ଜଣା ଅଜଣା

ଦିଗପହଣ୍ଡିର ସିଂହମୂର୍ତ୍ତି

ଲେଖା: ଅମ୍ବିକା ପଟ୍ଟନାୟକ
~ ଦିଗପହଣ୍ଡିର ସିଂହମୂର୍ତ୍ତି ~
କର୍ପୁର ଉଡ଼ିଯାଇଛି, କନା ପଡ଼ି ରହିଛି l ବଡ଼ଖେମୁଣ୍ଡି ଜମିଦାରୀର ରାଜଧାନୀ ଦିଗପହଣ୍ଡିର ଭଗ୍ନ ରାଜବାଟୀ (ଲୋକମୁଖରେ ‘ରଜାନହର’) ସିଂହଦ୍ଵାରରେ ଦୁଇଟି ବିଶାଳାକୃତି ବୈଷ୍ଣବ ଚିତାଧାରୀ ନିରୀହ ସିଂହ, ଦିଗପହଣ୍ଡିର ସିଂହମୂର୍ତ୍ତି ଭାବେ ବେଶ ପରିଚିତ, ଏକ ଗୌରବମୟ ଅତୀତର ମୂକସାକ୍ଷୀ l
ପ୍ରାୟ ପାଞ୍ଚଫୁଟ ବେଦୀ ଉପରେ ନଅ ଫୁଟ ଉଚ୍ଚର ଖଣ୍ଡ ଖଣ୍ଡ ପଥର ଯୋଡ଼େଇ ଚୂନ ସିମେଣ୍ଟ ଯୋଡ଼େଇ ମୂର୍ତ୍ତି l ସମ୍ଭବତଃ ଓଡ଼ିଶାରେ ଏହାଠୁ ଉଚ୍ଚ ସିଂହମୂର୍ତ୍ତି ନାହିଁ l ଶତାଧିକ ବର୍ଷ ଖରା ବର୍ଷା କାକର ଖାଇ ମଧ୍ୟ ଅଙ୍ଗହାନି ପ୍ରାୟ ହୋଇନାହିଁ l
ଦିଗପହଣ୍ଡିରେ ପ୍ରବାଦ ଅଛି ଯେ ଦିଗପହଣ୍ଡିର ସିଂହମୂର୍ତ୍ତି ସିଂହମୂର୍ତ୍ତି ଦେଖି ହାତୀ ମଧ୍ୟ ରାଜବାଟୀରେ ପ୍ରବେଶ ଓ ପ୍ରସ୍ଥାନ ଭୟକରି ନାସ୍ତି କରିଦେଉଥିଲା l ଏଣୁ ଦକ୍ଷିଣ ପାର୍ଶ୍ୱରେ ଆଉ ଏକ ପ୍ରବେଶ ଦ୍ଵାର ଶ୍ରୀ କୃପାମୟ ଗଜପତିଙ୍କ ଯାତାୟତ ପାଇଁ ତିଆରି ହୋଇଥିଲା l
ଶ୍ରୀ କୃପାମୟ ଗଜପତି ହାତୀ ଉପରେ ବସି ବୁଲିବାକୁ ଭଲ ପାଉଥିଲେ l ଥରେ ଗାଁ ଭିତରେ ହାତୀପିଠିରେ ବସି ବୁଲୁଛନ୍ତି, ବ୍ରାହ୍ମଣସାହି ମୁହଁରେ ଏକ ଚାଳଘରର ଚାଳ ହାଉଦାରେ ବାଜିଗଲା l (ସେତେବେଳେ ଗଡ଼ଜାତ ଅଞ୍ଚଳରେ ପ୍ରାୟ ଚାଳଘର ଓ ମାଟିପିଣ୍ଡା ଥିଲା l ଛାତଘର ଓ ପଥରପିଣ୍ଡା ରାଜରୋଷ ଓ ସନ୍ଦେହର କାରଣ ଥିଲା l)
ବିରକ୍ତ ଗଜପତି ହୁକୁମ କଲେ “ଚାଳରୁ ଫାଳେ କାଟ” l
ରାଜାଜ୍ଞା ସାଙ୍ଗେ ସାଙ୍ଗେ ପାଳିତ ହେଲା l ସେଇ ଘରଟି ଥିଲା ପରବର୍ତ୍ତୀ କାଳର ପ୍ରଖ୍ୟାତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଡକ୍ଟର ଦିନନାଥ ପାଠୀଙ୍କ ଘର l ସେ ଦିନର ଚାଳ ଘର “ଶିଳ୍ପୀ ସଦନ” ପରବର୍ତ୍ତୀ କାଳରେ ଆଜବେଷ୍ଟସ ପରେ ହସ୍ତାନ୍ତରିତ ହୋଇ ଏକ ମହଲା କୋଠା l କିନ୍ତୁ ଫାଳେ ଯାହା କଟି ଯାଇଥିଲା ଆଉ ମିଶିନାହିଁ l
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago