ଲେଖା: ଶିବାଶିଷ ମହାପାତ୍ର
ଗୋପାଳଜୀ ମନ୍ଦିର (Gopaljee Temple)
ଐତିହାସିକ ବଲାଙ୍ଗୀର ସହରର ପ୍ରଥମ ଏବଂ ସର୍ବପୁରାତନ ମନ୍ଦିର ଭାବରେ ଗୋପାଳଜୀ ମନ୍ଦିର ପରିଚିତ । ରାଣୀ ଅମୃତ କୁମାରୀ ଦେବୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ମନ୍ଦିର ତିଆରିର ସଠିକ ସମୟ ଜଣାପଡ଼ିଥିଲେ ମଧ୍ୟ ଏହା ପାଖାପାଖି ୧୮୦୦ ମସିହାର ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
ହରିଶଙ୍କର (Harishankara)
ବଲାଙ୍ଗୀର ଜିଲ୍ଲାର ସଦରମହକୁମାଠାରୁ ପାଖାପାଖି ୮୦ କିମି ଦୂରରେ ଅବସ୍ଥିତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ । ପୁରାଣବର୍ଣ୍ଣିତ ଗନ୍ଧମାର୍ଦନ ପର୍ବତର ସବୁଜ ଅରୁଣିମା ଭିତରେ ହିନ୍ଦୁ ଧର୍ମର ହରି ଏବଂ ଶଙ୍କରଙ୍କ ମିଳନ ସହ ପ୍ରକୃତିର ମିଳନ ହୋଇଅଛି ଏହି ସ୍ଥାନରେ । ପାଟଣା ରାଜ୍ୟର ଚୌହାନ ରାଜାଙ୍କ ଦ୍ଵାରା ୧୪ଶ ଶତାବ୍ଦୀରେ ଏହି ସ୍ଥାନଟି ଆବିଷ୍କୃତ ହୋଇଥିଲା ଏବଂ ପରେ ମହାରାଣୀ ଦୂର୍ଲଭା ଦେବୀ ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଏଠାରୁ ୧୨ଶ ଶତାବ୍ଦୀର ଏକ ନୃତ୍ୟରତ ଗଣେଶଙ୍କ ମୂର୍ତ୍ତି ଆବିଷ୍କୃତ ହୋଇଛି । ଏହି ଗନ୍ଧମାର୍ଦନ ପର୍ବତ ଗ୍ରାନାଇଟ ପଥର ପାଇଁ ପରିଚିତ । ଏହି ମନ୍ଦିର ପାଖରେ ଗ୍ରାନାଇଟ ପଥର ଉପରେ ଏକ ଝରଣା ପ୍ରବାହିତ, ଯାହା ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପର୍ବତର ଅପର ପାର୍ଶ୍ୱରେ ଅବସ୍ଥିତ ନୃସିଂହନାଥ ମନ୍ଦିର ଆଉ ଏକ ପର୍ଯ୍ୟଟନ ସ୍ଥଳୀ । ଲୋକଙ୍କ ବିଶ୍ୱାସ ଅନୁସାରେ ଦୁଇ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଥିବା ଅଞ୍ଚଳ ଏକ ପୁରାତନ ବୌଦ୍ଧକୀର୍ତ୍ତି ତଥା ଏଠାରେ ପରିମଳ ଗିରି ନାମକ ଏକ ବିଶ୍ବବିଦ୍ୟାଳୟ ଥିବା ଲୋକକଥା ରହିଛି ।
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…