ଲେଖା: ଦେଵ ତ୍ରିପାଠୀ
୧୯୩୮ ମସିହା ଅକ୍ଟୋବର ଦଶ ତାରିଖ I ଇଷ୍ଟର୍ଣ୍ଣ ଷ୍ଟେଟ୍ ଏଜେନ୍ସିର ଫୌଜମାନେ ଭୁବନ ଗାଁରେ ଆତଙ୍କ ସୃଷ୍ଟି କରି ଢେଙ୍କାନାଳ ଫେରନ୍ତା ବାଟରେ ବ୍ରାହ୍ମଣୀ ନଦୀକୂଳ ନୀଳକଣ୍ଠପୁର ଗାଁ ଘାଟରେ ଗଡ଼ଜାତ ଆନ୍ଦୋଳନର ସଂଗ୍ରାମୀମାନଙ୍କର ସମ୍ମୁଖୀନ ହେଲେ I ବିପ୍ଳବୀମାନେ ସିପାହୀମାନଙ୍କୁ ନଈପାରି କରିଦେବା ପାଇଁ ଅଡ଼ି ବସିଲେ, ଫଳତଃ ଦୁଇ ପକ୍ଷର ସଂଘର୍ଷରେ ସାତ ଜଣ ସଂଗ୍ରାମୀ ସିପାହୀ ଗୁଳିର ଶିକାର ହେଲେ I ସେମାନଙ୍କ ମଧ୍ୟରେ ଥିଲା ବାର ବର୍ଷର ବାଜିଆ I ଶହୀଦର ସ୍ୱୀକୃତି ନେଇ କାଳ କାଳପାଇଁ ବାଜି ରାଉତ ପାଲଟିଗଲା ଏକ ମିଥ୍ I
ଗୁଳିଚୋଟରେ ବାଜିଆ ସବୁଦିନ ପାଇଁ ଆଖି ବୁଜିଲା, ମାତ୍ର ଶହୀଦ ହୋଇଗଲା, ମହାବୀର ପରି ବଞ୍ଚିଲା, ପ୍ରଥମବୀରର ମାନ୍ୟତା ପାଇଲା I
ଆଜି ବାଜିଆର ଜୀବନ ଓ ବୀରପଣକୁ ନେଇ କେତେ ଗପ, ଗୀତ, ନାଟକ ଲେଖା ଯାଇଛି I କେତେ ତୁଣ୍ଡରେ, କେତେ ଶ୍ରଦ୍ଧାରେ ସେ ପ୍ରସାରିତ ହୋଇଛି I କେତେମଣିଷଙ୍କ ଜୀବନକୁ ଅନ୍ଧାର ଭିତରୁ ଆଲୁଅ ଆଡ଼କୁ ଆକର୍ଷି ଆଣିଛି, ନୂଆ ଭାବରେ ତିଆରି କରିଛି I ତା’ କଥା ଅନ୍ଧାରୀ ମୁଲକର ଦୀପଟିଏ ପରି ରହିନି I ସେ ନଈକୂଳରୁ ଦେଶ ଭିତରକୁ ଆସିଛି, ପବନ ଓ ଆଲୋକରେ ମିଶିଯାଇଛି I
ଅନେକ ଭୀରୁଙ୍କୁ ବୀର କରିବାର କାରଣ ହୋଇଛି ବାଜି ରାଉତ। ଅନେକଙ୍କ ଚେତନାର ଶୀତଳତାକୁ ସେ ତତେଇ ଦେଇଛି । ଉଷ୍ମତାର ଉତ୍ସଟିଏ ହୋଇ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସେ ବିପ୍ଳବ ଓ ସତ୍ୟର ଶିଖା ପରି ଜଳିଉଠିଛି I ନିଜେ ଜଳିଛି ଏବଂ ଅନେକଙ୍କୁ ଜଳାଇଛି । ସେଇ ଜ୍ୱଳନର ତେଜ ଦିଗବିଦିଗରେ ପ୍ରସରି ଯାଇଛି । ଅନେକଙ୍କ ମଥାରେ ସେ ବିପ୍ଳବର ଶିରପା ବାନ୍ଧିଛି ।
ମରଣ ଓ ଚିରନ୍ତନ ବର୍ତ୍ତମାନର ଯେ କାରଣହୋଇପାରେ–ଅତି ଶରଧାରେ ଏ ସତ୍ୟକୁ ଯେପରି ସେ ଘୋଷଣା କରୁଛି I
ଏ ଦେଶର ତିମିର ତଳେ ଲୁଚିଲୁଚି ଯାଉଥିବା ସେଇ ମୁକ୍ତିସଳିତା ବାଜି ରାଉତ ବୀରଙ୍କ ପ୍ରତି ଅନ୍ତରଙ୍ଗ କଳିଙ୍ଗ କୋଟି ପ୍ରଣିପାତ କରୁଛି ।
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago