ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଦ୍ରୋଣ ଶବ୍ଦକୁ ବୁଝିବାକୁ ହେଲେ ତାହାର ନିରୁକ୍ତୀ ବିଜ୍ଞାନକୁ ବୁଝିବାକୁ ହେବ । ଏ ଶବ୍ଦଟି ‛ଦ୍ରୁ ଧାତୁ’ ସହ ‛ଣ’ ଯୁକ୍ତ ହୋଇ ଗଠିତ ହୋଇଛି ।

‘ଦ୍ରୁ’ ଧାତୁର ଅନେକ ଅର୍ଥ ମଧ୍ୟରେ ଦୁଇଟି ମୁଖ୍ୟ ଅର୍ଥ ହେଉଛି
୧. ଗମନ କରିବା
୨. ବୃଦ୍ଧି ପାଇବା

ଏବଂ ‘ଣ’ ଶବ୍ଦର ଅର୍ଥର ବ୍ୟାପକ ଅର୍ଥ ମଧ୍ୟରେ କେତେକ ହେଲା
୧. ଜ୍ଞାନ
୨. ଚୈତନ୍ୟ
୩. ନିଶ୍ଚୟ
୪. ଭୂଷଣ
୫. ଶିବ
୬. ଜଳାଶୟ

ଅତଏବ ଏ ଶବ୍ଦର ଆନୁମାନିକ ଅର୍ଥ ହେବ, ଯାହାଙ୍କ ନିକଟରେ ଶିକ୍ଷା ନେଉଥିବା ବ୍ୟକ୍ତିର ଜ୍ଞାନ ଉତ୍ତରୋତ୍ତର ବୃଦ୍ଧି ହୁଏ ସେ ଦ୍ରୋଣ ବୋଲି ଅନୁମେୟ ।

ଦ୍ରୋଣାଚାର୍ଯ୍ୟଙ୍କ ଛଡ଼ା
୧. ଡାମରାକୁଆ
୨. ବିଛା
୩. ବୃହତ୍ତ ଜଳାଶୟ (ଆକାର 400 ଧନୁରୁ ତତୋଧିକ)
୪. ଡଙ୍ଗା ଆକୃତିର ଜଳାଧାର
୫. ଗୟସ ଗୁଳ୍ମ
୬. ପାତ୍ରୀ-ଡଙ୍ଗା ଆକୃତି ବିଶିଷ୍ଟ ପାତ୍ର
୭. ୩୨ ସେର = ୧ ଦ୍ରୋଣ
୮. ପାଞ୍ଚ ସେରିଆ ଗଉଣୀ
୯. ମେଘବିଶେଷ-ବାଇଗଣକୋଡା଼ ମେଘ
୧୦. ଏକ ପ୍ରକାରର ବୋଇତ
୧୧. ଗଛ
୧୨. ନୀଳଗୁଳ୍ମ
୧୩. କଦଳୀ ଆଦି ପାଇଁ ମଧ୍ୟରେ ଏଇ ଶବ୍ଦ ବ୍ୟବହୃତ ହୁଏ !

ମଜାକଥା ହେଲାକେହି ଚାହିଁଲେ ଦ୍ରୁଣ+ଅ = ଦ୍ରୋଣ ମଧ୍ୟ କହିପାରନ୍ତି, ଏଠାରେ ଦ୍ରୁଣ ଶବ୍ଦର ଅର୍ଥ ଧନୁ, ଖଡ୍ଗ, ବିଛା ଏବଂ ଏ ଶବ୍ଦର ମୂଳ ଦ୍ରୁଣ୍ ଧାତୁ ଯାହାର ଅର୍ଥ: ବଧ କରିବା !
ଏଣୁ ଜଣେ କହିପାରିବ ଯେ ଧନୁ ଖଡ୍ଗ ଚଳେଇବାର ଜ୍ଞାନ ଦେଇପାରେ ସେ 
ବା
ଖଡ୍ଗ ଧନୁ ବିଷୟରେ ଯାହାକୁ ଜ୍ଞାନ ଅଛି ସେ ଦ୍ରୋଣ !

ଦ୍ରୋଣଚାର୍ଯ୍ୟ ଶବ୍ଦକୁ କେହି କେହି ଦୃଣାଚାର୍ଯ୍ୟ ଲେଖନ୍ତି କିନ୍ତୁ ବ୍ୟାକରଣ ଦୃଷ୍ଟିରୁ ତାହା ଭୂଲ ଏବଂ ଏହାକୁ ବର୍ଣ୍ଣାନ ଅଶୁଦ୍ଧି ମନାଯିବ ।

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago