ଆମ କଥା

ଧାନରୁଆ ଗୀତ (DhanaRua Gita)

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ

ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ ହେଉ ଅବା ବିଲ ହୁଡାରେ . .

“ଚଟୁରେ ଭାଜିଲି ଲିଆ
ଆମ ସାଉକାର ଲୋ କଁଅଳକୁଆ
କଅଁଳ କୁଆ, ଏବେ ସରୁ ନାଇଁ ଧାନରୁଆ ।।”

While transplanting seedlings of Paddy,the set of women engaged in the work recite the folk songs. known as DhanaRuaGita Middle of the songs they practice the holy Ulunation called Hulahuli in Odia . .

“ଝଟା ଫୁଲ କାନ୍ଧି କାନ୍ଧି
ବଜାର ଦାଣ୍ଡରେଲୋ କଦଳୀଖାନ୍ଦି
କଦଳୀଖାନ୍ଦି,ତମ ପାନଖିଆ କଲା ବନ୍ଦୀ ।।”

~ ଗଞ୍ଜାମ ଧାନରୁଆ ~
ପଡିଶା ଘରର ଭେଣ୍ଡା
ଦରବୁଢାଟାକୁ କରିଲା ଦିଣ୍ଡା
କରିଲା ଦିଣ୍ଡା,
ଏବେ କୂଳରେ ହୋଇଛି ଲଣ୍ଡା।

* ପକାଲୋ ହୁଳହୁଳି *

ଆଠଗଡ଼ ବୋଇରାଣୀ
ପାଚିଲା ନଡ଼ିଆ ଲୋ ପଇଡ଼ ପାଣି
ପଇଡ଼ ପାଣି,
ଏବେ ବୁଢ଼ୀ କାଳେ ଭୁଆସୁଣୀ।

~ କୋରାପୁଟିଆ ଧାନରୁଆ ~
ଶିତିଲି ପବନ ବଏ ଘନଘନ
କଦଲୀମୁଣ୍ଡିଆ ଜନ
ଆଜି ଭିଡିଦେଲି ତୋର ସଙ୍ଗେ ନିନି
ଡୁମୁରି ଫୁଲ ସମାନ।

* ହୁଳହୁଲି ମାରଲ *
ଆମ ବେଟିଗଲି ଜଲା ଦିଗକେ
ତମକେ ବେଟବାର କେନ୍ଦୁ
ଗଡିମରା ଜନ ଉଆଁସ ରାତି ରେ
ତମକେ ମିଲେଇଲେ ମୁଇଁ ବନ୍ଦୁ।

Spread the love
admin

Share
Published by
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago