ଲେଖା: ଅଶୋକା ନାୟକ

~ ବକୁଳ ଅମାବାସ୍ୟା ~

ପୁଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି ପାଳନ କରାଯାଏ। 

ବକୁଳ ଅମାବାସ୍ୟା ଦିନ ଖୋଜାପଡେ ଟିକିଏ ଆମ୍ବ ବଉଳ। ଯାହାକୁ ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ଆମେ ଗଇଁଠା ସହ ଅର୍ପଣ କରୁ। ଯାହା ଘରେ ଓ ଆଖପାଖରେ ଆମ୍ବଗଛ ଅଛି, ତାକୁ ସୁବିଧାରେ ବଉଳ ମିଳି ଯାଉଥିବା ସମୟରେ ଆମ ପୁରୀ ରେ ଏହା ବିକ୍ରି ହୁଏ ଓ ଆମ ପରି ଅଧିକାଂଶ କିଣି କରି ଆଣୁ। ଫୁଲ, ତୁଳସୀ, ବେଲପତ୍ର ବିକୁଥିବା ମାଳୀ ବା ଶାଗ, କୋଳି ବିକୁଥିବା ମା’ମାନଙ୍କ ପାଖରୁ ସହଜରେ ମିଳିଯାଏ।
ଶ୍ରୀମନ୍ଦିରରେ ସକାଳ ଧୂପରେ ଠାକୁରଙ୍କୁ ବଉଳ ଲାଗି ହେବା ସହ ଗଇଁଠାଭୋଗ ହେଇଥାଏ। ଆମେ ଠାକୁରଙ୍କ ପାଖରେ ବଉଳ ଓ ଗଇଁଠା ଭୋଗ କରି ଏହି ପର୍ବ ପାଳନ କରୁ। ଗାଁ ମାନଙ୍କରେ ଓ ଯାହା ବାଡ଼ିରେ ଆମ୍ଵ, ପଣସ ଇତ୍ୟାଦି ଗଛ ଅଛି, ସେମାନେ ଏହି ଦିନ ଗଛ ମୂଳକୁ ପରିଷ୍କାର କରି ଗୋବରରେ ଲିପି, ଚିତା ପକେଇ ସନ୍ଧ୍ୟା ବେଳେ ଗଛମୂଳରେ ଗଇଁଠା ପିଠା ଭୋଗ କରି ପାଳନ କରନ୍ତି ।
ଆଉ ଗୋଟିଏ ବଢିଆ କଥା ମନେ ପଡ଼ିଯାଏ ଏହି ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ଦିନ । ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ବଉଳ ବସନ୍ତି। ଆଜି ଦିନରେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ଵତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁ ଧରି ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡତା ଥାଏ। ଆଜିକାଲି ପିଲା ହୁଏତ ଏ ବଉଳ, ମକର, ସଙ୍ଗାତର ସମ୍ପର୍କକୁ ହସରେ ଉଡାଇ ଦେବେ, ତଥାପି ଏ ପ୍ରକାର ସ୍ଵତନ୍ତ୍ର ସମ୍ପର୍କର ଭାବ ଅଲଗା।
ଆମେ ଜାଣିଛେ, ଆମର ପର୍ବପର୍ବାଣିଗୁଡ଼ିକ ବିଜ୍ଞାନସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ । ସେଇ ସୂତ୍ରରେ ବକୁଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷର ମହତ୍ତ୍ଵ ବୁଝାଇବାକୁ ଚେଷ୍ଟା କରେ। ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ। ଠାକୁରଙ୍କୁ ବଉଳ ଲାଗି କଲେ ଭଲ ଫଳ ହୁଏ ବୋଲି ବିଶ୍ଵାସ ଅଛି। ତା’ ସହ ଠାକୁରଙ୍କ ପାଖରେ ବଉଳ ଟିକିଏ ଲାଗି କରି ତାକୁ ଆମେ ପାଇଲେ, ତା’ର ଔଷଧୀୟ ଗୁଣ ଆମ ଶରୀରକୁ ଯାଇ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ।
ଗଛ ଲଗାଇବା, ଗଛକୁ ପୂଜା କରିବା, ବିଭିନ୍ନ ଋତୁକାଳୀନ ଫଳ, ଫୁଲ, କଢ, ପତ୍ରକୁ ଖାଦ୍ୟରୂପେ ଗ୍ରହଣ କରି ସୁସ୍ଥ ରହିବା ଓ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଆମର ପୂର୍ବପୁରୁଷ ଏହି ସବୁ ନିୟମ ଖଞ୍ଜି ଦେଇ ଯାଇଛନ୍ତି। ଆମେ କିନ୍ତୁ ଏହାର ମହତ୍ତ୍ଵକୁ ଅଣଦେଖା କରି ଏହି ସବୁ ପର୍ବକୁ ପୁରୁଣାକାଳିଆ ଭାବି ବିଭିନ୍ନ ପ୍ରକାର ରୋଗକୁ ନିମନ୍ତ୍ରଣ କରୁଛେ।
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago