ପ୍ରଥମାଷ୍ଟମୀ

ଲେଖା: ଅଶୋକା ନାୟକ
ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି, କୁଟା, ବାଉଁଶ କଣି ରଖି ତା ଉପରେ ହଳଦୀପତ୍ରର ଏଣ୍ଡୁରି ରଖି ମାଟି ପଲମ ଘୋଡାଇ କାଠଚୁଲିରେ ବସେ ଅଥାର । ଏବେ ବି ଗାଁରେ ଏ ସବୁ ସାମଗ୍ରୀ ମିଳିଯାଉଥିବାରୁ ଅଥାରହାଣ୍ଡି ହେଉଛି । ଏହି ଅଥାରହାଣ୍ଡି ପ୍ରଥମାଷ୍ଟମୀରେ ବସେ ଯେ ଭଙ୍ଗା ହୁଏ ଆଠ ଦିନରେ । ପିଠା ହେବା ପରେ ସେମିତି ଥାଏ ଯେ ଅଷ୍ଟମ ଦିନ ଆଉ ଥରେ ଏଣ୍ଡୁରି ପିଠା ହୋଇ ତାହାକୁ ଭଙ୍ଗା ଯାଏ, ଯାହାକୁ ଅଥାରଭଙ୍ଗା କୁହନ୍ତି। ଏଇ ଦିନ ତକ ଚାରିଆଡ଼େ ଖାଲି ହଳଦୀପତ୍ରର ସ୍ନିଗ୍ଧ ବାସ୍ନା ଚହଟୁଥାଏ । ଋତୁ ଅନୁସାରେ ଖାଦ୍ୟପେୟର ଏହା ଆଉ ଏକ ସୁନ୍ଦର ପରିକଳ୍ପନା । ହଳଦୀପତ୍ରର ଔଷଧୀୟ ଗୁଣଗୁଡ଼ିକ ପିଠାରେ ପଶି ଆମକୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ବଳ ଯୋଗାନ୍ତି ।
ପ୍ରଥମାଷ୍ଟମୀ ଦିନ ଆଉ ଗୋଟେ ସୁନ୍ଦର ପରମ୍ପରାର ଆରମ୍ଭ ହୁଏ । ତାହ ହେଲା ବଡ଼ି ପକା ବା ବଡି ଅନୁକୂଳ । ଏଇ ଦିନ ହିଁ ଏ ବର୍ଷର ପ୍ରଥମ ବଡି ପଡ଼େ । ଅଳ୍ପ ବିରିବଟାକୁ ଫେଣେଇ ବଡିର ଶୁଭାରମ୍ଭ କରନ୍ତି ଆମ ଓଡ଼ିଆ ମା’ମାନେ । ତାକୁ ଫୁଲ, ସିନ୍ଦୁର, ଦୁବ, ବରକୋଳି ପତ୍ର ଦେଇ ବନ୍ଦାପନା ମଧ୍ୟ କରନ୍ତି। ଏହାପରେ ଆରମ୍ଭ ହୋଇଯାଏ ବିଭିନ୍ନ ରକମର ବଡିପକା । ଓଡ଼ିଆ ଗୃହିଣୀମାନେ ହାଲୁକା ଖରାରେ ବସି ଶୀତୁଆ ସକାଳରେ ଶରୀରକୁ ଭିଟାମିନ ଡି ଯୋଗାଇବା ସହ ଖରାଦିନିଆ ପଖାଳର ଘନିଷ୍ଠ ବନ୍ଧୁକୁ ରୂପ ଦିଅନ୍ତି । ଯେମିତି ସବୁ ଭଲ ଅଭ୍ୟାସ ପରସ୍ପର ସହିତ ଛନ୍ଦି ହେଇ ରହିଛନ୍ତି ।
ଆମେ ସମସ୍ତେ ପରମ୍ପରାକୁ ଚିହ୍ନିବା, ବୁଝିବା ଓ ଆପଣେଇବା ।
Image Courtesy: Social Media
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago