ଲେଖା: ହରି କୀଙ୍କର ଜଗୁ
“ନରେନ୍ଦ୍ର ସରକୁ କରିଣ ମନ
ଚାପ ଖେଳନ୍ତି ମଦନମୋହନ”
ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀ ସୃଷ୍ଟି ହୋଇନଥିଲା । ଜନଶୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଉତ୍ସବରେ ଜରକବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସମ୍ପନ୍ନ ହେଉଥିଲା। ସେହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର ଗ୍ରାମରେ ଅବସ୍ଥିତ । ପୂର୍ବେ ଏହି ଗ୍ରାମରେ ଘଟୁରିମାନେ ବାସ କରୁଥିଲେ । ସେହି ଗ୍ରାମବାସୀଙ୍କର ଚନ୍ଦନଯାତ୍ରାରେ ବିଶେଷ ସଂପର୍କ ଥିବାରୁ ତତ୍କାଳୀନ ଗଜପତି ଏହି ଗ୍ରାମକୁ ଚନ୍ଦନପୁର ନାମରେ ନାମିତ କରିଥିଲେ।
ପରେ ବୀରହରେକୃଷ୍ଣପୁର ଗ୍ରାମ ନିକଟସ୍ଥ ରାଣୀତଲାଉ ପୁଷ୍କରିଣୀ ଖୋଳା ଯାଇଥିଲା। ସେହି ପୁଷ୍କରିଣୀ ଖନନ ପରେ ସେଠାରେ ମଧ୍ୟ କେତେକ ବର୍ଷ ଚନ୍ଦନଯାତ୍ରା ସମ୍ପନ୍ନ ହୋଇଥିଲା। ତତ୍ପରେ ନରେନ୍ଦ୍ର ପୁଷ୍କରିଣୀ ଖନନ ପରେ ଏହିଠାରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।
ଏହି ପୁଷ୍କରିଣୀ ଆକାର ଏକ ବର୍ଗକ୍ଷେତ୍ର ସଦୃଶ । ଏହାର ପୂର୍ବପଟ ୭୭୯ ଫୁଟ, ପଶ୍ଚିମରେ ୭୧୩ ଫୁଟ, ଦକ୍ଷିଣରେ ୮୮୫ ଫୁଟ ଓ ଉତ୍ତରରେ ୮୮୫ ଫୁଟ ଲମ୍ବ ଅଟେ।  ଏହି ପୁଷ୍କରିଣୀର ଗଭୀରତା ପ୍ରାୟ ୨୮ ଫୁଟ ହେବ । ଏହି ବିରାଟକାୟ ପୁଷ୍କରିଣୀର ମଧ୍ୟ ଭାଗରେ ଏକ କ୍ଷୁଦ୍ର ମନ୍ଦିର ସଦୃଶ ଦୀପଦଣ୍ଡି ଅଛି । ଏହା ବ୍ୟତୀତ ପୁଷ୍କରିଣୀର ପୂର୍ବଭିମୁଖରେ ପଥରରେ ନିର୍ମିତ ଏକ ଚନ୍ଦନ ଘର ରହିଛି। ଏହି ଚନ୍ଦନ ଘରେ ଶ୍ରୀଜୀଉମାନଙ୍କ ଜଳକ୍ରୀଡ଼ା ନୀତି, ବେଶ, ଭୋଗ, ରୋଷକାର୍ଯ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ।
ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ନରେନ୍ଦ୍ର ପୁଷ୍କରିଣୀ ଅବା ଚନ୍ଦନ ପୁଷ୍କରିଣୀର ବ୍ୟାପକ ଉନ୍ନତି ହୋଇଥିଲା ଯେପରି ପ୍ରସ୍ତର ପାବଛ, ମଣ୍ଡପ ଇତ୍ୟାଦି । ସେହି ସମୟ ଠାରୁ ଏହି ଯାତ୍ରାର ପରିସର ବୃଦ୍ଧି ପାଇଥିଲା; ଯାହାକି ତ୍ରୟୋଦଶ ଶତାବ୍ଦୀ ଠାରୁ ଏହି କ୍ରମରେ ଚାଲିଆସିଛି । ୧୭୩୬ ମସିହା ଠାରୁ ଅଦ୍ୟାବଧି ଶ୍ରୀଜୀଉଙ୍କ ଏହି ଚନ୍ଦନଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ନିର୍ବିଘ୍ନରେ ତଥା ନିରନ୍ତରଭାବେ ପାଳିତ ହୋଇଆସୁଛି।
Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

5 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago