ଲେଖା: ରାଜେଶ୍ୱର ମହାନ୍ତି
ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି । ଜହ୍ନିକୁଦାଠାରୁ ଭାଷମାନ ପୋଲ ମାଧ୍ୟମରେ ଲୋକମାନେ ସାତପଡା ଓ ପୁରୀ ଯାତୟତ କରିଥାନ୍ତି । ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଚାଷ ଏବଂ ମାଛ ଧରିବା କାର୍ଯ୍ୟଦ୍ୱାରା ନିଜର ଭରଣପୋଷଣ କରିଥାନ୍ତି ।
୧୭୭୪ ପୂର୍ବରୁ, ପାରିକୁଦ ବଙ୍କଡ (ବାଣପୁର) ରାଜାଙ୍କ ଅଧିନରେ ଥିଲା । ବଙ୍କଡ ସର୍ବଦା ଇଂରେଜମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ, ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସିଥିଲେ ଏବଂ ନୃସିଂହଁଗଡ (ଗୁରୁବାଇ)ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ୧୭୯୮ ମସିହାରେ ଏଠାରେ ରାଜପ୍ରସାଦ ନିର୍ମାଣ କରିଥିଲେ । ଚିଲିକାଦ୍ୱାରା ପରିବେଷ୍ଟିତ ହୋଇଥିବାରୁ, ଏହା ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜମାନଙ୍କ କବଳରୁ ରକ୍ଷା ପାଇପାରିଥିଲା । ଲୋକକଥାରେ ଅଛି ଏକ ଦୁଧ ବିକାଳି ବଗଦ୍ୱାରା ବଡ ଶାଗୁଣା ମରିବା କଥା ରାଜାଙ୍କୁ ଜଣାଇ ଥିଲେ, ଯାହା ଦ୍ୱାରା ପ୍ରଭାବିତ ହୋଇ ରାଜା ନିଜ ରାଜଧାନୀ ଏଠାରେ ପ୍ରତିଷ୍ଠା କରିଥିଲେ । ପାରିକୁଦର ରାଜା ବ୍ରାହ୍ମଣ ମାନଙ୍କୁ ଏକ ଗ୍ରାମ (ଶାସନ) ଦାନ କରିଥିଲେ ଯାହର ବର୍ତ୍ତମାନ ନାମ ଭାଗିରଥିପୁର ଶାସନ ଅଟେ ।
୧୮୦୩ ମସିହାରେ ଯେତେବେଳେ ଇଂରେଜମାନେ ଓଡ଼ିଶା ଆକ୍ରମାଣ କରିଥିଲେ, ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡଙ୍ଗା ଚାଳକ କନ୍ଦାଖାଇଠାରେ ଇଂରେଜମାନଙ୍କୁ ପୁରୀ ଯିବା ପାଇଁ ରାସ୍ତା ଦେଖାଇଥିଲା । ଏହା ପ୍ରତି ବଦଳେରେ ଇଂରେଜ ପାରିକୁଦ ଓ ମାଲୁଦ ଅଞ୍ଚଳର ଅନେକ ଜମି ପ୍ରଦାନ କରିଥିଲେ ।
ପାରିକୁଦର କିଛି ପ୍ରତିଷ୍ଠିତ ମନ୍ଦିର ଗୁଡିକ ହେଲା
ବାବା ଜଗତେଶ୍ୱର ଦେବ – ନବା
ପାଣ୍ଡେଶ୍ୱର ଦେବ – ତିତିପ
କମଳେଶ୍ୱରଦେବ – ଦେଉଳପଡା
ସର୍ବେଶ୍ୱର ଦେବ – ମହିସା
ଝାଡେଶ୍ୱର ଦେବ – ବଡଝାଡ
ବାଲିଙ୍ଗଶ୍ୱର ଦେବ – ଗୋପାଳପୁର
ବଟେଶ୍ୱର ଦେବ – ଗୋମୁଣ୍ଡିଆ
ଗୋପିନାଥ ଦେବ – ବାଲି ସାସନ
ଗୁପ୍ତେଶ୍ୱର ଦେବ – ନୁଆପଡା
ଦଧିବାମନ ଦେବ – ଗୁରୁବାଇ
ରାଧାକାନ୍ତ ଦେବ – ଜହ୍ନିକୁଦା
ନୀଳ କଣ୍ଠେଶ୍ୱର ଦେବ – କୃଷ୍ଣପ୍ରସାଦ
ଦଧିବାମନ ଦେବ – ମାଲୁଦ
ଶ୍ରୀ ଜଗନ୍ନାଥ ମନ୍ଦିର – ମାଲୁଦ
ନୀଳକଣ୍ଠେଶ୍ୱର ଦେବ – ଅଲଣ୍ଡା
ବଟେଶ୍ୱର ଦେବ – ମୋରଡା
ଦଧିବାମନ ଦେବ – ସିଆଳ
ଜଗତେଶ୍ୱର ଦେବ – ସିଆଣ୍ଡି
ମା କନକ ଦୁର୍ଗା ଦେବୀ – କୃଷ୍ଣପ୍ରସାଦ
ମା ଚର୍ଚିକା ଦେବୀ – ନୁଆପଡା
ପ୍ରମୁଖ ବ୍ୟକ୍ତିତ୍ତ୍ୱ
ମାୟାଧର ମାନସିଂହ – ଓଡ଼ିଆ କବି ଓ ଲେଖକ
ଲଳିତ ମାନସିଂହ – ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବୈଦେଶିକ ସଚିବ
ଉଦୟନାଥ ଜେନା, ତିତିପ – ଚିଲିକା ଗାନ୍ଧୀ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago