ବେଳେ ବେଳେ ଏହି ପକ୍ଷୀ ସମୂହ ଧାନ କଟା ପରେ ଖାଲି ବିଲରେ ରୁଣ୍ଡ ହେଇପଡନ୍ତି । କ’ଣ ପୁଳାଏ ଖୁଣ୍ଟି ସାଉଁଟି ପକାନ୍ତି ଘାସରୁ । ପୁଣି ଅତର୍କିତ ଉଡି ଯାଆନ୍ତି ଏକ ଆକାଶର ଲହଡ଼ି ସୃଷ୍ଟିକରି ଯୁଆଡେ ପାରେ ସିଆଡେ । ତାଳବଣ ଏମାନଙ୍କ ଯୋଗୁଁ ଖୁବ୍ କୋଳାହଳ ହେଇ ପଡ଼ିଥାଏ ।
ମୁଁ ସ୍କୁଲରୁ ଫେରିଲେ ଘଣ୍ଟା ଘଣ୍ଟା ମନ୍ତ୍ରମୁଗ୍ଧ ହୋଇ ଦେଖେ ସେମାନଙ୍କୁ । ବର୍ଷା ସମୟରେ ଆହୁରି କମନୀୟ ଦିଶେ ସେ ଦୃଶ୍ୟ । କଳାହାଣ୍ଡିଆ ମେଘକୁ ଉତ୍ତରା ପବନ । ବାଇଚଢ଼େଇ ବସା ଗୁଡ଼ିକ ଝୁଲା ପରି ଦୋହଲି ଦୋହଲି ହଲୁଥାଏ ପବନରେ । ନିଡର ଚଢେଇ ଆନନ୍ଦରେ ଦୋହଲନ୍ତି ପବନରେ । ସ୍କୁଲ୍ ଫେରନ୍ତା ରାସ୍ତାରେ ଛତାକୁ ଆଡେଇ ଖୁବ୍ ଦେଖିବାକୁ ମନହୁଏ ସେମାନଙ୍କୁ। ବର୍ଷାରେ ଓଦା ହେଇ ଯିବାର ଭ୍ରୁକ୍ଷେପ ନଥାଏ ସେତେବେଳେ ।
ଆଦ୍ୟ ବସନ୍ତରେ ମାଳ ମାଳ ହେଇ ଉଡିଯା’ନ୍ତି ଆକାଶରେ କେତେ ବେଳେ ଲାଲ୍ ସୂର୍ଯ୍ୟକୁ ଘୋଡେଇ ପକାନ୍ତି ତ କେତେବେଳେ ଅନନ୍ତ ଆକାଶରେ ଲହଡ଼ି ମାରି ଉଡିବୁଲନ୍ତି ବାଇଚଢ଼େଇ । ଦଳ ଗତ ଭାବରେ ଓହ୍ଲେଇ ପଡନ୍ତି ଫସଲ କ୍ଷେତରେ । ପୋକ ଯୋକ କାଠି କୁଟା ଆବଶ୍ୟକ ଅନୁଯାୟୀ ଉଠେଇ ନିଅନ୍ତି ଥଣ୍ଟରେ । ପୁଣି ଏକା ସାଥିରେ ଉଡି ଯାଆନ୍ତି ଆକାଶ ଆଡ଼େ । ସନ୍ଧ୍ୟାରେ ପୁଣି ତାଳ ଗଛ ଘରେ ସବୁ ଏକାଠି ହୁଅନ୍ତି। ପୁଣି ରାତ୍ରୀ ଯାପନ ପରେ ସକାଳର ଅପେକ୍ଷାରେ ଚଢ଼େଇର ସଂସାର ।
ସତରେ ପ୍ରକୃତିର ସର୍ଜନା ଅତି ଚମତ୍କାର । ସୂର୍ଯ୍ୟ ଚନ୍ଦ୍ର ତାରା ପଶୁ ପକ୍ଷୀ ଜୀବଜନ୍ତୁ ସମସ୍ତଙ୍କୁ କେଡେ ଯତ୍ନରେ ଗଢିଛି ସ୍ରଷ୍ଟା କିନ୍ତୁ ମଣିଷ ଆଜି ସ୍ବାର୍ଥପର ହେଇ ସେମାନଙ୍କୁ ନଷ୍ଟ କରିବାକୁ ବସିଛି ।
ଅଧିକ ପାଠପଢା ନେଇ ଗାଆଁ ଛାଡିଲି । ଗାଁର ଏକ ବିଶେଷ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍ ମନେ ପକେଇ ଦୁଃଖୀ ହୁଏ ସହରୀ ଜୀବନରେ । କଲେଜରେ । ସମୟ ସହିତ ଭୁଲି ଭୁଲି ଆସୁଥାଏ ଯେମିତି ସେ ପ୍ରାକୃତିକ ପରିସ୍ଥିତିକୁ ।
୧୯୯୯ ବାତ୍ୟା ପରେ ବାଇଚଢ଼େଇ କୁଆଡେ ଉଭେଇ ଗଲେ ଗାଆଁ ଗଣ୍ଡାରୁ । ସ୍ବଭାବତଃ ସେମାନେ ଆଉ ଦେଖିବାକୁ ମିଳିଲେ ନାହିଁ । ଯେମିତି ବିଲୁପ୍ତ ହେଇଗଲା ପରି ଲାଗିଲେ । ୧୯୯୯ ମହାବାତ୍ୟା ବେଳକୁ ମୁଁ ଦିଲ୍ଲୀରେ ଥିଲି । ବାତ୍ୟା ପରେ ଗାଆଁକୁ ଫେରି ଗାଁର ଶ୍ରୀହୀନ ପରିସ୍ଥିତିକୁ ଦେଖିଲି । ମନରେ ପ୍ରଶ୍ନ ଉଠୁଥିଲା ବିଚରା ବାଇଚଢ଼େଇ ସବୁ ବାତ୍ୟାରେ ମର୍ମଦୁନ୍ତ ମୃତ୍ୟୁବରଣ କରଛନ୍ତି ।
କିଛିବର୍ଷ ପରେ ଅନ୍ୟ ପକ୍ଷୀ ମାନେ ଫେରିଲେ ପ୍ରକୃତି କୋଳକୁ କିନ୍ତୁ ବାଇଚଢ଼େଇ ଦେଖିବାକୁ ମିଳିଲେ ନାହିଁ, ଅନେକ ଦିନ ପର୍ଯ୍ୟନ୍ତ ! ବେଳେ ବେଳେ ଲାଗୁଥିଲା ଏମାନେ ବିଲୁପ୍ତ ହେଇଗଲେଣି !
ଏବେ ଆଶ୍ୱାସନାର ବିଷୟ ଗାଁଗହଳିରେ, ତାଳଗଛରେ ପୁଣି ବାଇଚଢ଼େଇ ଦେଖିବାକୁ ମିଳିଲେଣି । ପୁଣି ସେଇ ଚଢ଼େଇଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ସତେ ଯେମିତି ପୁଣି ପ୍ରକୃତି କୋଳରେ ପୃଥିବୀର ବିଶେଷ ସୃଷ୍ଟି ଫେରି ଆସିଲାଣି ।
© ଅକ୍ଷୟ ଓଝା, ରାଇଁଲୋ,ନୂଆପଡ଼ା, ଆଳି,କେନ୍ଦ୍ରାପଡ଼ା
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…