ଲେଖା: ରାଜେଶ ପାତ୍ର
ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଜେଣ୍ଡରୀ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ହୁଏ ପଞ୍ଚାୟତରାଜ ଦିବସ । ସେଦିନ ରାଜ୍ୟର ୬୨୩୪ ପଞ୍ଚାୟତରେ ଏହି ଦିବସ ଧୁମଧାମରେ ପାଳନ କରାଯାଇଥାଏ ।
ତେବେ ପ୍ରଶ୍ନ ଉଠେ, ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବ ପାଳନ କରୁଥିବାବେଳେ ଓଡ଼ିଶାରେ ଅଲଗା ଦିନରେ କାହିଁକି ?
ହଁ, ୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳିତ ହୋଇଆସୁଛି। ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ  ରାଜ୍ୟ ସରକାର ଏହି ବର୍ଷ ଘୋଷଣା କରିଥିଲେ।
କାହିଁକି ପାଳନ କରାଯାଏ ଏହି  ଦିବସ?
ଭାରତୀୟ ସମ୍ବିଧାନର ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ମସିହାରେ ପାସ ହୋଇଥିଲା  । ୧୯୯୩, ଏପ୍ରିଲ ୨୪ରେ  ଏହା ଲାଗୁ ହୋଇଥିଲା। ଏହି ଦିନକୁ ମନେ ପକାଇବା ପାଇଁ ୨୦୧୦ରୁ ଏପ୍ରିଲ ୨୪ ଦିନ ପ୍ରତିବର୍ଷ ସାରା ଦେଶରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇ ଆସୁଛି ।
ଏହାଦ୍ୱାରା ଏକ ତ୍ରିସ୍ତରୀୟ ଢାଞ୍ଚା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲାର ସ୍ଥାପନା କରାଯାଇଥିଲା । ଗ୍ରାମ୍ୟ ସ୍ତରରେ ଗ୍ରାମ ସଭାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ୫ ବର୍ଷର ପଞ୍ଚାୟତ ସ୍ତରୀୟ ନିର୍ବଚନ ନିଶ୍ଚିତ କରାଯାଇଥିଲା। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲୋକ ସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ପଞ୍ଚାୟତରାଜ ଦିବସ ବିଷୟରେ କିଛି ଜାଣିବା କଥା:
୧. ଭାରତୀୟ ସମ୍ବିଧାନର ଧାରା ୪୦ ଅନୁସାରେ ପ୍ରତ୍ୟେକ ରାଜ୍ୟକୁ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
୨. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହରୁ ୧୯୫୯ ଅକ୍ଟୋବର ୨ରେ ପ୍ରଥମ ପଞ୍ଚାୟତରାଜ ବ୍ୟବସ୍ଥା  ରାଜସ୍ଥାନର ନାଗୌର ଜିଲ୍ଲାର ବଗଦୋରୀ ଗାଁରେ ଲାଗୁ କରିଥିଲେ।
୩. ୭୩ ତମ ସମ୍ବିଧାନ ସଂଶୋଧନ ପରେ ଅଧିନିୟମ ୧୯୬୨  ଅନୁସାରେ ପଞ୍ଚାୟତରାଜ ସଂସ୍ଥାକୁ ସାମ୍ବିଧାନିକ ଅଧିକାର ମିଳିଥିଲା।
୪. ଏହି ବ୍ୟବସ୍ଥା ଲାଗୁ କରିବା ପଛରେ ବଳବନ୍ତରାୟ ମେହେତା ସମିତିର ସୁପାରିଶ (୧୯୫୭) ଏବଂ ଅଶୋକ ମେହେତା ସମିତିର ସୁପାରିଶର ପ୍ରମୁଖ ଭୂମିକା ରହିଛି।
Spread the love
admin

View Comments

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago