ଲେଖା: ଶଶାଙ୍କ ତରାଇ

କିଛି ଇତିହାସ ଏମିତି ରଚାଯାଇଛି ଯାହା ଆଜି ଯାଏଁ ଜୀବିତ, ତାହାରି ଭିତରୁ ଗୋଟିଏ ଇତିହାସ ହେଉଛି କଟକ ବାରବାଟୀ ଷ୍ଟାଡିୟମର ଇତିହାସ ।

ତେବେ ଏଥିରେ କଣ ଇତିହାସ ଅଛି ?

ବାରବାଟୀ ଷ୍ଟାଡିୟମ୍’କୁ ତ ସମସ୍ତ ଜାଣନ୍ତି ଏବଂ ତାହାରି ପାଇଁ ଓଡ଼ିଶାରେ କଟକ କ୍ରୀଡା ରାଜଧାନୀ ହୋଇଥିଲା ଓ ଓଡ଼ିଶାର କ୍ରୀଡା ଭିତ୍ତିଭୂମିର ମୂଳଦୁଆ ପଡ଼ିଥିଲା ଏହି ମାଟିରେ, ପୁଣି ଏଥିରେ ଇତିହାସ କଣ ଲୁଚି ଯାଇଛି ?

କିନ୍ତୁ ବାସ୍ତବରେ ଇତିହାସ ପୁରା ଅଲଗା ଥିଲା, କଥା ଥିଲା ଏହାର ନିର୍ମାଣର ଇତିହାସ ।

ସ୍ବାଧୀନତାର ପରବର୍ତ୍ତୀ ସମୟରେ ଓଡ଼ିଶାରେ ଫୁଟବଲ୍ ଖେଳ ଦେଖିବାର ଚାହିଦା ଓ ଲୋପ୍ରିୟତା ଢେର୍ ଅଧିକ ଥିଲା। କିନ୍ତୁ ସେତେବେଳେ ଓଡ଼ିଶାରେ କ୍ରୀଡାର ଭତ୍ତିଭୂମି ନଥିଲା । କଟକ ବାଲିଯାତ୍ରାର ଉପର ପଡିଆ ଥିଲା କ୍ରୀଡାକ୍ଷେତ୍ର ପାଇଁ ବିକଳ୍ପ, ଯାହା କିଲ୍ଲାପଡିଆ ଭାବେ ପରିଚିତ ।

କିଲ୍ଲାପଡିଆ ଠାରେ ୧୯୪୯ ମସିହା ଅଗଷ୍ଟ ମାସରେ କଟକ ଏକାଦଶ ଓ କଲିକତା ଭବାନୀପୂର କ୍ଲବ ମଧ୍ୟରେ ଚାଲିଥିଲା ଫୁଟବଲ୍ ଖେଳ । ଦର୍ଶକଙ୍କ ମଧ୍ୟରେ ଥିଲା ନାହିନଥିବ ଉତ୍କଣ୍ଠା । ରାଜ୍ୟର କୋଣ ଅନୁକୋଣରୁ  ଛୁଟିଆସିଥିଲା ହଜାର ହଜାର ସଂଖ୍ୟାର ଲୋକଙ୍କ ସୁଅ । ତାହାରି ଭିତରେ ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ଲୋକଙ୍କ ଉତ୍କଣ୍ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମହତାବ ମଧ୍ୟ ଖେଳର ମଜା ନେବା ସହ ଚିନ୍ତା କରି ଘୋଷଣା କଲେ ଆଗାମୀ ଦିନରେ କଟକରେ କ୍ରୀଡାର ବିକାଶ ପାଇଁ ଏକ ଷ୍ଟାଡିୟମ୍ ନିର୍ମାଣ କରାଯିବ । ପରେ ଏହାକୁ ଆଖିରେ ରଖି ଶ୍ରୀ ମହତାବଙ୍କ ଉଦ୍ୟମରେ କିଲ୍ଲାପଡିଆ ପାଖରେ ୧୨ ଏକର ଜାଗାକୁ କ୍ରୀଡା ଭିତ୍ତଭୂମିଋ ବିକାଶ ପାଇଁ ଲିଜ୍ ଆକାରରେ ନିଆଗଲା । କିନ୍ତୁ ଚିନ୍ତାର କାରଣ ପାଲଟିଲା ଗୋଟିଏ ଷ୍ଟାଡିୟମ୍ ପାଇଁ ଏତେ ଅର୍ଥ ଆସିବ କେଉଁଠୁ ? ସେତେବେଳେ ନୂତନ ଭାବେ କଟକରେ ଗଠନ ହୋଇଥିବା ଓଡ଼ିଶା ଓଲମ୍ପିକ ଆସୋସିଏସନ୍ (ଓଓଏ) ପାଖରେ ନଥିଲା ଏତେ ପରିମାଣର ଟଙ୍କା, ଯାହା ପାଇଁ ବଡ଼ ଦ୍ଵନ୍ଦ ସୃଷ୍ଟି ହେଲା ଆଉ ଏହାର ନିର୍ମାଣ ପାଇଁ ଗୋଟିଏ ପ୍ରକାର ପ୍ରତିବନ୍ଧକ ଲାଗିଗଲା । ଏମିତି କିଛି ଦିନ ଗଡି ଗଲା ପରେ ଶେଷରେ ମିଳିଲା ବାଟ ଯାହା ଷ୍ଟାଡିୟମ୍ ନିର୍ମାଣ ପାଇଁ ସହାୟକ ହେଲା ।  ସେତେବେଳେ ଓଡିଶା ଓଲମ୍ପିକ୍ ଅସୋସିଏସନର ସାଧାରଣ ସମ୍ପାଦକ ଥିଲେ ଭୈରବ ଚନ୍ଦ୍ର ମହାନ୍ତି

ଦିନେ ଏମିତି ସନ୍ଧ୍ୟାରେ ଚାହା ପିଉଥିବା ସମୟରେ (ଓଓଏ) କାର୍ଯ୍ୟାଳୟରେ ଭୈରବ ଚନ୍ଦ୍ର ମହାନ୍ତି, ସୈଲେନ୍ କୁମାର ରାୟ ଓ  ମିହିର କୁମାର ରାଓଙ୍କ ସହ ଆଲୋଚନା କରି ଷ୍ଟାଡିୟମ୍ ନିର୍ମାଣ ପାଇଁ ଗୋଟେ ପ୍ରୟାସ କରିଥିଲେ ଯାହା ଥିଲା ଲଟେରୀ ବ୍ୟବସ୍ଥା । ଆଲୋଚନାରେ ଲଟେରୀ ବ୍ୟବସ୍ଥାରେ ହି ଏହା ସମ୍ଭବ ବୋଲି କୁହା ଯାଇଥିଲା ଯାହା ‘ବାରବାଟୀ ରାଫେଲ’ ନାମରେ ପରିଚିତ ହେଲା ଲଟେରୀ ଟିକେଟ ଯାହାର ମୂଲ୍ୟ ଥିଲା ମାତ୍ର ୧ ଟଙ୍କା । ଲୋକଙ୍କ ମଧ୍ୟରେ ଏହି ଟିକେଟ କିଣିବା ଉତ୍ସାହ ଅଧିକ ଥିଲା ।


ଚାହୁଁ ଚାହୁଁ ଏହି ବାରବାଟୀ ରାଫେଲ ଲଟେରୀ ଟିକେଟର ଲୋକପ୍ରିୟତା ବଢିଲା ଓ ଶେଷରେ ୧୯୬୫ ମସିହା ଜୁନ୍ ମାସ ୨୭ ତାରିଖରେ ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଉପସ୍ଥିତିରେ ଏହାର ଉଠାଣ ହେଲା । ଲଟେରୀ ଉଠାଣରେ ଘୋଷିତ ବିଜେତାଙ୍କୁ ନିର୍ଦ୍ଧାରିତ ପୁରସ୍କାର ରାଶି ପ୍ରଦାନ କରାଗଲା  । ତେବେ ଏହି ବାରବାଟୀ ରାଫେଲ ଲଟେରୀ ଟିକେଟ୍’ରୁ ଆଦାୟ ଅର୍ଥରାଶିରୁ ବାରବାଟି ଷ୍ଟାଡିୟମ୍ ନିର୍ମାଣ ହୋଇପାରିଥିଲା ।

୧୨ ଏକର ଜାଗାରେ ହୋଇଥିବା ଏହି କ୍ରୀଡା ଭୂମି ବାରବାଟୀ ଷ୍ଟାଡିୟମ୍ ନାମରେ ବିଶ୍ୱରେ ପରିଚିତ ହେଲା । ଫୁଟବଲ୍ ସହ ହକି, ଆଥଲେଟିକ୍ ଓ ପରେ କ୍ରିକେଟ୍ ଖେଳ ଖେଳାଯାଇ ସ୍ୱର୍ଣିମ ଇତିହାସ ରଚିଯାଇଛି ଯାହା ଆଜି ବି କଟକ ମାଟିରେ ସଗର୍ବେ ଦଣ୍ଡାୟମାନ ହେବା ସହ ଓଡ଼ିଶାର କ୍ରୀଡା ଇତିହାସ ବଖାଣୁଛି ।

Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago