ଲେଖା: ଦେଵ ତ୍ରିପାଠୀ
କଟକ ସହରର କୁମ୍ଭାରସାହିର ପିଲାଟିଏ । ପାଠପଢାରେ ମନ ଲାଗୁ ନଥିଲା ସିନା, ହେଲେ ବିଧାତା ତା’ଠି ଖଞ୍ଜିଥିଲେ ଅପୂର୍ବ ପ୍ରତିଭା !
ଆଠ ବର୍ଷର କୋମଳ ବୟସରେ ସେ କିନ୍ତୁ ମନ ବଳାଇଲା ମୂର୍ତ୍ତି ତିଆରି ପାଇଁ ! ପରିବାରରେ ବାପାଭାଇଙ୍କ ସହ ମିଶି ପାରମ୍ପରିକ ମୂର୍ତ୍ତି ତିଆରି କରି କରି ସେ ଯୁବାବସ୍ଥାରେ ଖ୍ୟାତି ଅର୍ଜନ କଲା ! ମାତ୍ର ଲକ୍ଷ୍ୟ ଥିଲା ମୂର୍ତ୍ତି କଳାରେ ନୂତନତ୍ବ ଆଣିବା ପାଇଁ ! ବାପାଙ୍କ ପ୍ରେରଣାରେ ସେ ଧାତବ ପଦାର୍ଥରେ ମୂର୍ତ୍ତି ତିଆରିର ପରୀକ୍ଷାନିରୀକ୍ଷା କରୁ କରୁ ଦିନେ ସେ ସଫଳ ହେଲା ।
ତେବେ ସେ ସଫଳତାକୁ ପାଥେୟ କରି ଆଗେଇବା ପାଇଁ ସୁଯୋଗ ନ ଥିଲା ଏ ମାଟିରେ ! ଉତ୍କୃଷ୍ଟ କଳାର ଦେଶ ଭାବେ ଖ୍ୟାତ ଅଥଚ କଳାର ଆଦର ନଥିବାରୁ କୁଖ୍ୟାତ ଏ ରାଜ୍ୟରେ ନିଜ କଳାର ଭବିଷ୍ୟତ ପାଇଁ ସେ ଯୁବକ ଥିଲା ସନ୍ଦିହାନ ! ହେଲେ ଦୂର ରାଜ୍ୟର ଗୁଣଗ୍ରାହୀ ସରକାର ହିଁ ଯୋଗାଇଦେଲେ ସେ ଉନ୍ନତ କଳାର ପରିବ୍ୟାପ୍ତି ପାଇଁ ଆନୁସଙ୍ଗିକ ସୁଯୋଗ !
ଆଉ ପଛକୁ ଫେରି ଚାହିଁ ନଥିଲେ ସେ ମହାନ ଶିଳ୍ପୀ !
ଆଜି ପବିତ୍ରପୀଠ ହରିଦ୍ଵାରର “ପରିଡ଼ା ମୂର୍ତ୍ତି କଳାକେନ୍ଦ୍ର”ର ପରିସରରେ ଯେ କେହି କଳାପ୍ରେମୀ ମଣିଷ ଅନୁଭବ କରିପାରିବ ସେ ଧାତବୀୟ ଶିଳ୍ପର ଶବ୍ଦର ଅଦ୍ଭୁତ ନିକ୍ୱଣ ! ସେ କେନ୍ଦ୍ରର ବାୟୁମଣ୍ଡଳରେ ଜଣେ ଶୁଣି ପାରିବ ତନ୍ମୟ ମଧୁଝରା ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା ! ସେ କଳାକେନ୍ଦ୍ରରେ ଜଣେ ଦେଖିପାରିବ କେତେ କେତେ କଳାପ୍ରାଣ ମଣିଷ, କଳାର ନିଷ୍ଠାପର ଉପାସକଗଣଙ୍କୁ ! ଆଉ ସେମାନେ ପ୍ରତିନିୟତ ଗଢୁଥିବେ ସେମାନଙ୍କ କଳ୍ପିତ ଆର୍ଯ୍ୟାବର୍ତ୍ତ, କଳାର କୋଣାର୍କ, ସାଧନାର ତାଜମହଲ, କଳ୍ପନା ରାଜ୍ୟରୁ ପୁଟ ସାଉଁଟି ସାଉଁଟି ! ତେବେ ସବୁକିଛି ସମ୍ପନ୍ନ ହେଉଥିବ ସେଇ ମହାନ ଗୁରୁ ଫକୀର ଚନ୍ଦ୍ର ପରିଡ଼ା ମହୋଦୟଙ୍କ ପାଇଁ, ଯିଏ ହିଁ ଭରିଦିଅନ୍ତି ସେଇ କଳାପ୍ରାଣ ଶିକ୍ଷାନବୀସମାନଙ୍କ ମାନସପଟରେ କଳାର କଳ୍ପନା, ସେମାନଙ୍କ ବାହୁଯୁଗଳରେ ଭରିଦିଅନ୍ତି ପ୍ରତିଭାର କମନୀୟ ବରଦାନ !
ଫକୀର ଚନ୍ଦ୍ର ପରିଡ଼ା ମହୋଦୟ ।
ସେଇ ଆତ୍ମମନସ୍କ କର୍ମଯୋଗୀଙ୍କ ତପସ୍ୟା ଓ ତର୍ପଣର ବରଦାନ ସ୍ବରୂପ ଏ ଦେଶରେ ଗଢିଉଠିଛି କେତେ କେତେ ଅନନ୍ୟ କଳାକୃତି !
ହରିଦ୍ଵାରର ‘ସମୁଦ୍ର ମନ୍ଥନ’ କଳାକୃତି ହେଉ କି ସଂସଦ ଭବନରେ ଥିବା ମହାରଣା ପ୍ରତାପଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ଅବା ରାଜସ୍ଥାନ ଉଦୟପୁର ବିମାନ ବନ୍ଦରଠାରେ ଥିବା ମହାରଣା ପ୍ରତାପଙ୍କ ପ୍ରତିମୂର୍ତ୍ତି, କିମ୍ବା ହିମାଚଳରେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି ପରି ଅସଂଖ୍ୟ ଭବ୍ୟ ସ୍ଥାପତ୍ୟ ମାନ ଗଢ଼ି ଫକୀର ଚନ୍ଦ୍ର ପରିଡ଼ା ମହୋଦୟ ହୋଇପାରିଛନ୍ତି ଦେଶର ଜଣେ ଅନନ୍ୟ ସ୍ଥପତି ।
(ସମସ୍ତ ଚିତ୍ର ଫକୀର ଚନ୍ଦ୍ର ପରିଡ଼ା ମହାଶୟଙ୍କ Websiteରୁ ଗୃହୀତ ।)
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago