ଲେଖା: ଶିଶିର ସାହୁ ମନୋଜ

ମାନକ ଓଡ଼ିଆ ଭାଷା ଵା ଯାହାକୁ ବହି ଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି ।

ଭ୍ରମ ଧାରଣା (୧)
ବହି ଭାଷା ଵା ମାନକ ଓଡ଼ିଆ (ଶାସ୍ତ୍ରୀୟ) ଭାଷା = କଟକୀ ଭାଷା

★ପ୍ରକୃତ ସତ୍ଯ★
ବହି ଭାଷା କଟକୀ ନୁହେଁ, ଯିଏ କଟକର ଗ୍ରାମାଞ୍ଚଳରେ ରହିଛି ସିଏ ଯେ ସ୍ପଷ୍ଟ ଭାବରେ କହିପାରେ ?

ନା !!! ବହି ଭାଷା କଟକୀ ଆଦୌ ନୁହେଁ ।

ଯଥା କେତେକ ଉଦାହରଣ ଦେଖନ୍ତୁ 
ମାନକ ଓଡ଼ିଆରେ ‘ସେବେ’ ‘ଏବେ’ କୁହାଯାଏ କିନ୍ତୁ କଟକୀ ଶୈଳୀରେ କୁହନ୍ତି ‘ସେଭେ’, ‘ଏଭେ’ । ମାନକ ଓଡ଼ିଆରେ ‘ତୁମେ’ କୁହାଯାଏ କଟକୀ ଶୈଳୀରେ ‘ତେମେ’ କୁହନ୍ତି । ଏଇଭଳି ଲକ୍ଷାଧିକ ଉଦାହରଣ ରହିଛି । ଅଵିଭକ୍ତ କଟକ ଜିଲ୍ଲାରେ ଲକ୍ଷାଧିକ ସ୍ଥାନୀୟ ଶବ୍ଦ ରହିଛି କିନ୍ତୁ ସେଗୁଡ଼ିକ ମାନକ ଓଡ଼ିଆରେ ସ୍ଥାନପାଇ ନାହିଁ ।

ଭ୍ରମ ଧାରଣା (୨) 
ପୂର୍ଵାଞ୍ଚଳର କଥିତ ଓଡ଼ିଆ ଶୈଳୀ ହେଉଛି ମାନକ ଓଡ଼ିଆ କଥିତ ଶୈଳୀ

★ପ୍ରକୃତ ସତ୍ଯ★
କଟକୀ ଶୈଳୀ ମାନକ କଥିତ ଶୈଳୀ ନୁହେଁ ଵରଂ ଯେଉଁ କଥିତ ଓଡ଼ିଆ ଭାଷାରେ ଜଣେ ବ୍ରହ୍ମପୁରର ଲୋକ ସହ ଜଣେ ସମ୍ବଲପୁରଵାସୀ କଥା ହୁଏ, ଯେଉଁ କଥିତ ଶୈଳୀରେ ଜଣେ ବାଲେଶ୍ବରଵାସୀ ସହ ଆନଜଣେ ଢେଙ୍କାନାଳିଆ କଥା ହୁଏ ସେଇ କଥିତ ଶୈଳୀକୁ ମାନକ କଥିତ ଶୈଳୀ କୁହାଯାଏ ।

ଭ୍ରମ ଧାରଣା (୩)
କେଵଳ ବହିଭାଷା ଵା ମାନକ ଶାସ୍ତ୍ରୀୟ ଓଡ଼ିଆ ଏଵଂ ଵାକି ସବୁ ତାହାର ଶୈଳୀ

★ପ୍ରକୃତ ସତ୍ୟ★
ଶାସ୍ତ୍ରୀୟ ଓଡ଼ିଆ ଵା ଯାହାର ପ୍ରାଚୀନ ନାମ ଉଡ୍ରୀ ଵିଭାଷା ଥିଲା ତାହା ମୂଳତଃ ଵସ୍ତର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୨୪୦୦ ଵର୍ଷ ତଳେ କଥିତ ଭାଷା ରୂପେ ଚଳୁଥିଵାର ଉଲ୍ଲେଖ ଭାରତନାଟ୍ୟମ୍ ରେ ଅଛି । ଏହି ଭାଷା ଆଜି ଭାଷା କ୍ଷେତ୍ରରେ ସଂସ୍କୃତ ପରଵର୍ତ୍ତୀ ସବୁଠାରୁ ଅଧିକ ଵୈଜ୍ଞାନିକ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଵେ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ସମଗ୍ର ଓଡ଼ିଆ ଭାଷା ମଧ୍ୟ କୁହାଯାଏ । ଏହା କୌଣସି ଗୋଟିଏ ଅଞ୍ଚଳର ନୁହେଁ ସମଗ୍ର କଳିଙ୍ଗ ଦେଶର ଭାଷା,ଏହା ସମସ୍ତଙ୍କର ଭାଷା କାରଣ ସମସ୍ତେ ଏ ଭାଷାକୁ ନିଜ ନିଜର ଶବ୍ଦ ଓ ଶୈଳୀ ଦେଇଛନ୍ତି । 

ସେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଵା ସମଗ୍ର ଓଡ଼ିଆ ଭାଷା କିନ୍ତୁ କେଵଳ ମାନକ ଓଡ଼ିଆ ଭାଷା ଵା ବହିଭାଷା ନୁହେଁ ଵରଂ ବହିଭାଷା ଵା ମାନକ ଓଡ଼ିଆ ମଧ୍ୟ ଦେଶିଆ, କୁପିଆ, ରେଲୀ, ଭତ୍ରୀ ଆଦି ଭଳି ସମଗ୍ର ଓଡ଼ିଆ ଭାଷାର ଗୋଟିଏ ଶୈଳୀ ଛଡ଼ା ଆଉ କିଛି ନୁହେଁ ।

ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଏକ ଶୈଳୀ ଏହି ବହିଭାଷା ଵା ମାନକ ଭାଷା ମଧ୍ୟ ଦୁଇ ପ୍ରକାରର,

୧. କଥିତ ମାନକ ଭାଷା
ଯେଉଁ ମାନକ ଭାଷା ଦ୍ଵାରା ଜଣେ ସମ୍ବଲପୁରଵାସୀ ସହ କୌଣସି ଢେଙ୍କାନାଳାଞ୍ଚଳର ଲୋକ କଥାଭାଷା ହୁଏ, ଯେଉଁ କଥିତ ମାନକ ଭାଷା ଵ୍ଯଵହାର କରି ଜଣେ ଗଞ୍ଜାମଵାସୀ ଆନଜଣେ ବାଲେଶ୍ଵରିଆ ଲୋକ ସହ କଥା ହୁଏ ତାହା କଥିତ ମାନକ ଭାଷା

୨) ଲିଖିତ ମାନକ ଭାଷା
ଯେଉଁ ମାନକ ଭାଷା ଵା ବହିଭାଷାର କଳିଙ୍ଗଦେଶର ଵିଦ୍ଵାନମାନେ, ଛାତ୍ର ଓ ଶିକ୍ଷକ ଆଦି ସମସ୍ତ ବୁଦ୍ଧିଜୀଵିମାନେ ଵ୍ଯଵହାର କରନ୍ତି ତାହା ଲିଖିତ ମାନକ ଭାଷା ଅଟେ । 

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago