ଲେଖା: ରବିନାରାୟଣ ସାହୁ
ସୁନ୍ଦର ଭାଷା ଭାବପୂର୍ଣ୍ଣ ପୂଣ୍ୟତୋୟା ମା’ ଉତ୍କଳ ଜନନୀଙ୍କ ବର୍ଣ୍ଣନା, ଉତ୍କଳ ମାତାର ପଦପଙ୍କଜରେ ଅପୂର୍ବ ଶବ୍ଦଭେଟି, ସୁନ୍ଦର ଦେଶପ୍ରେମ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ କୁଞ୍ଜ କାନନ ମାଳ’ ବୃତ୍ତରେ ଅମ୍ଳାନପ୍ରତିଭା କବି ରବିନାରାୟଣ ସାହୁଙ୍କ ମନଛୁଆଁ ଆତ୍ମ ବିଭୋର ସୃଜନୀ ‘ବନ୍ଦେ ଉତ୍କଳ ଭାରତୀ’ . .
~ ବନ୍ଦେ ଉତ୍କଳ ଭାରତୀ ~
ବନ୍ଦେ ଉତ୍କଳୋତ୍ପଳ ପୁଣ୍ୟ ଧରିତ୍ରୀ ତଳ
ସିନ୍ଧୁ ଦିବ୍ୟ କଲ୍ଲୋଳ
ବରୁଣଜେମା କାନ୍ତ
ତିନି ଲୋକଙ୍କ ନାଥ ଅନୂପମ ଚିତ୍ରିତ ।। ପଦ ।।
ଶିରେ କି ଜାହ୍ନବୀ ବାରି ଧୌତ ଚିକୂର
ସିଞ୍ଚି ଶରୀରେ ପଡ‌ଇ ଥରକୁ ଥର।
ଗୋଦାବରୀ ନଦୀ ନୀର ପ୍ରସାରି ଉର୍ମିର କର
ପଖାଳେ ପୟର ଦ୍ୱୟ ତନୁକୁ କରି ପୁତ।।
ଭାଷା କି ରୁଚିର ଚିର ଜନେ ପ୍ରଚାର
ରଜନୀରେ ସୁଧାକର ଶ୍ରବେ ସୁଧାର।
ମଧୁମୟ ଏ ଓଡ଼ିଆ କିଏ ନ କହେ ବଢ଼ିଆ
ଯିଏବି କରିଛି ଶ୍ରୁତି ଦେଇଣ ଏକ ଚିତ୍ତ ।।
ସବୁଜ ଏ ବନ ଭୁଇଁ ପୀତ କେଦାର
ଅସୀତ ସ୍ଥିର ଅସ୍ତ୍ରରେ ରାଜେ ବସ୍ତ୍ରର।
ତହିଁ ରଜତର ଜରି ନିର୍ଝରର ଝର ଝରି
ରତନର ଚିତ୍ର ଆଙ୍କେ କୁସୁମ ବିକସିତ ।।
ଭଳିକି ଭଳି କଳିକା ହୋଇଣ ମାଳି
ତହିଁର ଶୋଭା ବଢାନ୍ତି ଆସିଣ ଅଳି।
ମରୁତ ସୁତାରେ ଗୁନ୍ଥି ମାତାର କଣ୍ଠେ ଲମ୍ବାନ୍ତି
ଆଦିତ୍ୟ ଉଦୟ ହୋଇ ମଣ୍ଡିଦେଲେ ସୀମାନ୍ତ ।।
ଚିଲିକା ଅଂଶୁପା ହେଲେ ବେନୀ ନୟନ
ନୀଳରଙ୍ଗେ ରଞ୍ଜିଦେଲେ ଦିବ୍ୟ ଅଞ୍ଜନ।
ନୀଳ ଅନ୍ତରୀକ୍ଷ ଆସି କାଦମ୍ବିନୀ ଯାଏ ଭାସି
ଚପଳା ଅଧରେ ହସି ମନକଲେ ରଞ୍ଜିତ ।।
ଭାରତୀକୁ ଶାନ୍ତ କଲେ ମୃଦୁଳବାତ
ମୂରଲୀର ସ୍ୱରେ ଗାଇ ସ୍ତବ ସଙ୍ଗୀତ।
ଭ୍ରମର ହୋଇ ବିହ୍ୱଳ ବଲ୍କକୀ ଚାଳେ ମଞ୍ଜୁଳ
ଝରଣାର କୁଳୁ ତାଳେ ଶୁଭ‌ଇ ନିନାଦିତ ।।
ଶୁକ ସାରସ କୋକିଳ ପଞ୍ଚମ ତାନେ
ଦଳହୋଇ ଗାନକଲେ କମ୍ପାଇ ବନେ
ଶିଖି ଶିଖରରେ ଥାଇ ନୃତ୍ୟକଲା ଥେଇ ଥେଇ
କଳା ମେଘମାଳା ଦେଖିଣ ହୋଇଲେ ମୋହିତ ।।
ହରିଣ ହରି ଗୁଞ୍ଜର ମର୍କଟ ବ୍ୟାଘ୍ର
ଉତ୍କଳ ପ୍ରାଣୀ ସକଳେ ହୋଇଲେ ବ୍ୟଗ୍ର।
ବଧୁ ଆଣି ଅର୍ଘ୍ୟଥାଳୀ ଆରମ୍ଭିଲେ ହୁଳହୁଳି
ଧୂପ ନ‌ଇବେଦ୍ୟ ଦେଇ କଲେ ପୂଜାର୍ଚ୍ଚନା ତ ।।
ସାରଳା ଉପେନ୍ଦ୍ର ସୂରୀବର ବିଦଗ୍ଧ
କବିସୂର୍ଯ୍ୟ ଜଦୁ ମଧୁ ସେ ରାଧାନାଥ
ଗୋପବନ୍ଧୁ ଗଙ୍ଗାଧର ପ୍ୟାରୀମୋହନ ଫକୀର
ମାୟାଧର ଗୌରୀ ଆଦି ଉତ୍କଳର ଭକତ।।
ରଚିଲେ ପରାଣ ଦେଇ କବିତା ସାର
ବଜର କରିଣ ତାଙ୍କ ଲେଖନୀ ଗାର
ମହୀ ମହୀଶ କୀରତି କୋଣାରକ ଦୁର୍ଗ ଭିତ୍ତି
ସର୍ବେ ଏକ ହୋଇ କଲେ ଜୟ ଜୟ ଧ୍ୱନି ତ ।।
ଭାବାର୍ଥ:
ଉତ୍କଳୋତ୍ପଳ- ଉତ୍କଳ ପଦ୍ମ
ବରାଟକ- ପଦ୍ମକେଶର
ଅସୀତ ସ୍ଥିର ଅସ୍ତ୍ର- ନୀଳ ପର୍ବତର ବସ୍ତ୍ରର ଅସ୍ତ୍ର
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago