ଲେଖା: ରବୀନ୍ଦ୍ର କୁମାର ରଣା
ଡମପଡ଼ାର ତଳ ପାଥପୁର ଗ୍ରାମରେ ଦ୍ଵାପର ଯୁଗର ଅତି ପ୍ରାଚୀନ ପାଣ୍ଡବବଖରା ଓ ପାଣି ଗୁମ୍ଫା ଦେଖିବାକୁ ମିଳେ ।
ପାହାଡ଼ର ତୀଖରେ ଏକ ଛୋଟ ଜାଗାରେ ପାଞ୍ଚଟି ଛୋଟ ଛୋଟ ଗୁମ୍ଫା ଦେଖିବାକୁ ମିଳେ । ଏହି ଗୁମ୍ଫାରେ ପ୍ରାଚୀନ କାଳର ଚିତ୍ରକଳା ଚିତ୍ରିତ ହୋଇଥିବା ଦେଖାଯାଏ ଏବଂ ଏହି ପାଣ୍ଡବବଖରା ଠାରୁ ଟିକେ ତଳକୁ ଗୋଟେ ଗୁମ୍ଫାରୁ ପାଣି ବାହାରୁଥିବା ଦେଖାଯାଏ ।
ଲୋକକଥା ଅନୁସାରେ, ହରିବୋଲ ହୁଳହୁଳି ଦେଲେ ସେଇ ଗୁମ୍ଫାରୁ ଅଧିକ ଜୋର୍’ରେ ପାଣି ଆସିଥାଏ । ସେଇ ପାହାଡ଼ର ଉତ୍ତର ଦିଗରେ ଅନ୍ୟ ଏକ ସ୍ଥାନରେ ଏକ ବଡ ଗୁମ୍ଫାରୁ ପାଣି ବାହାରୁଥିବା ଦେଖାଯାଏ । କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ସେଇ ଗୁମ୍ଫାର ଅତି ଭିତରେ ଏକ ବିରାଟ ପଦ୍ମପୋଖରୀ ରହିଅଛି।
ଠାକୁରଙ୍କ ସ୍ଵପ୍ନାଦେଶରେ ସେଇ ଗ୍ରାମର କେହି ଜଣେ ବ୍ୟକ୍ତି ସେଇ ଗୁମ୍ଫା ଭିତରେ ଥିବା ପଦ୍ମପୋଖରୀକୁ ଯାଇଥିବା ଗ୍ରାମବାସୀ କୁହନ୍ତି । ପାଣ୍ଡବବଖରା ସ୍ଥାନଟିକୁ ଯିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ନେବାକୁ ହେବ କାରଣ ସେଠାକୁ ରାସ୍ତା ନାହିଁ, କେବଳ ଚଲାବାଟ ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…