Our Action

ପୂଜ୍ୟପୂଜା ବେଦିକା

~ ପୂଜ୍ୟପୂଜା ବେଦିକା ~

ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! #ପୂଜ୍ୟପୂଜା_ବେଦିକା
ନିକଟ ଇତିହାସରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଜନଜୀବନରେ ଆସିଛି କାଇଁ କେତେ ଜୁଆର ଭଟ୍ଟା । ଓଡ଼ିଶାର ସାମାଜିକ ଜୀବନ ଠାରୁ ସାଂସ୍କୃତିକ ସ୍ରୋତରେ ଆସିଛି ଅନେକ ମୋଡ଼ । କେତେ ବେଳେ ସ୍ୱାଧୀନତାର ସଙ୍ଗୀତରେ ବିଭୋର ମଣିଷ, ପୁଣି କେତେବେଳେ ସଂଘର୍ଷମୟ ସକାଳଟିଏ ଉଭା ବନ୍ୟା ବାତ୍ୟାକ୍ଲିଷ୍ଟ ସଂସାର ଆଗରେ । ମଣିଷ ତା’ ଭିତରେ ତିଆରି କରିଛି ନିଆରା ସଂସ୍କୃତି, ସଂସ୍କାର, ସଙ୍ଗୀତ, ନାଟକ, ସିନେମା, ବିଜ୍ଞାନର ପଟୁଆର । ଗତ କେଇ ଦଶନ୍ଧି ଓ ବିଗତ ଶତାବ୍ଦୀ ଦେଖିଛି ଅନେକ ପରୀକ୍ଷାନିରୀକ୍ଷା ସାହିତ୍ୟରେ, ସଙ୍ଗୀତରେ, ନାଟକରେ, ଜୀବନରେ, ଆଉ ତିଆରି ହୋଇଛନ୍ତି ବହୁ ମହାନ ବ୍ୟକ୍ତିତ୍ଵ । ସେମାନେ ରହିବେ ସବୁକାଳକୁ ଅମ୍ଳାନ । ପରମ୍ପରାର ପରୀକ୍ଷାଗାରରେ ଉତ୍ତୀର୍ଣ୍ଣ ଜଣେ ଜଣେ ସୃଜନଶିଳ୍ପୀ, ସ୍ଥାପତ୍ୟବିନ୍ଧାଣି, ନିର୍ବାକ କରି ରଖିବେ ନୂତନ ସମୟକୁ ।

ବିଦ୍ୟାଳୟର କୋମଳମତି ଶିଶୁଙ୍କ ମନପ୍ରାଣରେ ଓଡ଼ିଆ ଜାତୀୟତା ଭାବ ଉଦ୍ରେକ ସହିତ ସେମାନଙ୍କୁ ପୂଜ୍ୟପୂଜା ପ୍ରତି ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଶିକ୍ଷାନୁଷ୍ଠାନ ପରିସରରେ ଓଡ଼ିଆ ମ‌ହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବାର ଅନନ୍ୟ ପଦକ୍ଷେପ ଗ୍ରହଣ କରିଛି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ, ‘ପୂଜ୍ୟପୂଜା ବେଦିକା’ ନାମରେ। ସେଥିପାଇଁ ୨୦୨୧ ମସିହା ନଭେମ୍ବର ୨୧ ତାରିଖ ପବିତ୍ର #କାର୍ତ୍ତିକ_ପୂର୍ଣ୍ଣିମା ଅବସରରେ ପୁରୀ ଚନ୍ଦନପୁରର #ଉତ୍କଳ_ସ୍ବାଭିମାନ_ମଞ୍ଚ ଏବଂ ନୂଆଦିଲ୍ଲୀର #ଗ୍ରାମୀଣ_ଏକତା_ମଞ୍ଚ ସହଯୋଗରେ ସ୍ଥାପିତ ପାଞ୍ଚଜଣ ମହାପୁରୁଷଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ, ଯାଜପୁର ଜିଲ୍ଲା #ଓଡ଼ିଶୋ ଗ୍ରାମର #ସ୍ବପ୍ନେଶ୍ୱର_ବିଦ୍ୟାପୀଠ ପରିସରରେ . .

ବନ୍ଦେ ଉତ୍କଳ ଜନନୀ  ।।

Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago