ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା
ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର !
ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି ଏକ ସେବା ଯେଉଁଥିରେ ମହାପ୍ରଭୁଙ୍କ ଜ୍ବରଜନିତ ଅଙ୍ଗମର୍ଦ ବା Malaise ବା ଶରୀର ପିଡ଼ା ଲାଘବ ହୁଏ !
ପରମ୍ପରା ଅନୁଯାୟୀ ଏହି ସେବା ପ୍ରଭୁଙ୍କୁ ଅଣସର ପଞ୍ଚମୀରେ ଲାଗି ହୋଇଥାଏ ! ଏହି ଫୁଲୁରିଲାଗି ନୀତି ସେବା ପାଇଁ ବଡଦେଉଳର ମଧ୍ୟାହ୍ନ ଧୂପ ସରିଲା ପରେ ଶ୍ରୀମନ୍ଦିରର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତୈଳ ବିଜେ ପାଇଁ ବଡ଼‌ଓଡ଼ିଆ ମଠକୁ ଖବର ଯାଏ, ଏହି ବାର୍ତ୍ତା ପରେ ମହନ୍ତ ମହାପ୍ରଭୁଙ୍କ ପାଇଁ ଏହି ତେଲ ବ୍ୟବସ୍ଥା କରନ୍ତି ! ଏହି ମହୌଷଧି ଯୁକ୍ତ ତେଲକୁ ବଡ଼ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିରରେ ବିଜେ କରାଯାଇଥାଏ !
ପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ପାଇଁ (ମର୍ଦ୍ଦନ/ମାଲିସ) ପାଇଁ ଉଦ୍ଦିଷ୍ଟ ଏହି  ମହୌଷଧି ଯୁକ୍ତ ସୁବାସିତ ତୈଳ, ବଡ଼ ଓଡ଼ିଆ ମଠ ତରଫରୁ ପ୍ରଭୁଙ୍କ ସେବା ପାଇଁ ନିମ୍ନମତେ ପ୍ରସ୍ତୁତ ହୁଏ !
ଘଣାପେଡ଼ା ୫ ସେର ରାଶିତୈଳ, ଚୁଆ, ଚନ୍ଦନ, କର୍ପୁର, ମାଳତୀ, କିଆ, କେତକୀ ଆଦି ସୁଗନ୍ଧିତ ଔଷଧୀୟ ଗୁଣଯୁକ୍ତ ଦ୍ରବ୍ୟ ଓ ସୁଗନ୍ଧଯୁକ୍ତ ପୁଷ୍ପକୁ ମାଟିପାତ୍ରରେ ମୃତ୍ତିକା ତଳେ ପୋତି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରଖାଯାଇଥାଏ ଏବଂ ଏହି ତୈଳ ପ୍ରସ୍ତୁତିରେ ଅଗ୍ନିସଂଯୋଗ ହୁଏ ନାହିଁ । ଠାକୁରଙ୍କ ଫୁଲୁରିଲାଗି ନୀତି ସେବା ପାଇଁ ଖବର ଆସିଲେ ଏହାକୁ ମାଟିରୁ ବାହାର କରି ଛାଣି ପୁଣି ମାଟିପାତ୍ରରେ ଶୋଭାଯାତ୍ରା ସହ ଶ୍ରୀମନ୍ଦିରରେ ବିଜେ କରାଯାଏ !
ପ୍ରଭୁଙ୍କର ଶ୍ରୀଅଙ୍ଗରେ ମର୍ଦ୍ଦନ ବା ମାଲିସ୍ ହେଲା ପରେ ପ୍ରଭୁଙ୍କ ଶରୀରର ପିଡ଼ା ଲାଘବ ହେବା ସହିତ ପ୍ରଭୁ ନବଯୌବନ ପ୍ରାପ୍ତ ହୁଅନ୍ତି ଓ ରତ୍ନବେଦୀରେ ବସିବାକୁ ପ୍ରସ୍ତୁତ ହୁଅନ୍ତି !
ସତରେ ! ଅଦ୍ଭୁତ ମାନବୀୟ ଲୀଳା ପ୍ରଭୁଙ୍କର !
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago