ଡଃ ମାୟାଧର ମାନସିଂହ

“ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ରୁଦ୍ର ହେ ତବ ଡମ୍ବରୁ ଘର ଘୋଷରେ
ସ୍ତବ କି ତବ ସୂର୍ଯ୍ୟ ହେ
ସୁପ୍ତ ଏ ଜାତି ତେଜି ଲା ଜଡ଼ିତା ଶେଷରେ,
ଗୋଟି ଗୋଟି କରି ଜଳାଇ ଯାଇଛି
ଦେଲ ତୁମେ ନିଜେ ଜୈତୁ-କୁସୁମ ଲଗାଇ
କୋଟିଏ ଜାତୀୟ ସୂର୍ଯ୍ୟ ଯେ !

ଜନନୀ କେଶରେ
ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାଇଁ ଯେ,
ଯଶଲାଗି ତାର ଝସାଇ ପଶିଲ
ମରଣ ନଇଁବ ତମର ବିଜୟ ପାଇଁ ଯେ,
ଯୁଦ୍ଧ ପରମ ବୀର୍ଯ୍ୟ ହେ
ସ୍ୱଭାବ ଛାଡ଼ିବ ଦେଖି ସେ ଅମୋଘ ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ ।।

ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?
ଭୀଷ୍ମ ହେ ବାଛି ନେଇଥିଲେ ନିଜ ଅୟନ
ରଣ-ସଂକୁଳ ପଣ-ପିଛିଳ ଗହନ
ପରପାଇଁ କେତେ ବରିଅଛ ଶରଶୟନ
ବଜାଇ ଚାଲିଛି ଏକା ଏକା ରଣ ତୃର୍ଯ୍ୟ ହେ
ଆର୍ଯ୍ୟ ହେ ଚୀର ଚର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?
ନବ ପୁଙ୍ଗବ ମତେ ଦେଖିଲା ଯାହାକୁ
ବୀରସନ୍ତାନ ପରି ଚିନ୍ହାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା ।

ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା । ଓଡ଼ିଶାର ଯଶଗୌରବ ଥିଲା ତାଙ୍କ ପାଇଁ ପ୍ରେରଣାର ଉତ୍ସ । ଅପଯଶ ତାଙ୍କୁ ଦେଉଥିଲା ଅଜସ୍ର ଯନ୍ତ୍ରଣା। ତାଙ୍କର ପ୍ରତିଟି କର୍ମ ଥିଲା ଓଡ଼ିଆ ଜାତୀୟ ଜୀବନର ଉତ୍ଥାନ ପାଇଁ ଅଭିପ୍ରେତ ଅବମାନରେ ବି ସେ ପାଲଟିଛନ୍ତି ଓଡ଼ିଆ ଜାତିର ବତୀଘର । ପଥ ପ୍ରଦର୍ଶକ ।

ଉପସ୍ଥାପନା: ରୂଷିରାଜ ପଟ୍ଟନାୟକ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago