ବନଫୁଲର ବାସ୍ନାରେ ମହକି ଉଠୁଥିଲା ଦେହ। ଗୋଧୂଳି ବେଳାର ସୂର୍ଯ୍ୟ ସୁନାରଙ୍ଗ ବିଞ୍ଚି ଦେଉଥିଲା ଗୋପଦାଣ୍ଡରେ। ବାଛୁରୀଙ୍କ କଣ୍ଠବନ୍ଧା ଘଣ୍ଟିର ନିକ୍ୱଣରେ ସୃଷ୍ଟି ହେଉଥିଲା ଏକ ଅପୂର୍ବ ନାଦ। ପକ୍ଷୀମାନେ ଉଡିଆସି ଏ ଶୋଭାଯାତ୍ରାରେ ଯୋଗ ଦେଉଥିଲେ। ଆକାଶରେ ଛଳଛଳ ମେଘ, ଗାଁ ଦାଣ୍ଠରେ ଗୋପବାଳାଙ୍କ ପ୍ରତୀକ୍ଷିତ ଆଖି ଓ କୃଷ୍ଣଙ୍କ ଓଠରେ ବାଉଁଶର ବଂଶୀ।
ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତିଭଟ୍ଟ ଶ୍ରୀକ୍ଷେତ୍ର ଆସି ଶ୍ରୀଜଗନ୍ନାଥ ଯେ ତାଙ୍କ ଈଷ୍ଟ ଗଣପତି ନୁହଁନ୍ତି ବୋଲି ପ୍ରଣିପାତ କଲେ ନାହିଁ ଓ ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗକରି ମୁକ୍ତେଶ୍ୱରଙ୍କ ପର୍ଯ୍ୟନ୍ତ ଚାଲିଗଲେ। ଭାବଗ୍ରାହୀ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ କଲେ ଗଣପତି ଭଟ୍ଟଙ୍କୁ । ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରକୁ ଆସି ଦେଖିଲେ ସ୍ନାନବେଦୀରେ ଧଳାଗଣେଶ କଳାଗଣେଶ ଶୋଭା ପାଉଛନ୍ତି । ସେ ପ୍ରଣିପାତ କରି ପ୍ରାର୍ଥନା କଲେ-
“ତ୍ୱମେବ ବକ୍ରତୁଣ୍ଡଶ୍ଚ, ତ୍ୱମେବ ଗଣନାୟକଃ
ଶୁକ୍ଲବର୍ଣ୍ଣ ସ୍ୱରୁପେଣ, ଗୌରୀପୁତ୍ର ବିନାୟକଃ।।
କୃଷ୍ଣରୂପମୟ କୃଷ୍ଣ, ଶିବରୂପମୟ ହରଃ
ସାକ୍ଷାତ୍ ଦେବଜଗନ୍ନାଥଃ ବିଘ୍ନବିନାୟକ ସ୍ୱୟଂ”।।