ଲେଖା: ରବୀନ୍ଦ୍ର କୁମାର ରଣା
ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ।
ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ଏହି ମନ୍ଦିରଟି କେଶରୀ ବଂଶୀୟ ରାଜାମାନଙ୍କ ସମୟର ଅଟେ।
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଠାରୁ ୧୧ କିମି କିମ୍ବା ଗୋନ୍ଦିଆ ବଜାରରୁ ୨୨ କିମି ଦୂରରେ କରମୂଳ ଗ୍ରାମର ବ୍ରାହ୍ମଣୀ ନଦୀବନ୍ଧ ଭିତରେ ଏହି ମନ୍ଦିରଟି ଅବସ୍ଥିତ । ମନ୍ଦିରଟି ନଦୀ ବନ୍ଧ ଭିତରେ ଥିବାରୁ ଅନେକ ଥର ବନ୍ୟାରେ ଭାଙ୍ଗି ଯାଇଥିବା କୁହାଯାଏ। ଏବେ ମଧ୍ୟ ମନ୍ଦିରର ଉପର ଭାଗ ଭଙ୍ଗା । ରେଖା ଶୈଳୀରେ କେବଳ ମନ୍ଦିରର ବିମାନ ହିଁ ରହିଛି ଜଗମୋହନ ନାହିଁ।
ଏଗାର ଶହ ବର୍ଷର ଇତିହାସ ଜଡିତ ଏହି ପ୍ରାଚୀନ ମନ୍ଦିରଟି ଏକ ସୁନ୍ଦର ପରିବେଶରେ ଅବସ୍ଥିତ ହେଲେ ହେଁ ଏଠାକୁ ଖୁବ କମ ପର୍ଯ୍ୟଟକ ଯାଉଛନ୍ତି। ଜନଗହଳି ଠାରୁ ଦୂରରେ ନଦୀ କୂଳରେ ମନ୍ଦିରଟି ଅବସ୍ଥିତ। ଯିବା ରାସ୍ତାରେ ନଦୀ ପଠାର ବାଦାମ ଖେତ ଓ ସୋରିଷ ଖେତର ସୌନ୍ଦର୍ଯ୍ୟ ଆମକୁ ବହୁତ ଆମୋଦିତ କରିଥାଏ। ମନ୍ଦିର କାନ୍ଥକୁ ଲାଗି ବିଶାଳ ବ୍ରାହ୍ମଣୀ ନଦୀ। ମନ୍ଦିର ପାଖରେ ଛୋଟ ଆଶ୍ରମଟିଏ ଅଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଏହି ଦୌଡେଶ୍ୱର ମହାଦେବଙ୍କ ପୀଠ ଏକ ସୁନ୍ଦର ସ୍ଥାନ ଅଟେ।
~ 'ଅଲାଗିପାଳି' ଓ ମାଣବସା ଗୁରୁବାରର 'ଧାନମାଣିକା' ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ…
~ ଧାନମାଣିକା ଓଷା, ମାଣବସା ଗୁରୁବାର (ପ୍ରାଚୀନ ପରମ୍ପରାର ବିହଙ୍ଗଦୃଷ୍ଟି) ~ ଲେଖା: ଅମୃତେଶ ଖଟୁଆ ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ…
~ ବଳରାମ ଦାସ କୃତ 'ଲକ୍ଷ୍ମୀ ପୁରାଣ'ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି…
~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର…
ଗବେଷଣା ଓ ଉପସ୍ଥାପନା: ଡ. ମନୋରମା ଦାଶ ତ୍ରିପତି ଗାୟକରତ୍ନଙ୍କ ସାରସ୍ଵତ ପ୍ରତିଭା: ଏକ ଆଲୋଚନା ସାହିତ୍ୟ, ସଙ୍ଗୀତାଦି କଳା…