ଜଣା ଅଜଣା

ଦିଗପହଣ୍ଡିର ସିଂହମୂର୍ତ୍ତି

ଲେଖା: ଅମ୍ବିକା ପଟ୍ଟନାୟକ
~ ଦିଗପହଣ୍ଡିର ସିଂହମୂର୍ତ୍ତି ~
କର୍ପୁର ଉଡ଼ିଯାଇଛି, କନା ପଡ଼ି ରହିଛି l ବଡ଼ଖେମୁଣ୍ଡି ଜମିଦାରୀର ରାଜଧାନୀ ଦିଗପହଣ୍ଡିର ଭଗ୍ନ ରାଜବାଟୀ (ଲୋକମୁଖରେ ‘ରଜାନହର’) ସିଂହଦ୍ଵାରରେ ଦୁଇଟି ବିଶାଳାକୃତି ବୈଷ୍ଣବ ଚିତାଧାରୀ ନିରୀହ ସିଂହ, ଦିଗପହଣ୍ଡିର ସିଂହମୂର୍ତ୍ତି ଭାବେ ବେଶ ପରିଚିତ, ଏକ ଗୌରବମୟ ଅତୀତର ମୂକସାକ୍ଷୀ l
ପ୍ରାୟ ପାଞ୍ଚଫୁଟ ବେଦୀ ଉପରେ ନଅ ଫୁଟ ଉଚ୍ଚର ଖଣ୍ଡ ଖଣ୍ଡ ପଥର ଯୋଡ଼େଇ ଚୂନ ସିମେଣ୍ଟ ଯୋଡ଼େଇ ମୂର୍ତ୍ତି l ସମ୍ଭବତଃ ଓଡ଼ିଶାରେ ଏହାଠୁ ଉଚ୍ଚ ସିଂହମୂର୍ତ୍ତି ନାହିଁ l ଶତାଧିକ ବର୍ଷ ଖରା ବର୍ଷା କାକର ଖାଇ ମଧ୍ୟ ଅଙ୍ଗହାନି ପ୍ରାୟ ହୋଇନାହିଁ l
ଦିଗପହଣ୍ଡିରେ ପ୍ରବାଦ ଅଛି ଯେ ଦିଗପହଣ୍ଡିର ସିଂହମୂର୍ତ୍ତି ସିଂହମୂର୍ତ୍ତି ଦେଖି ହାତୀ ମଧ୍ୟ ରାଜବାଟୀରେ ପ୍ରବେଶ ଓ ପ୍ରସ୍ଥାନ ଭୟକରି ନାସ୍ତି କରିଦେଉଥିଲା l ଏଣୁ ଦକ୍ଷିଣ ପାର୍ଶ୍ୱରେ ଆଉ ଏକ ପ୍ରବେଶ ଦ୍ଵାର ଶ୍ରୀ କୃପାମୟ ଗଜପତିଙ୍କ ଯାତାୟତ ପାଇଁ ତିଆରି ହୋଇଥିଲା l
ଶ୍ରୀ କୃପାମୟ ଗଜପତି ହାତୀ ଉପରେ ବସି ବୁଲିବାକୁ ଭଲ ପାଉଥିଲେ l ଥରେ ଗାଁ ଭିତରେ ହାତୀପିଠିରେ ବସି ବୁଲୁଛନ୍ତି, ବ୍ରାହ୍ମଣସାହି ମୁହଁରେ ଏକ ଚାଳଘରର ଚାଳ ହାଉଦାରେ ବାଜିଗଲା l (ସେତେବେଳେ ଗଡ଼ଜାତ ଅଞ୍ଚଳରେ ପ୍ରାୟ ଚାଳଘର ଓ ମାଟିପିଣ୍ଡା ଥିଲା l ଛାତଘର ଓ ପଥରପିଣ୍ଡା ରାଜରୋଷ ଓ ସନ୍ଦେହର କାରଣ ଥିଲା l)
ବିରକ୍ତ ଗଜପତି ହୁକୁମ କଲେ “ଚାଳରୁ ଫାଳେ କାଟ” l
ରାଜାଜ୍ଞା ସାଙ୍ଗେ ସାଙ୍ଗେ ପାଳିତ ହେଲା l ସେଇ ଘରଟି ଥିଲା ପରବର୍ତ୍ତୀ କାଳର ପ୍ରଖ୍ୟାତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଡକ୍ଟର ଦିନନାଥ ପାଠୀଙ୍କ ଘର l ସେ ଦିନର ଚାଳ ଘର “ଶିଳ୍ପୀ ସଦନ” ପରବର୍ତ୍ତୀ କାଳରେ ଆଜବେଷ୍ଟସ ପରେ ହସ୍ତାନ୍ତରିତ ହୋଇ ଏକ ମହଲା କୋଠା l କିନ୍ତୁ ଫାଳେ ଯାହା କଟି ଯାଇଥିଲା ଆଉ ମିଶିନାହିଁ l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago