ଲେଖା: ଜଗନ୍ନାଥ ଦୋରା
ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର !
ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଶ୍ରୀ ସୂର୍ଯ୍ୟମନ୍ଦିର, ମା ବିମଳା ମନ୍ଦିର ମଗରକୁଣ୍ଡ ବିଦ୍ୟମାନ l ଏହା ପୃଥିବୀ ପ୍ରସିଦ୍ଧ ଧାର୍ମିକ, ସାଂସ୍କୃତିକ ଓ ପବିତ୍ର ଦର୍ଶନୀୟ ସ୍ଥାନ, ଏହା ଖଲ୍ଲିକୋଟ ଅଞ୍ଚଳର ଗୌରବାବହ ଅମରକୀର୍ତ୍ତି l
~ ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜ ~
ଶ୍ରୀ କୃଷ୍ଣଚରଣ ଛୋଟରାୟଙ୍କ ସୁପୁତ୍ର ବାଲୁକେଶ୍ଵର ଛୋଟରାୟ ପିତାଙ୍କ ପରେ ରାଜା ହେଲେ l ସେ ଯେପରି ବୀର ସେପରି ବିଦ୍ୱାନ ଥିଲେ l ଓଡ଼ିଶାର ରାଜା ମୁକୁନ୍ଦଦେବ ଦ୍ୱିତୀୟ ମୁସଲମାନ ସୁବେଦାରଙ୍କ ସହ ଯୁଦ୍ଧ କଲାବେଳେ ସେ ତାଙ୍କୁ ବିଶେଷ ସହାୟତା ଦେଇଥିଲେ l ମୁକୁନ୍ଦଦେବ ତାଙ୍କ ବୀରତ୍ୱ ଓ ଅଶ୍ଵଚାଳନା ଶକ୍ତିରେ ମୁଗ୍ଧ ହୋଇ ତାଙ୍କୁ “ମର୍ଦ୍ଦରାଜ” ଉପାଧି ଦେଇଥିଲେ, ଛୋଟରାୟ ପଦ ଏହାଠାରୁ ଲୋପ ପାଇଲା ଏବଂ ଅପରାଜିତ ବାଲୁକେଶ୍ଵର ମର୍ଦ୍ଧରାଜ ନାମରେ ପରିଚିତ ହେଲେ l
ପ୍ରାୟତଃ 1676 ମସିହାରେ ବାଲୁକେଶ୍ଵର ମର୍ଦ୍ଧରାଜ ନିର୍ମଳଝର ମନ୍ଦିର ସମୂହ ପ୍ରତିଷ୍ଠା କରିଥିଲେ l ଏହା ସହ ସେ ଖଲ୍ଲିକୋଟ ନିକଟସ୍ଥ ଭେଜିପୁଟ ଗ୍ରାମରେ ମୁକ୍ତେଶ୍ଵର ମନ୍ଦିର, ବାରସର ଗ୍ରାମରେ ଵାରେଶ୍ୱର, ଝାଡ଼େଶ୍ୱର, ତାଙ୍କର ପ୍ରମୁଖ କୀର୍ତ୍ତିରାଜି l ସର୍ବୋପରି ଓଡ଼ିଶାର ସାମାଜିକ, ରାଜନୈତିକ ଓ ଧାର୍ମିକ ପରମ୍ପରାରେ ଖଲ୍ଲିକୋଟ ରାଜବଂଶର ଭୂମିକା ଏକ ବିଶିଷ୍ଟ ଆସନ ଗ୍ରହଣ କରେ l
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago