Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ପ୍ରଥମ ରଙ୍ଗମଞ୍ଚ

  • adminadmin
  • November 22, 2020
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ଲେଖା: ଦେଵ ତ୍ରିପାଠୀ

କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର ଖଣ୍ଡିତ ଅଂଶକୁ ନେଇ ଗୀତାଭିନୟ ଅନୁଷ୍ଠିତ ହେଉଥିଲା । କାବ୍ୟ ଓ ଛନ୍ଦର ଦେହଳୀ ଭେଦ କରି ସଂଳାପଧର୍ମୀ ନାଟକ ଆସିଲା ବହୁପରେ, ତେବେ ବହୁକାଳ ଧରି ଐତିହାସିକ ବିଷୟବସ୍ତୁ ମଣିଷକୁ ଆଚ୍ଛନ୍ନ କରି ରଖିଥିଲା । ମାତ୍ର ମୁକ୍ତମଞ୍ଚର ପରିକଳ୍ପନା ଓ ମନୋରଞ୍ଜନର ଆବଶ୍ୟକତା ନେଇ ଅଭିନୟର ଧାରା କେଉଁ ଯୁଗର, ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ପରୀକ୍ଷା । ନ ହେଇଥିଲେ ଖଣ୍ଡଗିରିରେ ମହାମେଘବାହନ ଐର ଖାରବେଳ ପଥର କଟାଇ ମଞ୍ଚ ଗଢ଼ି ନ ଥାନ୍ତେ !


ତେବେ ନୃତ୍ୟ, ସଙ୍ଗୀତ, ବାଦ୍ୟ, ଅଭିନୟ ବହୁକାଳ ଧରି ଦରବାରରୁ ଦେବାଳୟରେ ସୀମା ଭିତରେ ଅଟକି ରହିଥିଲା । ବିଷୟବସ୍ତୁ ମଧ୍ୟ ଥିଲା ସେଇ ଦେବାଦେବୀଙ୍କୁ ନରପତିଙ୍କ ଭିତରେ ସୀମିତ – ସେ ହେଉ ମଧ୍ୟଯୁଗୀୟ ମହାକବି କାଳିଦାସଙ୍କ ଅଭିଧାନ ଶକୁନ୍ତଳମ୍ ଅବା ଏ ଯୁଗର ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟସମୂହ !ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଲୋକମଞ୍ଚର ଜଗତ ଥିଲା ନିଆରା ! ଜଣେ ଅଭିନୟ କଲାବେଳେ ଆଉ ଜଣେ ମଶାଲ ଧରି ଅଭିନେତାର ମୁହଁକୁ ଆଲୋକ ଦେଖାଉଥିଲା । ସେଇ ଆଲୋକ ଥିଲା ସର୍ବଶ୍ରେଷ୍ଠ ଆଧୁନିକ କୌଶଳ ! ଡ଼ାକବାଜି ଯନ୍ତ୍ର ଅବା ମାଇକ୍ ସେ ଯାଏଁ ଦେଖି ନ ଥିଲା ମଞ୍ଚ ! ଖୁବ୍ ଉଚ୍ଚ ସ୍ବରରେ ସଂଳାପ ମାନ କହି କହି ଶହ ଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିବାକୁ ପଡ଼ୁଥିଲା ! ପରେ ଆସିଲା ଏ ଧାରାରେ ବିବର୍ତ୍ତନ !

ସମୟ ସୁଅରେ ରାଜାଙ୍କ ଟିଣଖଣ୍ଡାରେ କଳଙ୍କି ଲାଗିଗଲା, କଳଙ୍କି ଲାଗିଗଲା ସଂସ୍କୃତିରେ, ରାମଲୀଳା, ଭରତଲୀଳା, କୃଷ୍ଣଲୀଳା, ପ୍ରହ୍ଲାଦ ନାଟକ ଇତ୍ୟାଦିର ରାଜାମାନଙ୍କ ଶାସନର ଅବସାନ ଘଟି ଇଂରାଜୀ ସିନ୍ ପକା ମଞ୍ଚର ସମୟ ଆସିଲା ! ୧୮୮୭ ମସିହାରେ କଟକରେ ରାଧାକାନ୍ତ ରଙ୍ଗମଞ୍ଚ ଭାବେ ପ୍ରଥମ ରଙ୍ଗମଞ୍ଚ ସ୍ଥାପିତ ହେଲା । ୧୮୯୪ ମସିହାରେ ବାଲୁବଜାର ରେ ସ୍ଥାପିତ ହେଲା ମ୍ୟାଗ୍ନେଟିକ ଥିଏଟର, ୧୮୯୫ରେ ଖଡ଼ିଆଳ ମହାରାଜା ପ୍ରତିଷ୍ଠା କଲେ ବୀରବିକ୍ରମ ଥିଏଟର, ୧୮୯୭ରେ ଗଞ୍ଜାମ ପାରଳାଖେମୁଣ୍ଡିରେ ସ୍ଥାପନ ହେଲା ପଦ୍ମନାଭ ରଙ୍ଗାଳୟ ଓ ୧୮୯୮ରେ ବିନୋଦବିହାରୀ ଠାରେ ବୀଣାପାଣି ରଙ୍ଗମଞ୍ଚ ସ୍ଥାପିତ ହେଲା ।


ଆଧୁନିକ ବାସ୍ତବବାଦର ଚାନ୍ଦୁଆ ତଳେ ନୂଆ ନାଟକମାନ ଦର୍ଶକଙ୍କ ମନୋରଞ୍ଜନ କଲେ, ସାମାଜିକ ସମସ୍ୟାମାନଙ୍କୁ ନେଇ !  ଲୋକମଞ୍ଚର କଳ୍ପନା ଜଗତ କାଇଁ କୁଆଡ଼େ ମିଳାଇଗଲା ! କିନ୍ତୁ ଦେଖେଣାହାରୀ ପ୍ରଜାମାନେ କ’ଣ ସତରେ ଭୁଲି ପାରିଥିଲେ ସେଇ ଟିଣଖଣ୍ଡାର ରାଜାମାନଙ୍କୁ ! ଯେତେ ଚିତ୍ରିତ ପ୍ରଦାନ ଚିତ୍ରିତ ବାସ୍ତବତା ଦେଖାଇଲେ ବି ସେମାନେ ଭୁଲି ନ ଥିଲେ ମାଟି ସଙ୍ଗେ ମାଟି ହୋଇ କାଳ୍ପନିକ ସାମ୍ରାଜ୍ୟ ତିଆରି କରିଥିବା ସେଇ ଲୋକନାଟକମଞ୍ଚକୁ ! ପୁନଃ ବିବର୍ତ୍ତନର ପଥରେ ପାଦଦେଲା ଓଡ଼ିଆ ରଙ୍ଗମଞ୍ଚ ।Images: Prof. Sukanta Rout
ଚିତ୍ରର ନାଟକଗୁଡ଼ିକ: ଢ଼ାଲୁ, ରେବତୀ, ବୁଢ଼ାଶଙ୍ଖାରୀ

 

Spread the love
Previous Post ଚାଟଶାଳୀ
Next Post ଭାରତମଣି

Related Posts

ନିତାଇ ପାଲିତ

  • June 30, 2020

ଗୋବିନ୍ଦଚନ୍ଦ୍ର ଶୂରଦେଓ

  • June 16, 2020
  • 1 Comment

ସାମୁଏଲ ସାହୁ

  • June 1, 2020
  • 2 Comments

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer