Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ନିର୍ଵନ୍ଧ

  • adminadmin
  • November 14, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆରେ​ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement  ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା ।

ନିର୍ଵନ୍ଧ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ରହିଛି,

? ଆଗ୍ରହ, ବ୍ୟଗ୍ରତା
?ଜଣେ ମଣିଷ ନିର୍ବନ୍ଧ କଲା ଅର୍ଥ ତା’ର ବିବାହ ଇଛା ଅଛି । ଵିଵାହ ଇଛା ନଥାଇ ଅଵଶ୍ଯ କିଛି ଲୋକ ଆଗକାଳରେ ବାହା ହେଉଥିଲେ କିନ୍ତୁ ସେଇ ଧରଣର ଵିରଳି ଜୀଵ ଅଧୁନା ପ୍ରାୟତଃ  ଵିଲୁପ୍ତ ହେଲେଣି !

? ଅତିଶୟ ଅନୁରୋଧ
?ଵର (ଆଜିକାଲି କନ୍ଯା ବି) ନିର୍ଵନ୍ଧ ପାଇଁ କନ୍ୟା ତଥା ତା’ ପରିବାରକୁ ଅନୁରୋଧ କରୁଅଛି ! (ଆକୁ କହିଲେ ହେଵ ଅମକେଇକୁ ବାହା ମଡଉଛି)

? ଅଭିନିବେଶ
?ସେ ନିର୍ବନ୍ଧ ହୋଇଥିଵା କନ୍ୟା ପ୍ରତି ହିଁ ଅଭିନିଵେଶ କରିଵ ଅର୍ଥାତ୍ ମନୋଯୋଗ/ଧ୍ୟାନ ଦେଵ । ଏଣେ ନିର୍ଵନ୍ଧ କରି ତେଣେ ରାଣୀ, ମୀନା, ଲିଲି ପଛରେ ବାଇ ହେଲେ ଚଳିଵ ନାହିଁ ଟି;

? ଜିଦ
?ନିର୍ଵନ୍ଧ ହୋଇଥିଵା ଵ୍ଯକ୍ତି ଵିଵାହ ପାଇଁ ଜିଦ କରି ହିଁ ତ କଟିବାକୁ ଯାଉଥିଵା ବୋଦାଟିଏ ନା;

?ଖାମଖିଆଲ
?ନିର୍ବନ୍ଧ ପରେ ଭାବିପତ୍ନୀଙ୍କ ସହ ଫୋନରେ ଯେତେ କଥା ହେଲେ ଚଳିବ, ତାହାର ନେସନାଲ୍ ପରମିଟ୍ ମିଳିଯାଏ ! ହଁ ପୁଣି ଖାମଖିଆଲ ଭଳି ତୁମେ ଫୋନରେ ତୁମ ଭଵିଷ୍ୟତ ପତ୍ନୀଙ୍କୁ ଚୁମା ଦେଇପାରିଵ !

? ବାଧ୍ୟ
?ତୁମେ ଥରେ ନିର୍ବନ୍ଧ କଲେ ଵାହା କରିଵାକୁ ବାଧ୍ୟ । ଏ ନିୟମ ନଗରାଞ୍ଚଳରେ ଅନେକାଂଶରେ କୋହଳ ହେଲାଣି ।

? ଦାସତ୍ବ
?ସିଧାକଥା ନିର୍ଵନ୍ଧ କରିଥିଵା ଵ୍ଯକ୍ତିର ଦାସତ୍ୱ ଜୀବନ ଆରମ୍ଭ ହେଲା । 

? କାରାବନ୍ଧନ
?ନିର୍ଵନ୍ଧ ପରେ ପ୍ରକୃତରେ ଵ୍ଯକ୍ତିର କଏଦୀ ଜୀଵନ ଆରମ୍ଭ ହୁଏ !

? ନିଶ୍ଚୟ
?ଯେତେଵେଳେ ଜଣେ ବୁଦ୍ଧି ଥାଉଁ ଥାଉଁ ଦାସ ହେଵାକୁ ,କଏଦୀ ହେଵାକୁ ନିଶ୍ଚୟ କରିନିଏ ସେ ନିର୍ଵନ୍ଧ କରିନିଏ !

? ଅଟକ
?ଥରେ ନିର୍ଵନ୍ଧ ହେଲେ ଜଣେ ଵ୍ଯକ୍ତି ସବୁଦିନ ପାଇଁ ଅନ୍ଯ ପାଖରେ ଅଟକ ରହିଯାଏ !

? ବନ୍ଧନ
?ଆଉ ଵ୍ଯକ୍ତି ଏଇଥିପାଇଁ ଆଜୀଵନ ଜଣକ ପାଖରେ ଅଟକ ରହେ କାରଣ ସେ ନିର୍ବନ୍ଧ କରି ବନ୍ଧନଯୁକ୍ତ ହୋଇଯାଏ ।

ହିନ୍ଦୀରେ रोका, सगाई, मंगनी ଭଳି ଶବ୍ଦ ଅଛି କିନ୍ତୁ ଆମ ପୂର୍ବପୁରୁଷ ମାନେ ନିର୍ବନ୍ଧ ଶବ୍ଦର ଏତାଦୃଶ ଲକ୍ଷଣ ଓ ଅର୍ଥ ଯୋଗୁଁ ଏଙ୍ଗେଜମେଣ୍ଟ୍ ଅର୍ଥରେ ନିର୍ବନ୍ଧ ଶବ୍ଦର ପ୍ରଚଳନ କରାଇଥିଲେ !

ଆମ ଗଞ୍ଜାମରେ ନିର୍ଵନ୍ଧକୁ ଗଣ୍ଠିବନ୍ଧା କୁହନ୍ତି ଏହାର ଅର୍ଥ ସ୍ପଷ୍ଟ ଯେ ଉଭୟଙ୍କର ଭାଗ୍ଯଡୋରୀରେ ଜୀଵନଡୋରୀରେ ଗଣ୍ଠିବନ୍ଧା ହୋଇଗଲା । ଆମ ଗଡ଼ଜାତର ରାଜପରିଵାର ମଧ୍ୟରେ ହେଉଥିଵା ଵିଵାହ ପ୍ରସଙ୍ଗରେ ରାଜାଙ୍କ ଘରେ କନ୍ୟା ପକ୍ଷର ମୁରବି ବର ଘରକୁ ଯାଇ କରିଵା ସ୍ବୀକାର ଵା ନିର୍ବନ୍ଧ ଵିଧିକୁ ଟିକାଲାଗି କୁହାଯାଉଥିଲା ।

ସେଇଭଳି ଇଂରାଜୀରେ Engagement ଶବ୍ଦଟି ଅନ୍ୟ ଏକ ଅର୍ଥରେ ମଧ୍ଯ ଵ୍ଯଵହୃତ ହୁଏ, “A fight or battle between armed forces” ମାନେ ଦୁଇଟି ସେନା, ଶକ୍ତି ମଧ୍ୟରେ ଯୁଦ୍ଧ ଲାଗିଵା !

ନିର୍ଵନ୍ଧ ହୋଇଗଲା ଅର୍ଥ ବୁଝିଵାକୁ ହେଵ ଯେ ଆପଣ ପାରିଵାରିକ ଯୁଦ୍ଧକ୍ଷେତ୍ରରେ ଜଣେ ଯୋଦ୍ଧା ହୋଇଯାଇଛନ୍ତି ଆଉ ଆପଣଙ୍କ ପ୍ରତିପକ୍ଷ ସର୍ଵଦା ଶକ୍ତିଶାଳୀ ହିଁ ଅଟନ୍ତି ।

© ଶିଶିର ସାହୁ ମନୋଜ

Spread the love
Previous Post ସସେମିରା
Next Post ତାଇ

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer