ଲେଖା: କୁମୁଦ ଚନ୍ଦ୍ର ଶତପଥୀ
ଆମ ଦେବଗଡରେ କଙ୍କୀକୁ ପାଟବଣିଆ, ପାଟପଣିଆ, ପାଟକଣିଆ କିମ୍ବା ପାଟକୁଣୀ କୁହାଯାଏ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହା ପାଟପଣିଆ ବୋଲି ଉଲ୍ଲେଖ ରହିଛି। ବଡ ଆନନ୍ଦର କଥା ଏହି #ପାଟବଣିଆ ଏକ ଖାଣ୍ଟି ଦେବଗଡିଆ ଶବ୍ଦ। ଆମେ ଯେଉଁମାନେ 30 ବର୍ଷ ବୟସରୁ ଅଧିକ ବୟସ୍କ, ଆମେ ଏହାକୁ ଚିହ୍ନୁ ଏବଂ ପିଲାବେଳେ ଏହାକୁ ଦେଖି ଖୁସି ହେଇଛୁ ଏବଂ ନାଚିଛୁ।
ପାଟବଣିଆ ଦେଖିବାକୁ ଗୋଟିଏ ଉଡାଜାହାଜ ଭଳି । ଦୁଇ ଯୋଡା ଡେଣା ଓ ମାଛି ପରି ମୁଣ୍ଡ। ଲମ୍ବା ଲାଂଜ ତାକୁ ମାଛିଠାରୁ ଅଲଗା ବୋଲି ଜଣାଇଦିଏ। ଏଣୁ ପାଟବଣିଆକୁ ଇଂରାଜୀରେ ଡ୍ରାଗନ ଫ୍ଲାଏ କୁହାଯାଏ ବୋଧହୁଏ।
ଘାସପଡିଆରେ ଉଡି ବୁଲୁଥିବା ପାଟବଣିଆ ଧରିବାକୁ ଭାରି ମଜା ଲାଗେ। ତା ଲାଂଜରେ ସୂତା ବାନ୍ଧି ବେଲୁନ ଉଡାଇଲା ପରି ଉଡଉ ଥିଲୁ। ଆଉ କେହି କେହି ତାକୁ ମାରି ତା ମୁଣ୍ଡକୁ ଗାତ କରି ପୋତି ଦେଉଥିଲେ କାଳେ ଆସନ୍ତା କାଲି ସେଇଟା ଟଙ୍କା ହେଇଯିବ।
ଏଇ ଖେଚଡାମୀ ଓ ନିଷ୍ଠୁରତା ପାଇଁ ବଡମାନେ ଏହାକୁ ଧରିବାକୁ ମନା କରୁଥିଲେ। କହୁଥିଲେ ପାଟବଣିଆ ଧରିଲେ ଜ୍ଵର ହେବ।
ତେବେ ଦୁଃଖର କଥା ଏବେ ପାଟବଣିଆ ହେଉ କି ହଳଦି ଗୁରୁଗୁରୁ ପ୍ରଜାପତି ଆଉ ଦେଖିବାକୁ ମିଳୁ ନାହାଁନ୍ତି। ସତେ ଯେମିତି ଆମେ ବଡ ହେଇ ଯିବା ପରେ ତାଙ୍କ କାମ ସରି ଯାଇଛି।
ଜାଣନ୍ତି କି? ପାଟବଣିଆ ଏବେ ଲୁପ୍ତ ହେବାକୁ ବସିଲେଣି। କାରଣ ଆମ ସହରରେ ଆଉ ଚାଷ ହେଉନି । ଶହ ଶହ ଏକର ଜମି ଖାଲି। ଟିକି ଟିକି ପତଙ୍ଗ ଓ କୀଟକୁ ଧାନ ଗଛରୁ ଖାଇ ବଂଚୁଥିବା ଏଇ ବଡ ପତଙ୍ଗମାନେ ହଜି ଯିବାକୁ ବସିଲେଣି। ଯୋଉଠି ଧାନ ଚାଷ ହେଉଛି ସେଇଛି ହଳାହଳ ବିଷ କୀଟନାଶକ । ନାଶ କରି ଦେଉଛି ଏଇ ପତଙ୍ଗମାନଙ୍କୁ।
ପରାଗ ସଙ୍ଗମ ପାଇଁ ଏଇ ପତଙ୍ଗମାନେ ଆମର ବନ୍ଧୁ। ପାଟବଣିଆ, ପ୍ରଜାପତି, ମହୁମାଛି, ଭଅଁର ପ୍ରଭୃତି ଫୁଲରୁ ଫୁଲ ଉଡି ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି ଏବଂ ଆମକୁ ଭଲ ଫଳ ଓ ଫସଲ ମିଳିଥାଏ।
କିମ୍ବଦନ୍ତୀ ଗାୟକ ଫକୀର ପଟ୍ଟନାୟକଙ୍କ ଗୀତଟିଏ ଅଶୀ ଦଶକରେ ବାଜୁଥିଲା
‘ସୁରୁ ସୁରୁ ପାଟପନିଆ,
ଗୁନା ପିନ୍ଧେ ମୋର କନିଆଁ . . ‘।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago