ଲେଖା: ଦେଵ ତ୍ରିପାଠୀ
୧୯୩୮ ମସିହା ଅକ୍ଟୋବର ଦଶ ତାରିଖ I ଇଷ୍ଟର୍ଣ୍ଣ ଷ୍ଟେଟ୍ ଏଜେନ୍ସିର ଫୌଜମାନେ ଭୁବନ ଗାଁରେ ଆତଙ୍କ ସୃଷ୍ଟି କରି ଢେଙ୍କାନାଳ ଫେରନ୍ତା ବାଟରେ ବ୍ରାହ୍ମଣୀ ନଦୀକୂଳ ନୀଳକଣ୍ଠପୁର ଗାଁ ଘାଟରେ ଗଡ଼ଜାତ ଆନ୍ଦୋଳନର ସଂଗ୍ରାମୀମାନଙ୍କର ସମ୍ମୁଖୀନ ହେଲେ I ବିପ୍ଳବୀମାନେ ସିପାହୀମାନଙ୍କୁ ନଈପାରି କରିଦେବା ପାଇଁ ଅଡ଼ି ବସିଲେ, ଫଳତଃ ଦୁଇ ପକ୍ଷର ସଂଘର୍ଷରେ ସାତ ଜଣ ସଂଗ୍ରାମୀ ସିପାହୀ ଗୁଳିର ଶିକାର ହେଲେ I ସେମାନଙ୍କ ମଧ୍ୟରେ ଥିଲା ବାର ବର୍ଷର ବାଜିଆ I ଶହୀଦର ସ୍ୱୀକୃତି ନେଇ କାଳ କାଳପାଇଁ ବାଜି ରାଉତ ପାଲଟିଗଲା ଏକ ମିଥ୍ I
ଗୁଳିଚୋଟରେ ବାଜିଆ ସବୁଦିନ ପାଇଁ ଆଖି ବୁଜିଲା, ମାତ୍ର ଶହୀଦ ହୋଇଗଲା, ମହାବୀର ପରି ବଞ୍ଚିଲା, ପ୍ରଥମବୀରର ମାନ୍ୟତା ପାଇଲା I
ଆଜି ବାଜିଆର ଜୀବନ ଓ ବୀରପଣକୁ ନେଇ କେତେ ଗପ, ଗୀତ, ନାଟକ ଲେଖା ଯାଇଛି I କେତେ ତୁଣ୍ଡରେ, କେତେ ଶ୍ରଦ୍ଧାରେ ସେ ପ୍ରସାରିତ ହୋଇଛି I କେତେମଣିଷଙ୍କ ଜୀବନକୁ ଅନ୍ଧାର ଭିତରୁ ଆଲୁଅ ଆଡ଼କୁ ଆକର୍ଷି ଆଣିଛି, ନୂଆ ଭାବରେ ତିଆରି କରିଛି I ତା’ କଥା ଅନ୍ଧାରୀ ମୁଲକର ଦୀପଟିଏ ପରି ରହିନି I ସେ ନଈକୂଳରୁ ଦେଶ ଭିତରକୁ ଆସିଛି, ପବନ ଓ ଆଲୋକରେ ମିଶିଯାଇଛି I
ଅନେକ ଭୀରୁଙ୍କୁ ବୀର କରିବାର କାରଣ ହୋଇଛି ବାଜି ରାଉତ। ଅନେକଙ୍କ ଚେତନାର ଶୀତଳତାକୁ ସେ ତତେଇ ଦେଇଛି । ଉଷ୍ମତାର ଉତ୍ସଟିଏ ହୋଇ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସେ ବିପ୍ଳବ ଓ ସତ୍ୟର ଶିଖା ପରି ଜଳିଉଠିଛି I ନିଜେ ଜଳିଛି ଏବଂ ଅନେକଙ୍କୁ ଜଳାଇଛି । ସେଇ ଜ୍ୱଳନର ତେଜ ଦିଗବିଦିଗରେ ପ୍ରସରି ଯାଇଛି । ଅନେକଙ୍କ ମଥାରେ ସେ ବିପ୍ଳବର ଶିରପା ବାନ୍ଧିଛି ।
ମରଣ ଓ ଚିରନ୍ତନ ବର୍ତ୍ତମାନର ଯେ କାରଣହୋଇପାରେ–ଅତି ଶରଧାରେ ଏ ସତ୍ୟକୁ ଯେପରି ସେ ଘୋଷଣା କରୁଛି I
ଏ ଦେଶର ତିମିର ତଳେ ଲୁଚିଲୁଚି ଯାଉଥିବା ସେଇ ମୁକ୍ତିସଳିତା ବାଜି ରାଉତ ବୀରଙ୍କ ପ୍ରତି ଅନ୍ତରଙ୍ଗ କଳିଙ୍ଗ କୋଟି ପ୍ରଣିପାତ କରୁଛି ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago