ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ

~ ପତିତଜନଙ୍କ ପତିତପାବନ ~
ପତିତ ଜନଙ୍କ ଉଦ୍ଧାର ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର କାନ୍ଥରେ ଜାତିହରା ଗଜପତି ଦ୍ବିତୀୟ ରାମଚନ୍ଦ୍ରଙ୍କ ଦ୍ଵାରା ୧୭୩୬ ମସିହାରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, କାରଣ ସ୍ଵୟଂ ଗଜପତି ଜାତି ହରାଇ ହାଫିଜ୍ କାଦର ଘେଷିତ ହେଲେ, ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ହୋଇଥିଲା। ଓଡ଼ିଶା ଗଜପତି ମହାରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ୧୭୨୭-୧୭୩୭, ତତ୍କାଳୀନ କଟକ ନାଏବ ନିଜାମ୍ ମୁର୍ଷିଦ୍ କୁଲ୍ଲିଖାନ୍’ର କନ୍ୟା ରେଜିଆ ଓରଫ୍ ସୁରୀୟାଙ୍କୁ ପ୍ରେମ କରି ବିବାହ କଲେ, ଏହାପରେ ଯବନୀ ରାଣୀଙ୍କ ନାମହେଲା ସୂର୍ଯ୍ୟମଣି ମହାଦେବୀ । ମାଦଳାପାଞ୍ଜି କହେ, ଏ ରାଜା ନବାବଙ୍କ ଝିଅଙ୍କୁ ହରିଲେ, ଜାତିଭ୍ରଷ୍ଟ ହେଲେ, ପଠାଣଙ୍କ ସଙ୍ଗେ ଆତଜାତ ହେଲେ।
ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହେଲା ! ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜଗୁରୁ, ମୁକ୍ତିମଣ୍ଡପ ପରାମର୍ଶରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା ହେଲା; ଅରୁଣଙ୍କ ନିକଟରେ ରହି ଗଜପତି ପତିତପାବନ ଦର୍ଶନ କଲେ। ଘଟଣାକ୍ରମେ ଗଜପତି ରାମଚନ୍ଦ୍ର ଦେବ ଯବନୀ ରାଣୀ ସୂର୍ଯ୍ୟମଣି ଶ୍ରୀନଅର ଛାଡ଼ି ୧୭୩୬, ବୈଶାଖ ମାସ ରାତିରେ ପଳାୟନ କରି ନରସିଂହପୁର ରାଜାଙ୍କ ଅତିଥି ହୋଇ, ଲକ୍ଷପଡା ଗଡ଼ରେ ନିବାସ କଲେ। ଆତ୍ମଗୋପନ ତୁଲ୍ୟ ଲକ୍ଷପଡା ଗଡ଼ରେ ୧ ବର୍ଷ ୧୦ମାସ ରହିବା ପରେ ୧୭୩୭ ଡିସେମ୍ବର ଶେଷ ସପ୍ତାହରେ ଗଜପତି ଏବଂ ଯବନୀରାଣୀ ବିଷପାନ କରି ଆତ୍ମହତ୍ୟା କଲେ, ଗୋଟିଏ ଜୁଇରେ ମହାନଦୀ କୂଳରେ ଉଭୟଙ୍କ ଦା‌ହହେଲା ଆଜି ବି ସେହି ସ୍ଥାନକୁ ମହାଶ୍ମଶାନ କୁହାଯାଏ।
ସେଦିନ ସମ୍ବଲପୁର ରାଜା ଅଜିତ ସିଂହ ଜଗନ୍ନାଥଙ୍କ ଦର୍ଶନ ପାଇଁ ମହାନଦୀରେ ନଉକା ଯୋଗେ ଶ୍ରୀକ୍ଷେତ୍ର ଯାଉଥିଲେ, ଏହି ଘଟଣାରେ ସେଠି ପହଞ୍ଚି ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ। ଗଜପତି ରାମଚନ୍ଦ୍ର ଦେବ ଥିଲେ ମହାନ ଦେଶଭକ୍ତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ମୁସଲମାନ ଶକ୍ତି ସହ ଅନେକ ଲଢେଇ କରିଥିଲେ, ଗଜପତିଙ୍କ ଦୂରଦୃଷ୍ଟି ଥିଲା ଯବନୀକୁ ବିବାହ କଲେ, ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହେବନି, ତାହା ସତ ହୋଇଥିଲା, ୧୭୩୬ ପରେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହୋଇନଥିଲା, ପ୍ରେମ ପାଇଁ କିମ୍ବା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଘଟଣାକ୍ରମେ ଥରେ ଓଡ଼ିଶାର ଜଣେ ଗଜପତି ଆତ୍ମହତ୍ୟା କରିଥିଲେ।
ତଥ୍ୟ: ଡ. ଅନନ୍ତରାମ କର କୈାଣ୍ଡିନ୍ୟ, ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ, ଶ୍ରୀ ଚକ୍ରଧର ମହାପାତ୍ର, ୧୯୬୯
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago