ଲେଖା: ଦେଵ ତ୍ରିପାଠୀ

ପଲ୍ଲୀକବି ନନ୍ଦକିଶୋର ବଳ । ଓଡ଼ିଶାମାଟିର ଜଣେ ପ୍ରାତଃସ୍ମରଣୀୟ ଯୋଗଜନ୍ମା ବ୍ୟକ୍ତିତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟରେ ଅପୂର୍ବ ଲାଳିତ୍ୟମୟ ଅଗଣିତ ପଲ୍ଲୀଗୀତ ଓ ସଂସ୍କାରଧର୍ମୀ କାଳଜୟୀ ଉପନ୍ୟାସମାନ ସୃଷ୍ଟି କରି ଓଡ଼ିଆ ଜନମାନସକୁ ଆନ୍ଦୋଳିତ କରିପାରିଥିଲେ ସେ !

ଭକ୍ତକବି ମଧୁସୂଦନ ରାଓ ଏବଂ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରେରଣା ଓ ପ୍ରରୋଚନାରେ ନନ୍ଦକିଶୋର, କଲେଜର ପଢିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ “ପଲ୍ଲୀଚିତ୍ର” ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ “ନାନାବାୟା ଗୀତ” ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପ୍ରଚଳିତ । ସେ ୧୦୦ରୁ ଅଧିକ ସନେଟ ରଚନା କରି ଓଡ଼ିଆ କାବ୍ୟଜଗତକୁ କରିଛନ୍ତି ପରିପୁଷ୍ଟ। ତାଙ୍କ ସନେଟଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।

ପଲ୍ଲୀକବି ନନ୍ଦକିଶୋର ତାଙ୍କ ରଚନା ମାଧ୍ୟମରେ ଗଢିତୋଳିଥିଲେ ସାମାଜିକ ଜାଗରଣ, ଆଣିଥିଲେ ସାମାଜିକ ପରିବର୍ତ୍ତନ । କାଳଜୟୀ “କନକଲତା” ଉପନ୍ୟାସରେ ଯୌତୁକ ଓ ବାଲ୍ୟବିବାହର କୁତ୍ସିତ ରୂପ ଯେପରି ସଂସ୍କାରଧର୍ମୀ, ଅଗଣିତ ପଲ୍ଲୀ କବିତାରେ ଗ୍ରାମ୍ୟ ଜୀବନର ନିଛକ ଛବି ସେପରି ସ୍ପଷ୍ଟ, ଜୀବନ୍ତ ଓ ଉଛ୍ୱସିତ । ଉତ୍କଳୀୟ ପଲ୍ଲୀଜୀବନ ନନ୍ଦକିଶୋରଙ୍କ ପ୍ରତିଭାରେ ସଦ୍ୟସ୍ନାତ ହୋଇ ଏକ ନୂତନ ଶକ୍ତିମୟ ଜୀବନ୍ତ ଆଭାରେ ହୋଇପାରିଛି ବିଭାସିତ । ପାଠକପ୍ରାଣରେ ପଲ୍ଲୀକବିତା ମାଧ୍ୟମରେ ସେ ସୃଷ୍ଟି କରିଥିଲେ ଏକ ନୂତନ ରୁଚି । ସେମିତି ଏକ ନୂତନ ରୁଚିର କବିତାର ପଦଟିଏ :

“ଆଗୋ ଶେଫାଳିକା
ତୋହ ଠାରେ ମୋର ପ୍ରାଣବିକା,
ସରୁ ସୁକୁମାର ତୋ ଶ୍ରୀଅଙ୍ଗ
କି ସୁନ୍ଦର ପଦ୍ମ ରାଗ-ରଙ୍ଗ !”

ପଲ୍ଲୀଚିତ୍ର, ନାନାବାୟା ଗୀତ, ନିର୍ଝରିଣୀ, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ଜନ୍ମଭୂମି, ନିର୍ମାଲ୍ୟ ଇତ୍ୟାଦି କାବ୍ୟ, ପ୍ରଭାତସଙ୍ଗୀତ, ସାନ୍ଧ୍ୟସଙ୍ଗୀତ ପରି କବିତା କୃଷ୍ଣକୁମାରୀ, ଶର୍ମିଷ୍ଠା ଆଦି ଉପନ୍ୟାସ ରଚନା କରି ପଲ୍ଲୀକବି ନନ୍ଦକିଶୋର ଓଡ଼ିଆ ସାହିତ୍ୟ ପ୍ରେମୀଙ୍କ ହୃଦୟରେ ସୃଷ୍ଟି କରିପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ବ୍ୟାସକବି ଫକୀରମୋହନ ତାଙ୍କ କବିତାର ପ୍ରାଣପ୍ରାଚୁର୍ଯ୍ୟରେ ମୋହିତ ହୋଇ କରିଥିଲେ ଏଭଳି ପ୍ରଶସ୍ତି ଗାନ,
“ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥”

କଟକ ଜିଲ୍ଲାର କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖରେ ଜନ୍ମିତ ସେଇ ମହାନ ସାହିତ୍ୟସାଧକ ପଲ୍ଲୀକବି ନନ୍ଦକିଶୋରଙ୍କୁ ଓଡ଼ିଆ ଜାତିର କୋଟି କୋଟି ଦଣ୍ଡପ୍ରଣାମ ।

Spread the love
admin

View Comments

  • ଏବେ ବି ମେଘ ଟପର ଟପର ବରଷୁଛି , କବତା ଲେଖା ହେଉଛି। କିନ୍ତୁ ସେ କବିତା କାହିଁ ?

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago