୋଜନ ପରିବେଷଣରେ ମଧ୍ୟ ଅଗ୍ରଗଣ୍ୟ । ଏଥିରେ ପ୍ରାୟତଃ ଓଡିଶା ଏବଂ ଅନ୍ୟ ବହୁ ପ୍ରାନ୍ତରୁ ନିଜ ବର୍ଷଯାକ ଗୁଜୁରାଣ ଚଳଣିକୁ ମେଣ୍ଟାଇଥାନ୍ତି କହିଲେ ଅତ୍ୟୁକ୍ତି ହେବନି। ବହୁ ମୂଲ୍ୟବାନ ସାମଗ୍ରୀ ଏଠାରେ ମିଳିଥାଏ।
“ପଲ୍ଲୀଶ୍ରୀ ମେଳାରେ ଭିଡ ହଜାର
ଠୁଙ୍କାପୁରୀ ଖାଦ୍ୟ କେତେ ଆଦର
ଯାହା ତ ଖୋଜିବ ତାହା ପାଇବ
ସରିଗଲେ ଯାତ୍ରା ମନେପଡିବ” ।।
ସମସ୍ତେ ଚାହିଁଥାଆନ୍ତି କେବେ ଆସିବ ବାଲିଯାତ୍ରା ଆଉ ନିଜ ଘର ସଜେଇବାକୁ ଘରର ଅତ୍ୟାବଶ୍ୟକ ଜିନିଷ କିଣିବାକୁ ପାଦ ପଡିବ ବାଲିଯାତ୍ରା ପଡିଆରେ। ତେବେ ଅନ୍ୟ ସବୁ ଉତ୍ସବ ଗୁଡିକ ପ୍ରାୟତଃ ଖାଇବା ଓ ବୁଲିବାରେ ସୀମିତ ରହୁଥିବାବେଳେ ବାଲିଯାତ୍ରା ଉତ୍ସବ ବୁଲିବା ଓ ଖାଇବା ସହ କିଣାବିକାର ସୁଯୋଗ ଦେଇଥାଏ।
ସାରା ଦେଶରୁ ଆସୁଥିବା ସାମଗ୍ରୀ କିଣିବା ପାଇଁ ସଭିଏଁ ପ୍ରାୟ ଚାହିଁରହିଥାନ୍ତି ଏଇ ବାଲିଯାତ୍ରାକୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ ମାନେ ବି ଏହି ୯ଦିନ ନିଜର ବର୍ଷଯାକ ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ପଛକୁ ହଟିନଥାନ୍ତି। ବହୁମୂଲ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଝାଡୁ,ଶୁଖୁଆ ପର୍ଯ୍ୟନ୍ତ ସବୁକିଛି ମିଳୁଥିବାରୁ ସବୁବର୍ଗର ଲୋକ ଏହି ଯାତ୍ରାକୁ ଅପେକ୍ଷା କରିଥାନ୍ତି।
କଟକର “ଐତିହାସିକ ବାଲିଯାତ୍ରା” ନାଁ ଆସିଲେ ପ୍ରଥମେ ମନପଡେ ରାମଦୋଳି କଥା, ଯାହା ବହୁ ଦୂରଦୁରାନ୍ତରୁ ମଧ୍ୟ ଲକ୍ଷ୍ୟ କରି ହୁଏ। ତା ଆକର୍ଷଣୀୟ ଲାଇଟ୍ ଏବଂ ସୁଉଚ୍ଚ ଦୋଳିଦେଖିଲେ ମନ ପୁରିଉଠେ । ଆଉ ଯିଏ ସେଥିରେ ବସିଛି ମନରେ ଡରଥିଲେ ଡରିଛି ନଚେତ୍ ତା’ର ଆନନ୍ଦ ନେଇଛି। ଏହି ରାମଦୋଳି ପାଇଁ କଟକ ଐତିହାସିକ ବାଲିଯାତ୍ରା ପଡିଆ ୯ଦିନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏହାକୁ ନିର୍ମାଣ ନିମନ୍ତେ ବହୁ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତା’ସହ ଥାଏ ଅନ୍ୟାନ୍ୟ ମଜାଦାର ଖେଳ ବ୍ରେକଡ୍ୟାନ୍ସ, ରାଙ୍ଗର ରାଇଡ୍, ଡ୍ରାଗନ୍ ରାଇଡ୍, ଟୋରାଟୋରା ପରି ଅନେକ କୌତୁହଳ ପ୍ରଦ ଖେଳ ଖେଳିବାକୁ ମିଳେ ଆମ ବାଲିଯାତ୍ରାରେ। ଆଉ ମଧ୍ୟ ଛୋଟକୁନି ପିଲାଙ୍କ ପାଇଁ ଛୋଟ ଚକ୍ରିର ମେଳା ପଡେ। ଯାହାର ମଜାନେଇଥାନ୍ତି କୁନି କୁନି ପିଲାମାନେ ତାଙ୍କ ସହ ଆସିଥିବା ଘରୋଇ ଲୋକମାନଙ୍କର ମଧ୍ୟ ପିଲାଦିନର ସ୍ମୃତି କୁ ଉଜ୍ଜୀବିତ କରେ । ତେବେ ଅନ୍ୟ ସବୁ ଉସ୍ଚବଗୁଡିକ ପ୍ରାୟତଃ ଖାଇବା ଓ ବୁଲିବାରେ ସୀମିତ ରହୁଥିବାବେଳେ ବାଲିଯାତ୍ରା ଉତ୍ସବ ବୁଲିବା ଓ ଖାଇବା ସହ କିଣାବିକାର ସୁଯୋଗ ଦେଇଥାଏ । ସାରା ଦେଶରୁ ଆସୁଥିବା ସାମଗ୍ରୀ କିଣିବା ପାଇଁ ସଭିଏଁ ପ୍ରାୟ ଚାହିଁରହିଥାନ୍ତି ଏଇ ବାଲିଯାତ୍ରାକୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ ମାନେ ବି ଏହି ୯ଦିନ ନିଜର ବର୍ଷଯାକ ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ପଛକୁ ହଟିନଥାନ୍ତି। ବହୁମୂଲ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଝାଡୁ,ଶୁଖୁଆ ପର୍ଯ୍ୟନ୍ତ ସବୁକିଛି ମିଳୁଥିବାରୁ ସବୁବର୍ଗର ଲୋକ ଏହି ଯାତ୍ରାକୁ ଅପେକ୍ଷା କରିଥାନ୍ତି ।
କଟକର “ଐତିହାସିକ ବାଲିଯାତ୍ରା” ନା ଆସିଲେ ପ୍ରଥମେ ମନପଡେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବିଷୟରେ। ଆମିଷ ଠାରୁ ନେଇ ନିରାମିଷ ସବୁ ପ୍ରକାରର ସମସ୍ତଙ୍କ ରୁଚିର ଖାଦ୍ୟ ଷ୍ଟଲ ଏଠାରେ ପଡିଥାଏ । ବିଭିନ୍ନ ରକମର ଖାଦ୍ୟ “ବାଦାମ୍ ଠୁ ଆରମ୍ଭ କରି ଥଣ୍ଡାପାନ” ପର୍ଯ୍ୟନ୍ତ ଖାଇବାପାଇଁ ଏଠାରେ ମିଳେ। ଯାହା ଖୋଜିବ ତାହା ପାଇବ । ଭିନ୍ନ ଭିନ୍ନ ପ୍ରାନ୍ତରୁ ଛୁଟିଆସନ୍ତି ତାଙ୍କ ପ୍ରସିଦ୍ଧ ଖାଦ୍ୟକୁ କଟକର ବାଲିଯାତ୍ରା ରେ ପରଶିବା ପାଇଁ । ଆଉ ସମସ୍ତେ ପ୍ରତିଟି ପ୍ରାଣୀ ସେହି ସୁସ୍ୱାଦୁ ଖାଦ୍ୟ ଖାଇ ଖାଇବାର ମଜା ନେଇଥାଆନ୍ତି ତାକୁ ମନଭରି ଉପଭୋଗ କରିଥାଆନ୍ତି। ଖାଦ୍ୟ ଷ୍ଟଲ୍ ଗୁଡିକରେ ପ୍ରାୟତଃ ବହୁତ ଭିଡ ଲକ୍ଷ୍ୟ କରାଯାଏ । ଆଉ ପ୍ରତିବର୍ଷ କିଛି ଅଲଗା ପ୍ରକାରର ଖାଦ୍ୟ ନେଇ କଟକ ବାଲିଯାତ୍ରା ଆସେ ଏବଂ ତାକୁ ଖାଇ ସମସ୍ତେ ଖୁସିପାଆନ୍ତି ଓ ସବୁଦିନ ପାଇଁ ମନ ମଧ୍ୟ ରଖିଥାଆନ୍ତି ।
“ନାନା ଦୋକାନରେ ଭାରି ଗହଳି
କିଣନ୍ତି ଜିନିଷ ଭେଳିକି ଭେଳି
ଯେତେ ଆଣିଲେ ବି ମନମାନେନି
ବାଲିଯାତରାର କଥା ସରେନି” ।।

Balijatra/Baliyatra

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago