ଲେଖା: ଦେଵ ତ୍ରିପାଠୀ
କଟକ ସହରର କୁମ୍ଭାରସାହିର ପିଲାଟିଏ । ପାଠପଢାରେ ମନ ଲାଗୁ ନଥିଲା ସିନା, ହେଲେ ବିଧାତା ତା’ଠି ଖଞ୍ଜିଥିଲେ ଅପୂର୍ବ ପ୍ରତିଭା !
ଆଠ ବର୍ଷର କୋମଳ ବୟସରେ ସେ କିନ୍ତୁ ମନ ବଳାଇଲା ମୂର୍ତ୍ତି ତିଆରି ପାଇଁ ! ପରିବାରରେ ବାପାଭାଇଙ୍କ ସହ ମିଶି ପାରମ୍ପରିକ ମୂର୍ତ୍ତି ତିଆରି କରି କରି ସେ ଯୁବାବସ୍ଥାରେ ଖ୍ୟାତି ଅର୍ଜନ କଲା ! ମାତ୍ର ଲକ୍ଷ୍ୟ ଥିଲା ମୂର୍ତ୍ତି କଳାରେ ନୂତନତ୍ବ ଆଣିବା ପାଇଁ ! ବାପାଙ୍କ ପ୍ରେରଣାରେ ସେ ଧାତବ ପଦାର୍ଥରେ ମୂର୍ତ୍ତି ତିଆରିର ପରୀକ୍ଷାନିରୀକ୍ଷା କରୁ କରୁ ଦିନେ ସେ ସଫଳ ହେଲା ।
ତେବେ ସେ ସଫଳତାକୁ ପାଥେୟ କରି ଆଗେଇବା ପାଇଁ ସୁଯୋଗ ନ ଥିଲା ଏ ମାଟିରେ ! ଉତ୍କୃଷ୍ଟ କଳାର ଦେଶ ଭାବେ ଖ୍ୟାତ ଅଥଚ କଳାର ଆଦର ନଥିବାରୁ କୁଖ୍ୟାତ ଏ ରାଜ୍ୟରେ ନିଜ କଳାର ଭବିଷ୍ୟତ ପାଇଁ ସେ ଯୁବକ ଥିଲା ସନ୍ଦିହାନ ! ହେଲେ ଦୂର ରାଜ୍ୟର ଗୁଣଗ୍ରାହୀ ସରକାର ହିଁ ଯୋଗାଇଦେଲେ ସେ ଉନ୍ନତ କଳାର ପରିବ୍ୟାପ୍ତି ପାଇଁ ଆନୁସଙ୍ଗିକ ସୁଯୋଗ !
ଆଉ ପଛକୁ ଫେରି ଚାହିଁ ନଥିଲେ ସେ ମହାନ ଶିଳ୍ପୀ !
ଆଜି ପବିତ୍ରପୀଠ ହରିଦ୍ଵାରର “ପରିଡ଼ା ମୂର୍ତ୍ତି କଳାକେନ୍ଦ୍ର”ର ପରିସରରେ ଯେ କେହି କଳାପ୍ରେମୀ ମଣିଷ ଅନୁଭବ କରିପାରିବ ସେ ଧାତବୀୟ ଶିଳ୍ପର ଶବ୍ଦର ଅଦ୍ଭୁତ ନିକ୍ୱଣ ! ସେ କେନ୍ଦ୍ରର ବାୟୁମଣ୍ଡଳରେ ଜଣେ ଶୁଣି ପାରିବ ତନ୍ମୟ ମଧୁଝରା ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା ! ସେ କଳାକେନ୍ଦ୍ରରେ ଜଣେ ଦେଖିପାରିବ କେତେ କେତେ କଳାପ୍ରାଣ ମଣିଷ, କଳାର ନିଷ୍ଠାପର ଉପାସକଗଣଙ୍କୁ ! ଆଉ ସେମାନେ ପ୍ରତିନିୟତ ଗଢୁଥିବେ ସେମାନଙ୍କ କଳ୍ପିତ ଆର୍ଯ୍ୟାବର୍ତ୍ତ, କଳାର କୋଣାର୍କ, ସାଧନାର ତାଜମହଲ, କଳ୍ପନା ରାଜ୍ୟରୁ ପୁଟ ସାଉଁଟି ସାଉଁଟି ! ତେବେ ସବୁକିଛି ସମ୍ପନ୍ନ ହେଉଥିବ ସେଇ ମହାନ ଗୁରୁ ଫକୀର ଚନ୍ଦ୍ର ପରିଡ଼ା ମହୋଦୟଙ୍କ ପାଇଁ, ଯିଏ ହିଁ ଭରିଦିଅନ୍ତି ସେଇ କଳାପ୍ରାଣ ଶିକ୍ଷାନବୀସମାନଙ୍କ ମାନସପଟରେ କଳାର କଳ୍ପନା, ସେମାନଙ୍କ ବାହୁଯୁଗଳରେ ଭରିଦିଅନ୍ତି ପ୍ରତିଭାର କମନୀୟ ବରଦାନ !
ଫକୀର ଚନ୍ଦ୍ର ପରିଡ଼ା ମହୋଦୟ ।
ସେଇ ଆତ୍ମମନସ୍କ କର୍ମଯୋଗୀଙ୍କ ତପସ୍ୟା ଓ ତର୍ପଣର ବରଦାନ ସ୍ବରୂପ ଏ ଦେଶରେ ଗଢିଉଠିଛି କେତେ କେତେ ଅନନ୍ୟ କଳାକୃତି !
ହରିଦ୍ଵାରର ‘ସମୁଦ୍ର ମନ୍ଥନ’ କଳାକୃତି ହେଉ କି ସଂସଦ ଭବନରେ ଥିବା ମହାରଣା ପ୍ରତାପଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ଅବା ରାଜସ୍ଥାନ ଉଦୟପୁର ବିମାନ ବନ୍ଦରଠାରେ ଥିବା ମହାରଣା ପ୍ରତାପଙ୍କ ପ୍ରତିମୂର୍ତ୍ତି, କିମ୍ବା ହିମାଚଳରେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି ପରି ଅସଂଖ୍ୟ ଭବ୍ୟ ସ୍ଥାପତ୍ୟ ମାନ ଗଢ଼ି ଫକୀର ଚନ୍ଦ୍ର ପରିଡ଼ା ମହୋଦୟ ହୋଇପାରିଛନ୍ତି ଦେଶର ଜଣେ ଅନନ୍ୟ ସ୍ଥପତି ।
(ସମସ୍ତ ଚିତ୍ର ଫକୀର ଚନ୍ଦ୍ର ପରିଡ଼ା ମହାଶୟଙ୍କ Websiteରୁ ଗୃହୀତ ।)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago