ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଦ୍ରୋଣ ଶବ୍ଦକୁ ବୁଝିବାକୁ ହେଲେ ତାହାର ନିରୁକ୍ତୀ ବିଜ୍ଞାନକୁ ବୁଝିବାକୁ ହେବ । ଏ ଶବ୍ଦଟି ‛ଦ୍ରୁ ଧାତୁ’ ସହ ‛ଣ’ ଯୁକ୍ତ ହୋଇ ଗଠିତ ହୋଇଛି ।

‘ଦ୍ରୁ’ ଧାତୁର ଅନେକ ଅର୍ଥ ମଧ୍ୟରେ ଦୁଇଟି ମୁଖ୍ୟ ଅର୍ଥ ହେଉଛି
୧. ଗମନ କରିବା
୨. ବୃଦ୍ଧି ପାଇବା

ଏବଂ ‘ଣ’ ଶବ୍ଦର ଅର୍ଥର ବ୍ୟାପକ ଅର୍ଥ ମଧ୍ୟରେ କେତେକ ହେଲା
୧. ଜ୍ଞାନ
୨. ଚୈତନ୍ୟ
୩. ନିଶ୍ଚୟ
୪. ଭୂଷଣ
୫. ଶିବ
୬. ଜଳାଶୟ

ଅତଏବ ଏ ଶବ୍ଦର ଆନୁମାନିକ ଅର୍ଥ ହେବ, ଯାହାଙ୍କ ନିକଟରେ ଶିକ୍ଷା ନେଉଥିବା ବ୍ୟକ୍ତିର ଜ୍ଞାନ ଉତ୍ତରୋତ୍ତର ବୃଦ୍ଧି ହୁଏ ସେ ଦ୍ରୋଣ ବୋଲି ଅନୁମେୟ ।

ଦ୍ରୋଣାଚାର୍ଯ୍ୟଙ୍କ ଛଡ଼ା
୧. ଡାମରାକୁଆ
୨. ବିଛା
୩. ବୃହତ୍ତ ଜଳାଶୟ (ଆକାର 400 ଧନୁରୁ ତତୋଧିକ)
୪. ଡଙ୍ଗା ଆକୃତିର ଜଳାଧାର
୫. ଗୟସ ଗୁଳ୍ମ
୬. ପାତ୍ରୀ-ଡଙ୍ଗା ଆକୃତି ବିଶିଷ୍ଟ ପାତ୍ର
୭. ୩୨ ସେର = ୧ ଦ୍ରୋଣ
୮. ପାଞ୍ଚ ସେରିଆ ଗଉଣୀ
୯. ମେଘବିଶେଷ-ବାଇଗଣକୋଡା଼ ମେଘ
୧୦. ଏକ ପ୍ରକାରର ବୋଇତ
୧୧. ଗଛ
୧୨. ନୀଳଗୁଳ୍ମ
୧୩. କଦଳୀ ଆଦି ପାଇଁ ମଧ୍ୟରେ ଏଇ ଶବ୍ଦ ବ୍ୟବହୃତ ହୁଏ !

ମଜାକଥା ହେଲାକେହି ଚାହିଁଲେ ଦ୍ରୁଣ+ଅ = ଦ୍ରୋଣ ମଧ୍ୟ କହିପାରନ୍ତି, ଏଠାରେ ଦ୍ରୁଣ ଶବ୍ଦର ଅର୍ଥ ଧନୁ, ଖଡ୍ଗ, ବିଛା ଏବଂ ଏ ଶବ୍ଦର ମୂଳ ଦ୍ରୁଣ୍ ଧାତୁ ଯାହାର ଅର୍ଥ: ବଧ କରିବା !
ଏଣୁ ଜଣେ କହିପାରିବ ଯେ ଧନୁ ଖଡ୍ଗ ଚଳେଇବାର ଜ୍ଞାନ ଦେଇପାରେ ସେ 
ବା
ଖଡ୍ଗ ଧନୁ ବିଷୟରେ ଯାହାକୁ ଜ୍ଞାନ ଅଛି ସେ ଦ୍ରୋଣ !

ଦ୍ରୋଣଚାର୍ଯ୍ୟ ଶବ୍ଦକୁ କେହି କେହି ଦୃଣାଚାର୍ଯ୍ୟ ଲେଖନ୍ତି କିନ୍ତୁ ବ୍ୟାକରଣ ଦୃଷ୍ଟିରୁ ତାହା ଭୂଲ ଏବଂ ଏହାକୁ ବର୍ଣ୍ଣାନ ଅଶୁଦ୍ଧି ମନାଯିବ ।

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

4 days ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

5 days ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago