ଲେଖା: ଜଗନ୍ନାଥ ଦୋରା
ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର !
ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଶ୍ରୀ ସୂର୍ଯ୍ୟମନ୍ଦିର, ମା ବିମଳା ମନ୍ଦିର ମଗରକୁଣ୍ଡ ବିଦ୍ୟମାନ l ଏହା ପୃଥିବୀ ପ୍ରସିଦ୍ଧ ଧାର୍ମିକ, ସାଂସ୍କୃତିକ ଓ ପବିତ୍ର ଦର୍ଶନୀୟ ସ୍ଥାନ, ଏହା ଖଲ୍ଲିକୋଟ ଅଞ୍ଚଳର ଗୌରବାବହ ଅମରକୀର୍ତ୍ତି l
~ ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜ ~
ଶ୍ରୀ କୃଷ୍ଣଚରଣ ଛୋଟରାୟଙ୍କ ସୁପୁତ୍ର ବାଲୁକେଶ୍ଵର ଛୋଟରାୟ ପିତାଙ୍କ ପରେ ରାଜା ହେଲେ l ସେ ଯେପରି ବୀର ସେପରି ବିଦ୍ୱାନ ଥିଲେ l ଓଡ଼ିଶାର ରାଜା ମୁକୁନ୍ଦଦେବ ଦ୍ୱିତୀୟ ମୁସଲମାନ ସୁବେଦାରଙ୍କ ସହ ଯୁଦ୍ଧ କଲାବେଳେ ସେ ତାଙ୍କୁ ବିଶେଷ ସହାୟତା ଦେଇଥିଲେ l ମୁକୁନ୍ଦଦେବ ତାଙ୍କ ବୀରତ୍ୱ ଓ ଅଶ୍ଵଚାଳନା ଶକ୍ତିରେ ମୁଗ୍ଧ ହୋଇ ତାଙ୍କୁ “ମର୍ଦ୍ଦରାଜ” ଉପାଧି ଦେଇଥିଲେ, ଛୋଟରାୟ ପଦ ଏହାଠାରୁ ଲୋପ ପାଇଲା ଏବଂ ଅପରାଜିତ ବାଲୁକେଶ୍ଵର ମର୍ଦ୍ଧରାଜ ନାମରେ ପରିଚିତ ହେଲେ l
ପ୍ରାୟତଃ 1676 ମସିହାରେ ବାଲୁକେଶ୍ଵର ମର୍ଦ୍ଧରାଜ ନିର୍ମଳଝର ମନ୍ଦିର ସମୂହ ପ୍ରତିଷ୍ଠା କରିଥିଲେ l ଏହା ସହ ସେ ଖଲ୍ଲିକୋଟ ନିକଟସ୍ଥ ଭେଜିପୁଟ ଗ୍ରାମରେ ମୁକ୍ତେଶ୍ଵର ମନ୍ଦିର, ବାରସର ଗ୍ରାମରେ ଵାରେଶ୍ୱର, ଝାଡ଼େଶ୍ୱର, ତାଙ୍କର ପ୍ରମୁଖ କୀର୍ତ୍ତିରାଜି l ସର୍ବୋପରି ଓଡ଼ିଶାର ସାମାଜିକ, ରାଜନୈତିକ ଓ ଧାର୍ମିକ ପରମ୍ପରାରେ ଖଲ୍ଲିକୋଟ ରାଜବଂଶର ଭୂମିକା ଏକ ବିଶିଷ୍ଟ ଆସନ ଗ୍ରହଣ କରେ l
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago