ଲେଖା: ହରି କୀଙ୍କର ଜଗୁ
“ନରେନ୍ଦ୍ର ସରକୁ କରିଣ ମନ
ଚାପ ଖେଳନ୍ତି ମଦନମୋହନ”
ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀ ସୃଷ୍ଟି ହୋଇନଥିଲା । ଜନଶୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଉତ୍ସବରେ ଜରକବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସମ୍ପନ୍ନ ହେଉଥିଲା। ସେହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର ଗ୍ରାମରେ ଅବସ୍ଥିତ । ପୂର୍ବେ ଏହି ଗ୍ରାମରେ ଘଟୁରିମାନେ ବାସ କରୁଥିଲେ । ସେହି ଗ୍ରାମବାସୀଙ୍କର ଚନ୍ଦନଯାତ୍ରାରେ ବିଶେଷ ସଂପର୍କ ଥିବାରୁ ତତ୍କାଳୀନ ଗଜପତି ଏହି ଗ୍ରାମକୁ ଚନ୍ଦନପୁର ନାମରେ ନାମିତ କରିଥିଲେ।
ପରେ ବୀରହରେକୃଷ୍ଣପୁର ଗ୍ରାମ ନିକଟସ୍ଥ ରାଣୀତଲାଉ ପୁଷ୍କରିଣୀ ଖୋଳା ଯାଇଥିଲା। ସେହି ପୁଷ୍କରିଣୀ ଖନନ ପରେ ସେଠାରେ ମଧ୍ୟ କେତେକ ବର୍ଷ ଚନ୍ଦନଯାତ୍ରା ସମ୍ପନ୍ନ ହୋଇଥିଲା। ତତ୍ପରେ ନରେନ୍ଦ୍ର ପୁଷ୍କରିଣୀ ଖନନ ପରେ ଏହିଠାରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।
ଏହି ପୁଷ୍କରିଣୀ ଆକାର ଏକ ବର୍ଗକ୍ଷେତ୍ର ସଦୃଶ । ଏହାର ପୂର୍ବପଟ ୭୭୯ ଫୁଟ, ପଶ୍ଚିମରେ ୭୧୩ ଫୁଟ, ଦକ୍ଷିଣରେ ୮୮୫ ଫୁଟ ଓ ଉତ୍ତରରେ ୮୮୫ ଫୁଟ ଲମ୍ବ ଅଟେ।  ଏହି ପୁଷ୍କରିଣୀର ଗଭୀରତା ପ୍ରାୟ ୨୮ ଫୁଟ ହେବ । ଏହି ବିରାଟକାୟ ପୁଷ୍କରିଣୀର ମଧ୍ୟ ଭାଗରେ ଏକ କ୍ଷୁଦ୍ର ମନ୍ଦିର ସଦୃଶ ଦୀପଦଣ୍ଡି ଅଛି । ଏହା ବ୍ୟତୀତ ପୁଷ୍କରିଣୀର ପୂର୍ବଭିମୁଖରେ ପଥରରେ ନିର୍ମିତ ଏକ ଚନ୍ଦନ ଘର ରହିଛି। ଏହି ଚନ୍ଦନ ଘରେ ଶ୍ରୀଜୀଉମାନଙ୍କ ଜଳକ୍ରୀଡ଼ା ନୀତି, ବେଶ, ଭୋଗ, ରୋଷକାର୍ଯ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ।
ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ନରେନ୍ଦ୍ର ପୁଷ୍କରିଣୀ ଅବା ଚନ୍ଦନ ପୁଷ୍କରିଣୀର ବ୍ୟାପକ ଉନ୍ନତି ହୋଇଥିଲା ଯେପରି ପ୍ରସ୍ତର ପାବଛ, ମଣ୍ଡପ ଇତ୍ୟାଦି । ସେହି ସମୟ ଠାରୁ ଏହି ଯାତ୍ରାର ପରିସର ବୃଦ୍ଧି ପାଇଥିଲା; ଯାହାକି ତ୍ରୟୋଦଶ ଶତାବ୍ଦୀ ଠାରୁ ଏହି କ୍ରମରେ ଚାଲିଆସିଛି । ୧୭୩୬ ମସିହା ଠାରୁ ଅଦ୍ୟାବଧି ଶ୍ରୀଜୀଉଙ୍କ ଏହି ଚନ୍ଦନଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ନିର୍ବିଘ୍ନରେ ତଥା ନିରନ୍ତରଭାବେ ପାଳିତ ହୋଇଆସୁଛି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago