ପର୍ଯ୍ୟଟନ କ୍ଷେତ୍ର

ବଲାଙ୍ଗୀରର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ (Tourism spots in Balangir)

ଲେଖା: ଶିବାଶିଷ ମହାପାତ୍ର

ଗୋପାଳଜୀ ମନ୍ଦିର (Gopaljee Temple)
ଐତିହାସିକ ବଲାଙ୍ଗୀର ସହରର ପ୍ରଥମ ଏବଂ ସର୍ବପୁରାତନ ମନ୍ଦିର ଭାବରେ ଗୋପାଳଜୀ ମନ୍ଦିର ପରିଚିତ । ରାଣୀ ଅମୃତ କୁମାରୀ ଦେବୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ମନ୍ଦିର ତିଆରିର ସଠିକ ସମୟ ଜଣାପଡ଼ିଥିଲେ ମଧ୍ୟ ଏହା ପାଖାପାଖି ୧୮୦୦ ମସିହାର ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।

ହରିଶଙ୍କର (Harishankara)
ବଲାଙ୍ଗୀର ଜିଲ୍ଲାର ସଦରମହକୁମାଠାରୁ ପାଖାପାଖି ୮୦ କିମି ଦୂରରେ ଅବସ୍ଥିତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ । ପୁରାଣବର୍ଣ୍ଣିତ ଗନ୍ଧମାର୍ଦନ ପର୍ବତର ସବୁଜ ଅରୁଣିମା ଭିତରେ ହିନ୍ଦୁ ଧର୍ମର ହରି ଏବଂ ଶଙ୍କରଙ୍କ ମିଳନ ସହ ପ୍ରକୃତିର ମିଳନ ହୋଇଅଛି ଏହି ସ୍ଥାନରେ । ପାଟଣା ରାଜ୍ୟର ଚୌହାନ ରାଜାଙ୍କ ଦ୍ଵାରା ୧୪ଶ ଶତାବ୍ଦୀରେ ଏହି ସ୍ଥାନଟି ଆବିଷ୍କୃତ ହୋଇଥିଲା ଏବଂ ପରେ ମହାରାଣୀ ଦୂର୍ଲଭା ଦେବୀ ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିଲେ ।


ଏଠାରୁ ୧୨ଶ ଶତାବ୍ଦୀର ଏକ ନୃତ୍ୟରତ ଗଣେଶଙ୍କ ମୂର୍ତ୍ତି ଆବିଷ୍କୃତ ହୋଇଛି । ଏହି ଗନ୍ଧମାର୍ଦନ ପର୍ବତ ଗ୍ରାନାଇଟ ପଥର ପାଇଁ ପରିଚିତ । ଏହି ମନ୍ଦିର ପାଖରେ ଗ୍ରାନାଇଟ ପଥର ଉପରେ ଏକ ଝରଣା ପ୍ରବାହିତ, ଯାହା ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପର୍ବତର ଅପର ପାର୍ଶ୍ୱରେ ଅବସ୍ଥିତ ନୃସିଂହନାଥ ମନ୍ଦିର ଆଉ ଏକ ପର୍ଯ୍ୟଟନ ସ୍ଥଳୀ । ଲୋକଙ୍କ ବିଶ୍ୱାସ ଅନୁସାରେ ଦୁଇ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଥିବା ଅଞ୍ଚଳ ଏକ ପୁରାତନ ବୌଦ୍ଧକୀର୍ତ୍ତି ତଥା ଏଠାରେ ପରିମଳ ଗିରି ନାମକ ଏକ ବିଶ୍ବବିଦ୍ୟାଳୟ ଥିବା ଲୋକକଥା ରହିଛି ।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago