ଲେଖା: ରାଜେଶ ପାତ୍ର
ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଜେଣ୍ଡରୀ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ହୁଏ ପଞ୍ଚାୟତରାଜ ଦିବସ । ସେଦିନ ରାଜ୍ୟର ୬୨୩୪ ପଞ୍ଚାୟତରେ ଏହି ଦିବସ ଧୁମଧାମରେ ପାଳନ କରାଯାଇଥାଏ ।
ତେବେ ପ୍ରଶ୍ନ ଉଠେ, ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବ ପାଳନ କରୁଥିବାବେଳେ ଓଡ଼ିଶାରେ ଅଲଗା ଦିନରେ କାହିଁକି ?
ହଁ, ୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳିତ ହୋଇଆସୁଛି। ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ  ରାଜ୍ୟ ସରକାର ଏହି ବର୍ଷ ଘୋଷଣା କରିଥିଲେ।
କାହିଁକି ପାଳନ କରାଯାଏ ଏହି  ଦିବସ?
ଭାରତୀୟ ସମ୍ବିଧାନର ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ମସିହାରେ ପାସ ହୋଇଥିଲା  । ୧୯୯୩, ଏପ୍ରିଲ ୨୪ରେ  ଏହା ଲାଗୁ ହୋଇଥିଲା। ଏହି ଦିନକୁ ମନେ ପକାଇବା ପାଇଁ ୨୦୧୦ରୁ ଏପ୍ରିଲ ୨୪ ଦିନ ପ୍ରତିବର୍ଷ ସାରା ଦେଶରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇ ଆସୁଛି ।
ଏହାଦ୍ୱାରା ଏକ ତ୍ରିସ୍ତରୀୟ ଢାଞ୍ଚା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲାର ସ୍ଥାପନା କରାଯାଇଥିଲା । ଗ୍ରାମ୍ୟ ସ୍ତରରେ ଗ୍ରାମ ସଭାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ୫ ବର୍ଷର ପଞ୍ଚାୟତ ସ୍ତରୀୟ ନିର୍ବଚନ ନିଶ୍ଚିତ କରାଯାଇଥିଲା। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲୋକ ସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ପଞ୍ଚାୟତରାଜ ଦିବସ ବିଷୟରେ କିଛି ଜାଣିବା କଥା:
୧. ଭାରତୀୟ ସମ୍ବିଧାନର ଧାରା ୪୦ ଅନୁସାରେ ପ୍ରତ୍ୟେକ ରାଜ୍ୟକୁ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
୨. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହରୁ ୧୯୫୯ ଅକ୍ଟୋବର ୨ରେ ପ୍ରଥମ ପଞ୍ଚାୟତରାଜ ବ୍ୟବସ୍ଥା  ରାଜସ୍ଥାନର ନାଗୌର ଜିଲ୍ଲାର ବଗଦୋରୀ ଗାଁରେ ଲାଗୁ କରିଥିଲେ।
୩. ୭୩ ତମ ସମ୍ବିଧାନ ସଂଶୋଧନ ପରେ ଅଧିନିୟମ ୧୯୬୨  ଅନୁସାରେ ପଞ୍ଚାୟତରାଜ ସଂସ୍ଥାକୁ ସାମ୍ବିଧାନିକ ଅଧିକାର ମିଳିଥିଲା।
୪. ଏହି ବ୍ୟବସ୍ଥା ଲାଗୁ କରିବା ପଛରେ ବଳବନ୍ତରାୟ ମେହେତା ସମିତିର ସୁପାରିଶ (୧୯୫୭) ଏବଂ ଅଶୋକ ମେହେତା ସମିତିର ସୁପାରିଶର ପ୍ରମୁଖ ଭୂମିକା ରହିଛି।
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago