ଲେଖା: ଦେଵ ତ୍ରିପାଠୀ

ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା ଅନୁମାନ କରାଯାଏ I ୩ୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରରେ “ବାଙ୍କୁଡା ମହାଦେବ” ନାମରେ ଭଗବାନଙ୍କର ପୂଜା କରାଯାଇଥାଏ ।

ବିଶ୍ୱର ଏକମାତ୍ର ବକ୍ର ମନ୍ଦିରର ବକ୍ର ହେବା କାରଣ ବାବଦରେ ଯଥେଷ୍ଟ ଗବେଷଣା ଅଭାବରୁ ବିଭିନ୍ନ ଶୁଣାକଥା ହିଁ ଅବଲମ୍ବନ I 

୧. ହୁମାର ଏହି ବାଙ୍କୁଡ଼ା ବିମଳେଶ୍ୱର ଶିବମନ୍ଦିରର ନିର୍ମାଣ ଶେଷ ସମୟରେ ଦିନେ ଭୟଙ୍କର ଗର୍ଜନ ହେଲା ଓ ମନ୍ଦିରଟି ବକ୍ର ହୋଇଗଲା ବୋଲି ବହୁ ଲୋକଙ୍କର ମତ I

୨. ମହାନଦୀ ଜଳର ଆଘାତରେ ମଧ୍ୟ ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ଢଳି ଯାଇଥିବା ଅନୁମାନ କରାଯାଏ I

୩. ମାଟିଦୋଷରୁ ମଧ୍ୟ ମନ୍ଦିର ବକ୍ର ହୋଇଥିବା ଅନୁମାନ କରାଯାଏ I ପରବର୍ତ୍ତୀ ସମୟରେ ମନ୍ଦିର ପରିସରରେ ନିର୍ମିତ ଜଗନ୍ନାଥ ମନ୍ଦିର, ଅରୁଣ ସ୍ତମ୍ବ, କପିଳେଶ୍ୱର ମନ୍ଦିର, ଭୈରବୀ ମନ୍ଦିର, ଭୁବନେଶ୍ୱର ମନ୍ଦିର ମଧ୍ୟ ନିର୍ମାଣ ପରେ ବିଭିନ୍ନ ଦିଗକୁ ବକ୍ର ହୋଇଛି I

ଏପରିକି, ୧୯୯୪ ମସିହାରେ ସ୍ଥାପିତ ହନୁମାନ ବିଗ୍ରହ ମଧ୍ୟ ସ୍ଥାପନା ପରେ ଉତ୍ତର-ପଶ୍ଚିମ ଦିଗକୁ ଢଳିଯାଇଛି I ମନ୍ଦିରର ମୁଖ୍ୟଦ୍ୱାର ଓ ବେଢାପାଚେରୀ ମଧ୍ୟ ବିଭିନ୍ନ ଦିଗକୁ ବକ୍ର ହୋଇ ରହିଛି I ଏହି ଅଞ୍ଚଳର ନିରୀହ ଲୋକଙ୍କର ଧାରଣା ରହିଛି ଯେ ସ୍ୱୟଂ ବିଶ୍ୱକର୍ମା ଏପରି ଭାବରେ ମନ୍ଦିରଟିକୁ ଗଢିଛନ୍ତି I

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago