ଲେଖା: ଦେଵ ତ୍ରିପାଠୀ
“ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’
କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିର ପ୍ରଶଂସାରେ ଶତମୁଖ ହୋଇ ଏପରି କବିତା ଲେଖିଛନ୍ତି ସେ ଥିଲେ ମହାନ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ବା ପଠାଣି ସାମନ୍ତ ।
୧୮୩୫ ମସିହା ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ପଠାଣି ସାମନ୍ତ। ପିଲାଦିନୁ ସେ ଥିଲେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ ଓ ଉଦାରମନା। ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରି ଚନ୍ଦ୍ରଶେଖର ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।
ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ନକ୍ଷତ୍ର ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ ଚନ୍ଦ୍ରଶେଖର ପଠାଣି ସାମନ୍ତ। ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ଅସାମଞ୍ଜସ୍ୟ । ରୁଢିବାଦୀ ପଣ୍ଡିତ ସମାଜର ଚକ୍ଷୁଶୂଳ ହୋଇ ମଧ୍ୟ ନିଜ ସାଧନା ଓ ଗବେଷଣାରେ ସେ ଥିଲେ ଅଟଳ । ତାଙ୍କର ନିରବଚ୍ଛିନ୍ନ ତଥା ନିଷ୍ଠାପର ଉଦ୍ୟମର ଫଳସ୍ବରୂପ ଦେଶବାସୀଙ୍କୁ ପ୍ରାପ୍ତ ହୋଇଥିଲା “ସିଦ୍ଧାନ୍ତ ଦର୍ପଣ” ପରି ଅପୂର୍ବ ମହାର୍ଘ ଗ୍ରନ୍ଥ ।
ମାତ୍ର ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ସଂସ୍କୃତ ଭାଷାର ଏହି ବୃହତ ଗ୍ରନ୍ଥରେ ସ୍ଥାନିତ ହୋଇଛି ଅତି ସୁନ୍ଦରମଧୁର ପଦ୍ୟାବଳିଯୁକ୍ତ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ ।
ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ଏଇ ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ଏହାକୁ ଲୋକଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥିଡଃ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତଙ୍କ ସମ୍ବନ୍ଧରେ କତିପୟ ପ୍ରବନ୍ଧ ପ୍ରକାଶ କରି ଏହାକୁ କରାଇଥିଲେ ପରିବ୍ୟାପ୍ତ । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି ।
ପଠାଣି ସାମନ୍ତ ‘ସୂର୍ଯ୍ୟଘଡ଼ି’ (ଏହା ସୂର୍ଯ୍ୟଙ୍କ ଗତିକୁ ନେଇ ସମୟ ନିରୂପଣ ପାଇଁ ବ୍ୟବହାର କରାଯାଇଥାଏ), ‘ଶଙ୍କୁଦଣ୍ଡ’, ‘ଉଲମ୍ବୀ ଚକ୍ର’, ‘ମାନଯନ୍ତ୍ର’, ‘ଖଗୋଳଯନ୍ତ୍ର’ ଆଦି ଯନ୍ତ୍ରମାନ ତିଆରି କରି ବିଶ୍ୱବାସୀଙ୍କୁ ଦେଇଛନ୍ତି ନିଜର ଅତୁଳନୀୟ ପାଣ୍ଡିତ୍ୟର ପରିଚୟ ।
ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ ପଠାଣି ସାମନ୍ତ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ ୧୯୦୪ରେ ଇହଲୀଳା ସମ୍ବରଣ କରିଥିଲେ ।
Image Courtesy: Rohan Mohapatra
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago